ତର୍ଜମା ଆଣେ ବିଚାର ନିଷ୍କର୍ଷ

ଅପରାଧ, ଅପରାଧୀ ଓ ଅଭିଯୋଗକାରୀଙ୍କ ଭିଆଣ। ବିଚାର ଚାଲେ, ବିଚାରାଳୟ, ନ୍ୟାୟାଳୟରେ। ହାଜିର ହୁଅନ୍ତି ଉଭୟ। ବିଚାର ବଢ଼େ। ଅଭିଯୋଗକାରୀ ଅଭିଯୋଗ ବଖାଣେ। ଅଭିଯୁକ୍ତକୁ ଅପରାଧୀ ବୋଲି ସାବ୍ୟସ୍ତ କରିବାକୁ ଯୁକ୍ତିସଙ୍ଗତ ନ୍ୟାୟ ବାଢ଼ନ୍ତି ଅଭିଯୋଗକାରୀ। ଅଭିଯୁକ୍ତଙ୍କ ପକ୍ଷ ମଧ୍ୟ ନିଜକୁ ମୁକ୍ତ କରିବାକୁ , ଦୋଷମୁକ୍ତ କରିବାକୁ ତାଙ୍କର ଆଇନସମ୍ମତ ଯୁକ୍ତି ଦର୍ଶାନ୍ତି।
ଉଭୟଙ୍କର ଜଣାଣର ଶୁଣାଣି କରନ୍ତି ନ୍ୟାୟାଧୀଶ। ଆଇନର ପରିସରରେ ରହି ବିଚାର ଶୁଣାନ୍ତି। ପରେ ବିଚାର ସନ୍ତୋଷଜନକ ହୋଇ ନ ଥିଲେ, ଉପର ବିଚାରାଳୟକୁ ବିଚାର ଆବେଦନ ଯାଏ। ଏପରିକି ଆବଶ୍ୟକ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ କେତେକ କ୍ରମାନ୍ବୟରେ ବିଚାରପାଇଁ ପହଞ୍ଚିପାରେ। ପୂର୍ବ ବିଚାରରେ କିଛିଟା ବୈଷୟିକ ତଥ୍ୟ, ପ୍ରମାଣଗତ ସାକ୍ଷ୍ୟର ତାରତମ୍ୟର ଅଭାବ ଅନୁଭବ କଲେ, ସର୍ବୋଚ୍ଚ ନ୍ୟାୟାଳୟ ତାହାକୁ ପୁନର୍ବିଚାର ପାଇଁ ଗ୍ରହଣ କରିପାରନ୍ତି ନତୁବା ଅଗ୍ରାହ୍ୟ କରିପାରନ୍ତି। ପୁନର୍ବିଚାରରେ ଦଣ୍ଡ ଦେଇପାରନ୍ତି କିମ୍ବା କୋହଳ କରିପାରନ୍ତି କିମ୍ବା ବିଚାର ଠିକ୍‌ଥିବାର ନିର୍ଦ୍ଦେଶନାମା ଶୁଣାଇପାରନ୍ତି।
ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରକୁ ସମ୍ବିଧାନସମ୍ମତ ମଣି ମାନି ନିଆଯାଏ। ପ୍ରଶ୍ନ ଉଠେ ସମ୍ବିଧାନ ବଡ଼ ନା ଲୋକ ସଭା ବଡ଼ ନା ରାଷ୍ଟ୍ରପତି ବଡ଼। ସ୍ବାଭାବିକ ମଣିଷ ପାଇଁ ଏ ସବୁ ଶୁଣିବାକୁ ଭଲ ଲାଗେ। ସମ୍ବିଧାନର ଧାରା ବଦଳାଇବା କ୍ଷମତା ନିର୍ବାଚିତ ପ୍ରତିନିଧିଙ୍କର ଅଛି। ସେଥିପାଇଁ ସମ୍ବିଧାନର ଧାରା ବାରମ୍ବାର ଲୋକାଭିମୁଖୀ ହୋଇ ସଂଶୋଧିତ ହୋଇପାରୁଛି। ବହୁଜନହିତାୟ ହୋଇଥିବାରୁ ସମ୍ବିଧାନକୁ ଆଖି ଆଗରେ ରଖି ବିଚାରଧାରା ଚାଲିଥାଏ। ସେହି ସମ୍ବିଧାନର ନିୟମରେ ହିଁ ଲୋକ ସଭା, ରାଜ୍ୟ ସଭା, ରାଜ୍ୟପାଳ, ବିଧାନ ପରିଷଦ, ବିଧାନ ସଭା ଏପରିକି ନ୍ୟାୟାଳୟ ଇତ୍ୟାଦିର ସୃଷ୍ଟି। ପ୍ରତ୍ୟେକଙ୍କର କାର୍ଯ୍ୟସୂଚୀ ଅଲଗା ଅଲଗା। ଜନ ପ୍ରତିନିଧି ଆଇନ ମନଇଚ୍ଛା ବଦଳାଇ ପାରିବେ ନାହିଁ, କିନ୍ତୁ ବଦଳାଇବା ପାଇଁ ସମ୍ବିଧାନସମ୍ମତ ସଂଖ୍ୟାର ସମର୍ଥନ ଥିଲେ ମଧ୍ୟ ଆଇନରେ ପରିବର୍ତ୍ତନ ପାଇଁ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସ୍ବୀକୃତି ଲୋଡିବା ଅବଶ୍ୟମ୍ଭାବୀ, ପ୍ରାପ୍ତି ହେଲେ ତାହା ଆଇନର ପରିସରଭୁକ୍ତ ହୋଇଥାଏ।
ସାଧାରଣତଃ ରାଜ୍ୟପାଳ ହୁଅନ୍ତୁ, ରାଷ୍ଟ୍ରପତି ସେମାନେ ନିରପେକ୍ଷ ା ସବୁପକ୍ଷର। ଏହା କ’ଣ ବାସ୍ତବରେ ଆମ ଦେଶରେ ପ୍ରତିଫଳିତ ହେଉଛି କି? ଯେଉଁ ଦଳର ହାତବାରିସି ହୋଇ ଯିଏ ସ୍ଥାପିତ ହୋଇଛନ୍ତି, ସେ ତ ତାଙ୍କର ନୀତି ଆଦର୍ଶକୁ ଆପଣାଇ ନେଉଛନ୍ତି, ପ୍ରାଧାନ୍ୟ ଦେଉଛନ୍ତି। ନିର୍ଭୀକ ନିରପେକ୍ଷ ବିଚାର ଲୁପ୍ତପ୍ରାୟ। ଆଇନରେ ନିରପେକ୍ଷତା ସର୍ବମାନ୍ୟ, କିନ୍ତୁ ଏହା ଆଜିକାଲି ସର୍ବସତ୍ୟ ନୁହେଁ। କାରଣ ଉକ୍ତ ପଦବୀଧାରୀ କୌଣସି ନା କୌଣସି ଦଳଭୁକ୍ତ। ଏଇ ତ ବ୍ୟତିକ୍ରମ। କେହି ଶତପ୍ରତିଶତ ଭୋଟ ପାଇ ନିଜ ବଳରେ ନିର୍ବାଚିତ ହୋଇ ନ ଥାଆନ୍ତି। ତେଣୁ ପକ୍ଷ ଟାଣିବାରେ ଅସ୍ବାଭାବିକତା ଆସିବନି କାହିଁକି? ପାର୍ଥକ୍ୟ ଏତିକି ଶତ ପ୍ରତିଶତ ସମର୍ଥନ ହାସଲ ନ କରିଥିଲେ ମଧ୍ୟ ସେମାନଙ୍କ ଦସ୍ତଖତରେ ହେବା ଆଇନଟି ଶତ ପ୍ରତିଶତ ଜନତାଙ୍କ ପାଇଁ। ଏହା ହିଁ ପ୍ରକୃତ ବ୍ୟତିକ୍ରମ। ଆଇନ ଥରେ ହେଲେ ତାହା ରହେ,କାର୍ଯ୍ୟକାରୀ ହୁଏ ବଦଳିବାଯାଏ। ସତ୍ତାଧାରୀ ହେବା ଆଉ ଆଇନ ବଦଳାଇବା ଏ ଦୁଇଟା ଏକାକଥା ନୁହେଁ। ଅଧିକା ଭାଗ ସତ୍ତାପ୍ରାପ୍ତ ହୁଏ, କିନ୍ତୁ ଆଇନ ବଦଳିବାକୁ ଦୁଇ ତୃତୀୟାଂଶର ଆବଶ୍ୟକତା ଅନିବାର୍ଯ୍ୟ ଏବଂ ଅପରିହାର୍ଯ୍ୟ ମଧ୍ୟ। ଏଇଠି କିଛିଟା ବହୁଜନଙ୍କର ସମର୍ଥନ ପ୍ରତଫଳିତ ହେବାର ଉପଲବ୍ଧି ହୁଏ।
କିନ୍ତୁ ବିଚାରାଳୟର ଧାରା ଭିନ୍ନ। ତର୍ଜମା ହୁଏ। ପକ୍ଷ ପ୍ରତିପକ୍ଷଙ୍କୁ ସୁଯୋଗ ଦିଆଯାଏ। ଉଭୟଙ୍କ କଥା ହାକିମ ଶୁଣନ୍ତି। ଉତ୍‌ଥାପିତ ପ୍ରଶ୍ନଗୁଡିକର ମୁହାଁମୁହିଁ ଉତ୍ତର ମଧ୍ୟ ଦେବାର ସୁଯୋଗ ମିଳେ। ଆଇନଜ୍ଞ ମାନଙ୍କର ଆଇନସମ୍ମତ ଯୁକ୍ତିତର୍କ ମନ୍ତବ୍ୟ ଶୁଣିଲାପରେ ଖଣ୍ଡପୀଠ ବିଚାର ଶୁଣାନ୍ତି। ସ୍ଥଳ ବିଶେଷରେ ଆପତ୍ତିର ଗୁରୁତ୍ୱ ଦେଖି ଖଣ୍ଡପୀଠ ହାକିମଙ୍କ ସଂଖ୍ୟାମଧ୍ୟ ବୃଦ୍ଧି କରିଥାନ୍ତି। ଆଇନର ଯଥୋଚିତ ଚର୍ଚ୍ଚାରୁ ନିଷ୍କର୍ଷ ଆସେ, ତାହା ଖଣ୍ଡପୀଠଙ୍କ ବିଚାରର ଫଳ ହୋଇ ପ୍ରକାଶିତ ହୁଏ ଏବଂ କାର୍ଯ୍ୟକାରୀ କରାଯାଏ । ଏଥିରେ ଯେ ଭୁଲଭଟକା ମୋଟେ ନାହିଁ ଏକଥା କହି ହୁଏ ନାହିଁ, ତଥାପି ଆଇନତଃ ତାକୁ ମାନିବାକୁ ବାଧ୍ୟ ହେବାକୁ ହୁଏ । ସେ ପ୍ରକାର ବିଚାର ସବୁକୁ ସମାନ ା ସମକକ୍ଷ ସେହି ସ୍ତରର ମକଦ୍ଦମାରେ ଉଦାହରଣ ରୂପେ ନିଆଯାଇ ସମ୍ପ୍ରତି ବିଚାରକୁ ପରିସ୍ଥିତି ଦେଖି ସିଦ୍ଧ କରାଯାଏ।
ଲୋକପ୍ରତିନିଧି ବିଚାରରେ ଦଳୀୟ ପ୍ରଭାବ ପ୍ରତିଭାତ ହେଲାବେଳେ, ବିଚାରାଳୟରେ ନିର୍ଦ୍ଦଳୀୟ ପରିବେଶରେ ତର୍ଜମା ପୂର୍ବକ ବିଚାର ହୁଏ। ତେଣୁ ତାହା ଆପେକ୍ଷିକ ଭାବରେ ଗ୍ରହଣୀୟର ଭାବ ବହନ କରେ। ଜନ ସମର୍ଥନରେ ଆସିଥିବା ଲୋକମାନେ ଜନକଲ୍ୟାଣ ପାଇଁ ଭଲମନ୍ଦ ଭାବୁଥିବା ସବୁକାର୍ଯ୍ୟ ଯେ ଆଇନସମ୍ମତ ଏହା ଭାବିବାର ବେଳ ଆସିଛି। ତର୍ଜମା ବିନା ନିର୍ଯାସ ସମ୍ଭବ କି? ଆଉ ଯାହା ସମ୍ଭବ ଏବଂ ସତ୍ୟ ସେ ସବୁକୁ ତ ନ୍ୟାୟାଳୟରେ ଠିକ ବୋଲି ଧରିନେବାରେ କୌଣସି ପ୍ରତିବନ୍ଧକ ଆସେନି। କାରଣ ସମସ୍ତ ଜନହିତକର ଆଇନକୁ କେବେହେଲେ ଅସିଦ୍ଧ କରାଯାଏନି। ପରିଷଦରେ ନିୟୋଜିତ ଯୁକ୍ତିସଙ୍ଗତ ବିଚାର ନ୍ୟାୟାଳୟରେ ଅଧିକ ବିଚାରର ଶରବ୍ୟ ହୁଏ, ବେଳେ ବେଳେ ସ୍ଥିର ରହିପାରେ କିମ୍ବା ତା’ର ଗତି ବଦଳାଇପାରେ ସମ୍ବିଧାନର ଧାରା ମଧ୍ୟରେ।
ଅବଶ୍ୟ ନିଷ୍କର୍ଷ ଏତିକି ଆସିପାରେ, ଯାହା ଆସୁଛି ତାହା ସବୁକାଳ ପାଇଁ ଯେ ଅପରିବର୍ତ୍ତନୀୟ ଏ ଭାବନା କେବେ ମନକୁ ନ ଆସୁ। ପ୍ରତ୍ୟେକ ସୃଷ୍ଟ ଆଇନର ବିଚାରଧାରାକୁ ବିଶ୍ଳେଷଣ କଲେ ନୂତନ ଦିଗଦର୍ଶନ ମିଳେ। ପ୍ରଚଳିତ ଆଇନ ଯେ ପୁନଃ ସଂଶୋଧନ ପରେ ସଂସ୍ଥାପିତ ନ ହେବ ଏହା କିଏ କହିପାରିବ। ସଦା ସର୍ବଦା ପରିବର୍ତ୍ତନ ହିଁ ସ୍ଥିର।

ଭଗବାନ ଦାଶ
ଗୁଣ୍ଡିଚା ବିହାର, ପୁରୀ ମୋ:୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri