ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ

ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ନଜରକୁ ଆସିଛି। ଏକ ଅକ୍ସିଜେନ ବୋଝେଇ ଟ୍ରକ୍‌ରେ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପଞ୍ଜାବ ଲୁଧିଆନାର ଯୋଶ ପାଲ (୪୩) ଏବଂ ଲଖବିନ୍ଦର ସିଂ (୪୩) ବୋଲି ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କୋରାପୁଟ-ଜୟପୁର ଦେଇ ଯାଉଥିବା ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍‌ (ପିବି-୧୦ ଇଏସ୍‌-୪୬୬୧)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ସଦର ପୋଲିସ ନିକଟରେ ପହଞ୍ଚତ୍ଥିଲା। ଜୟପୁର ଘାଟିରେ ଥାନା ଅଧିକାରୀ ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଚଢ଼ାଉ କରିଥିଲା। ପୋଲିସ ଟ୍ରକ୍‌ରୁ ୧୨୭୭ କେଜି ଗଞ୍ଜେଇ ଜବତ କରିଥିଲା। ଏହାର ବଜାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ଭିଏତ୍‌ନାମ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ଏହି ଅକ୍ସିଜେନ ଯୋଗାଣ ହେଉଥିଲା। ବିଶାଖାପାଟଣା ପୋର୍ଟରୁ ୧୫୦ଟି ଅକ୍ସିଜେନ ସିଲିଣ୍ଡର ବୋଝେଇ କରି ଟ୍ରକ୍‌ଟି ଦିଲ୍ଲୀ ରେଡ୍‌କ୍ରସ୍‌ ସୋସାଇଟିକୁ ଯାଉଥିଲା। ତେବେ ରାସ୍ତାରେ ଗଞ୍ଜେଇ ମାଫିଆମାନେ ଟ୍ରକ୍‌ ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରି ଗଞ୍ଜେଇ ପଞ୍ଜାବ ନେଉଥିଲେ। ପୋଲିସ ଗଞ୍ଜେଇ ସହ ୨ଟି ମୋବାଇଲ ଫୋନ ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ୧୦୪/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri