ବ୍ରିଜ ତଳକୁ ଖସିଲା ଟ୍ରକ୍‌, ହେଲପର ଗୁରୁତର

ମାଧପୁର,୫।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ କିଆକଟା ପୂର୍ତ୍ତ ରାସ୍ତାର କନ୍ଧପଡ଼ା ବ୍ରିଜରେ ସୋମବାର ସକାଳେ ଏକ ୧୦ ଚକିଆ ଟ୍ରକ ବ୍ରିଜ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଫଳରେ ଟ୍ରକର ହେଲପର ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଟ୍ରକଟି ଆଠମଲ୍ଲିକ ଅଞ୍ଚଳରୁ କିଆକଟା ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡ଼ିଥିଲା। ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ହେତୁ ଏପରି ଘଟିଥିବା ଅନୁମାନ କରାଯାଉଛି। ଖବର ଲେଖା ହେବା ବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।