ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ରହିଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏହି ଦିବସକୁ ବଡ଼ ଧୂମ୍ଧାମରେ ପାଳନ କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଯାକବ ପାଣିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବରିଷ୍ଠ କବି, ସାହିତି୍ୟକ ବିଦେଶୀ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସେହିପରି ସ୍ବତନ୍ତ୍ର ଅତିଥି ଭାବେ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ତିଲୋରୀ ଆଶାକିରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧରଣୀଧର ଦାସ, ସିମନବାଡ଼ି ସିଆରସିସି ଶିବଶଙ୍କର ସାହୁ, ରାଜସ୍ବ ନିରୀକ୍ଷକ ଚାନ୍ଦିନୀ ଦିଗାଲ, ବନପାଳ ବନିତା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଦେଶ ସ୍ବାଧୀନ ପାଇବା ପୂର୍ବରୁ କିଭଳି କଷ୍ଟ ରହିଥିଲା ଓ ବ୍ରିଟିଶ ଶାସନ ଯୋଗୁ ଅତ୍ୟାଚାର ଓ ଶୋଷଣର ଶିକାର ହୋଇଥିଲେ। ପରେ ଦେଶପ୍ରେମୀଙ୍କ ଦୀର୍ଘ ଦିନର ଲଢ଼େଇ ପରେ ଆମେ ସ୍ବାଧୀନ ପାଇଥିବା ଓ ଏହି ଦିବସକୁ ଗତ ୮୦ ବର୍ଷ ହେଲା ପାଳନ କରାଯାଉଥିବା କୁହାଯାଇଥିଲା।