ତର୍ଜମା ଆଣେ ବିଚାର ନିଷ୍କର୍ଷ

ଅପରାଧ, ଅପରାଧୀ ଓ ଅଭିଯୋଗକାରୀଙ୍କ ଭିଆଣ। ବିଚାର ଚାଲେ, ବିଚାରାଳୟ, ନ୍ୟାୟାଳୟରେ। ହାଜିର ହୁଅନ୍ତି ଉଭୟ। ବିଚାର ବଢ଼େ। ଅଭିଯୋଗକାରୀ ଅଭିଯୋଗ ବଖାଣେ। ଅଭିଯୁକ୍ତକୁ ଅପରାଧୀ ବୋଲି ସାବ୍ୟସ୍ତ କରିବାକୁ ଯୁକ୍ତିସଙ୍ଗତ ନ୍ୟାୟ ବାଢ଼ନ୍ତି ଅଭିଯୋଗକାରୀ। ଅଭିଯୁକ୍ତଙ୍କ ପକ୍ଷ ମଧ୍ୟ ନିଜକୁ ମୁକ୍ତ କରିବାକୁ , ଦୋଷମୁକ୍ତ କରିବାକୁ ତାଙ୍କର ଆଇନସମ୍ମତ ଯୁକ୍ତି ଦର୍ଶାନ୍ତି।
ଉଭୟଙ୍କର ଜଣାଣର ଶୁଣାଣି କରନ୍ତି ନ୍ୟାୟାଧୀଶ। ଆଇନର ପରିସରରେ ରହି ବିଚାର ଶୁଣାନ୍ତି। ପରେ ବିଚାର ସନ୍ତୋଷଜନକ ହୋଇ ନ ଥିଲେ, ଉପର ବିଚାରାଳୟକୁ ବିଚାର ଆବେଦନ ଯାଏ। ଏପରିକି ଆବଶ୍ୟକ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ କେତେକ କ୍ରମାନ୍ବୟରେ ବିଚାରପାଇଁ ପହଞ୍ଚିପାରେ। ପୂର୍ବ ବିଚାରରେ କିଛିଟା ବୈଷୟିକ ତଥ୍ୟ, ପ୍ରମାଣଗତ ସାକ୍ଷ୍ୟର ତାରତମ୍ୟର ଅଭାବ ଅନୁଭବ କଲେ, ସର୍ବୋଚ୍ଚ ନ୍ୟାୟାଳୟ ତାହାକୁ ପୁନର୍ବିଚାର ପାଇଁ ଗ୍ରହଣ କରିପାରନ୍ତି ନତୁବା ଅଗ୍ରାହ୍ୟ କରିପାରନ୍ତି। ପୁନର୍ବିଚାରରେ ଦଣ୍ଡ ଦେଇପାରନ୍ତି କିମ୍ବା କୋହଳ କରିପାରନ୍ତି କିମ୍ବା ବିଚାର ଠିକ୍‌ଥିବାର ନିର୍ଦ୍ଦେଶନାମା ଶୁଣାଇପାରନ୍ତି।
ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରକୁ ସମ୍ବିଧାନସମ୍ମତ ମଣି ମାନି ନିଆଯାଏ। ପ୍ରଶ୍ନ ଉଠେ ସମ୍ବିଧାନ ବଡ଼ ନା ଲୋକ ସଭା ବଡ଼ ନା ରାଷ୍ଟ୍ରପତି ବଡ଼। ସ୍ବାଭାବିକ ମଣିଷ ପାଇଁ ଏ ସବୁ ଶୁଣିବାକୁ ଭଲ ଲାଗେ। ସମ୍ବିଧାନର ଧାରା ବଦଳାଇବା କ୍ଷମତା ନିର୍ବାଚିତ ପ୍ରତିନିଧିଙ୍କର ଅଛି। ସେଥିପାଇଁ ସମ୍ବିଧାନର ଧାରା ବାରମ୍ବାର ଲୋକାଭିମୁଖୀ ହୋଇ ସଂଶୋଧିତ ହୋଇପାରୁଛି। ବହୁଜନହିତାୟ ହୋଇଥିବାରୁ ସମ୍ବିଧାନକୁ ଆଖି ଆଗରେ ରଖି ବିଚାରଧାରା ଚାଲିଥାଏ। ସେହି ସମ୍ବିଧାନର ନିୟମରେ ହିଁ ଲୋକ ସଭା, ରାଜ୍ୟ ସଭା, ରାଜ୍ୟପାଳ, ବିଧାନ ପରିଷଦ, ବିଧାନ ସଭା ଏପରିକି ନ୍ୟାୟାଳୟ ଇତ୍ୟାଦିର ସୃଷ୍ଟି। ପ୍ରତ୍ୟେକଙ୍କର କାର୍ଯ୍ୟସୂଚୀ ଅଲଗା ଅଲଗା। ଜନ ପ୍ରତିନିଧି ଆଇନ ମନଇଚ୍ଛା ବଦଳାଇ ପାରିବେ ନାହିଁ, କିନ୍ତୁ ବଦଳାଇବା ପାଇଁ ସମ୍ବିଧାନସମ୍ମତ ସଂଖ୍ୟାର ସମର୍ଥନ ଥିଲେ ମଧ୍ୟ ଆଇନରେ ପରିବର୍ତ୍ତନ ପାଇଁ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସ୍ବୀକୃତି ଲୋଡିବା ଅବଶ୍ୟମ୍ଭାବୀ, ପ୍ରାପ୍ତି ହେଲେ ତାହା ଆଇନର ପରିସରଭୁକ୍ତ ହୋଇଥାଏ।
ସାଧାରଣତଃ ରାଜ୍ୟପାଳ ହୁଅନ୍ତୁ, ରାଷ୍ଟ୍ରପତି ସେମାନେ ନିରପେକ୍ଷ ା ସବୁପକ୍ଷର। ଏହା କ’ଣ ବାସ୍ତବରେ ଆମ ଦେଶରେ ପ୍ରତିଫଳିତ ହେଉଛି କି? ଯେଉଁ ଦଳର ହାତବାରିସି ହୋଇ ଯିଏ ସ୍ଥାପିତ ହୋଇଛନ୍ତି, ସେ ତ ତାଙ୍କର ନୀତି ଆଦର୍ଶକୁ ଆପଣାଇ ନେଉଛନ୍ତି, ପ୍ରାଧାନ୍ୟ ଦେଉଛନ୍ତି। ନିର୍ଭୀକ ନିରପେକ୍ଷ ବିଚାର ଲୁପ୍ତପ୍ରାୟ। ଆଇନରେ ନିରପେକ୍ଷତା ସର୍ବମାନ୍ୟ, କିନ୍ତୁ ଏହା ଆଜିକାଲି ସର୍ବସତ୍ୟ ନୁହେଁ। କାରଣ ଉକ୍ତ ପଦବୀଧାରୀ କୌଣସି ନା କୌଣସି ଦଳଭୁକ୍ତ। ଏଇ ତ ବ୍ୟତିକ୍ରମ। କେହି ଶତପ୍ରତିଶତ ଭୋଟ ପାଇ ନିଜ ବଳରେ ନିର୍ବାଚିତ ହୋଇ ନ ଥାଆନ୍ତି। ତେଣୁ ପକ୍ଷ ଟାଣିବାରେ ଅସ୍ବାଭାବିକତା ଆସିବନି କାହିଁକି? ପାର୍ଥକ୍ୟ ଏତିକି ଶତ ପ୍ରତିଶତ ସମର୍ଥନ ହାସଲ ନ କରିଥିଲେ ମଧ୍ୟ ସେମାନଙ୍କ ଦସ୍ତଖତରେ ହେବା ଆଇନଟି ଶତ ପ୍ରତିଶତ ଜନତାଙ୍କ ପାଇଁ। ଏହା ହିଁ ପ୍ରକୃତ ବ୍ୟତିକ୍ରମ। ଆଇନ ଥରେ ହେଲେ ତାହା ରହେ,କାର୍ଯ୍ୟକାରୀ ହୁଏ ବଦଳିବାଯାଏ। ସତ୍ତାଧାରୀ ହେବା ଆଉ ଆଇନ ବଦଳାଇବା ଏ ଦୁଇଟା ଏକାକଥା ନୁହେଁ। ଅଧିକା ଭାଗ ସତ୍ତାପ୍ରାପ୍ତ ହୁଏ, କିନ୍ତୁ ଆଇନ ବଦଳିବାକୁ ଦୁଇ ତୃତୀୟାଂଶର ଆବଶ୍ୟକତା ଅନିବାର୍ଯ୍ୟ ଏବଂ ଅପରିହାର୍ଯ୍ୟ ମଧ୍ୟ। ଏଇଠି କିଛିଟା ବହୁଜନଙ୍କର ସମର୍ଥନ ପ୍ରତଫଳିତ ହେବାର ଉପଲବ୍ଧି ହୁଏ।
କିନ୍ତୁ ବିଚାରାଳୟର ଧାରା ଭିନ୍ନ। ତର୍ଜମା ହୁଏ। ପକ୍ଷ ପ୍ରତିପକ୍ଷଙ୍କୁ ସୁଯୋଗ ଦିଆଯାଏ। ଉଭୟଙ୍କ କଥା ହାକିମ ଶୁଣନ୍ତି। ଉତ୍‌ଥାପିତ ପ୍ରଶ୍ନଗୁଡିକର ମୁହାଁମୁହିଁ ଉତ୍ତର ମଧ୍ୟ ଦେବାର ସୁଯୋଗ ମିଳେ। ଆଇନଜ୍ଞ ମାନଙ୍କର ଆଇନସମ୍ମତ ଯୁକ୍ତିତର୍କ ମନ୍ତବ୍ୟ ଶୁଣିଲାପରେ ଖଣ୍ଡପୀଠ ବିଚାର ଶୁଣାନ୍ତି। ସ୍ଥଳ ବିଶେଷରେ ଆପତ୍ତିର ଗୁରୁତ୍ୱ ଦେଖି ଖଣ୍ଡପୀଠ ହାକିମଙ୍କ ସଂଖ୍ୟାମଧ୍ୟ ବୃଦ୍ଧି କରିଥାନ୍ତି। ଆଇନର ଯଥୋଚିତ ଚର୍ଚ୍ଚାରୁ ନିଷ୍କର୍ଷ ଆସେ, ତାହା ଖଣ୍ଡପୀଠଙ୍କ ବିଚାରର ଫଳ ହୋଇ ପ୍ରକାଶିତ ହୁଏ ଏବଂ କାର୍ଯ୍ୟକାରୀ କରାଯାଏ । ଏଥିରେ ଯେ ଭୁଲଭଟକା ମୋଟେ ନାହିଁ ଏକଥା କହି ହୁଏ ନାହିଁ, ତଥାପି ଆଇନତଃ ତାକୁ ମାନିବାକୁ ବାଧ୍ୟ ହେବାକୁ ହୁଏ । ସେ ପ୍ରକାର ବିଚାର ସବୁକୁ ସମାନ ା ସମକକ୍ଷ ସେହି ସ୍ତରର ମକଦ୍ଦମାରେ ଉଦାହରଣ ରୂପେ ନିଆଯାଇ ସମ୍ପ୍ରତି ବିଚାରକୁ ପରିସ୍ଥିତି ଦେଖି ସିଦ୍ଧ କରାଯାଏ।
ଲୋକପ୍ରତିନିଧି ବିଚାରରେ ଦଳୀୟ ପ୍ରଭାବ ପ୍ରତିଭାତ ହେଲାବେଳେ, ବିଚାରାଳୟରେ ନିର୍ଦ୍ଦଳୀୟ ପରିବେଶରେ ତର୍ଜମା ପୂର୍ବକ ବିଚାର ହୁଏ। ତେଣୁ ତାହା ଆପେକ୍ଷିକ ଭାବରେ ଗ୍ରହଣୀୟର ଭାବ ବହନ କରେ। ଜନ ସମର୍ଥନରେ ଆସିଥିବା ଲୋକମାନେ ଜନକଲ୍ୟାଣ ପାଇଁ ଭଲମନ୍ଦ ଭାବୁଥିବା ସବୁକାର୍ଯ୍ୟ ଯେ ଆଇନସମ୍ମତ ଏହା ଭାବିବାର ବେଳ ଆସିଛି। ତର୍ଜମା ବିନା ନିର୍ଯାସ ସମ୍ଭବ କି? ଆଉ ଯାହା ସମ୍ଭବ ଏବଂ ସତ୍ୟ ସେ ସବୁକୁ ତ ନ୍ୟାୟାଳୟରେ ଠିକ ବୋଲି ଧରିନେବାରେ କୌଣସି ପ୍ରତିବନ୍ଧକ ଆସେନି। କାରଣ ସମସ୍ତ ଜନହିତକର ଆଇନକୁ କେବେହେଲେ ଅସିଦ୍ଧ କରାଯାଏନି। ପରିଷଦରେ ନିୟୋଜିତ ଯୁକ୍ତିସଙ୍ଗତ ବିଚାର ନ୍ୟାୟାଳୟରେ ଅଧିକ ବିଚାରର ଶରବ୍ୟ ହୁଏ, ବେଳେ ବେଳେ ସ୍ଥିର ରହିପାରେ କିମ୍ବା ତା’ର ଗତି ବଦଳାଇପାରେ ସମ୍ବିଧାନର ଧାରା ମଧ୍ୟରେ।
ଅବଶ୍ୟ ନିଷ୍କର୍ଷ ଏତିକି ଆସିପାରେ, ଯାହା ଆସୁଛି ତାହା ସବୁକାଳ ପାଇଁ ଯେ ଅପରିବର୍ତ୍ତନୀୟ ଏ ଭାବନା କେବେ ମନକୁ ନ ଆସୁ। ପ୍ରତ୍ୟେକ ସୃଷ୍ଟ ଆଇନର ବିଚାରଧାରାକୁ ବିଶ୍ଳେଷଣ କଲେ ନୂତନ ଦିଗଦର୍ଶନ ମିଳେ। ପ୍ରଚଳିତ ଆଇନ ଯେ ପୁନଃ ସଂଶୋଧନ ପରେ ସଂସ୍ଥାପିତ ନ ହେବ ଏହା କିଏ କହିପାରିବ। ସଦା ସର୍ବଦା ପରିବର୍ତ୍ତନ ହିଁ ସ୍ଥିର।

ଭଗବାନ ଦାଶ
ଗୁଣ୍ଡିଚା ବିହାର, ପୁରୀ ମୋ:୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?