ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ +୨ କଳା ପ୍ରଥମ ଓ ଦିତୀୟ ବର୍ଷର ପ୍ରାୟ ୧୨୦୦ ଛାତ୍ରୀଛାତ୍ରଙ୍କୁ ହାତରେ ତ୍ରିରଙ୍ଗା ପତାକା ଓ ପୋଷ୍ଟର ଧରାଇ ସ୍ଥାନୀୟ ବିଦ୍ୟାଳୟରୁ ତୁମୁଡ଼ିବନ୍ଧ ବଜାରକୁ ପ୍ରାୟ ୩ କିମି ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପଦଯାତ୍ରାରେ ବାହାରି ତ୍ରିରଙ୍ଗା ଆମର ଗର୍ବ ଗୌରବ ବୋଲି ଦେଶାତ୍ମବୋଧକ ନାରା ଦେଇଥିଲେ ଏବଂ ଦେଶପ୍ରମର ବାର୍ତ୍ତା ଜାଗ୍ରତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡଃ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଦୁଃଖୀ ଶ୍ୟାମ ମହାରଣା, ଅଧ୍ୟାପିକା ଡଃ ମଞ୍ଜୁଳା ମହାପାତ୍ର, ଡଃ ବନିତା ପଟ୍ଟନାୟକ, ପଦ୍ମାବତୀ ସାହୁ, ସୁନିତା ସାହୁ, ସଂଗୀତା ବଳିଆରସିଂ, ରାଜଲଷ୍ମୀ ବଡ଼ ସେଠ, ଚାନ୍ଦିନୀ ମଝିଆ ସେଠ, କୈଳାସ ଦୀପ, ଅନସ୍ମିତା ମହାନ୍ତି ଓ ସମସ୍ତ ଅଣ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ। ତୁମୁଡ଼ିବନ୍ଧ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହୋଇଥିବାରୁ ବିଭିନ୍ନ ମହଲରୁ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।