ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ପାଟପୁର,୨୯।୯(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍‌ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବ୍ରେକ୍‌ ଫେଲ ହେବାରୁ ଗାଡ଼ିଟି ଘାଟି ତଳକୁ ଓଲଟି ପଡିଥିବା ଜଣାପଡ଼ିଛି। ମଙ୍ଗଳବାର ଭୋରୁ ଉକ୍ତ ଟ୍ରକ ରାୟଗଡାରୁ କଟକ ଅଭିମୁଖେ ପେପର ନେଇ ଯାଉଥିବା ସମୟରେ ଘାଟିରେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା। ଫଳରେ ଗାଡ଼ିଟି ଭାରସ୍ୟାମ ହରାଇ ଘାଟି ତଳକୁ ଓଲଟି ପଡିଥିଲା । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣା ପଡିଛି ।