ବାଧୁଛି ଖରା: ଗଛ କାଟିଦେଲେ, ଲଗାଇଲେନି

କେନ୍ଦ୍ରାପଡ଼ା ଅଫିସ, ୨୬ା୩: କେନ୍ଦ୍ରାପଡ଼ା ଜିଲାରେ ଖରାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା। ଏହା ଜାଣିବା ସତ୍ତ୍ୱେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବନୀକରଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ୧୫ ବର୍ଷ ପୂର୍ବେ ଏହି ରାସ୍ତାର ନବୀକରଣ ସମୟରେ କଟା ଯାଇଥିବା ଗଛ ଅଦ୍ୟାବଧି ଭରଣା ହୋଇନାହିଁ। ଚଳିତବର୍ଷ ରାଜ୍ୟ ରାଜପଥର ଯାତ୍ରୀଙ୍କୁ ଖରା ବାଧିବ ବୋଲି ସାଧାରଣ ଲୋକ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୦୬ ରେ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ଦେଇ ନବୀକରଣ କାର୍ଯ୍ୟ ପ୍ରକିୟା ଆରମ୍ଭ ହୋଇଥିଲା। ଏହିବର୍ଷ ଟେଣ୍ଡର ହୋଇ ମାତ୍ର ୩ ବର୍ଷ ମଧ୍ୟରେ ପ୍ରଶସ୍ତ ରାସ୍ତା ସହ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ଏଥିପାଇଁ ସେହି ସମୟରେ କଟକ ଓ କେନ୍ଦ୍ରାପଡ଼ା ଜିଲାର ୯୫ଟି ଗ୍ରାମର ଜନବସତିକୁ ସ୍ଥାନାନ୍ତର ସହ ଦୋକାନ ବଜାର ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଥିଲା। ଏପରିକି ରାସ୍ତା ପ୍ରଶସ୍ତୀକରଣ ପାଇଁ ୬୪ଟି ଧର୍ମ ପୀଠ ଓ ଅନୁଷ୍ଠାନ ସ୍ଥାନାନ୍ତର ହୋଇଥିଲା। ଏହାସହ କଟକ ଜିଲାର ଜଗତପୁରଠାରୁ ଭାୟା କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ବହୁ ପ୍ରାଚୀନ ଚାକୁଣ୍ଡା, ଆମ୍ବ, ଲିମ୍ବ, କରଞ୍ଜ ଆଦି ଗଛକୁ କଟାଯାଇଥିଲା। ଏପରିକି ରାଜକନିକା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ଫଳନ୍ତି ନଡ଼ିଆ ଗଛକୁ କଟାଯାଇଛି। ଏହି ଘଟଣାକୁ ଇତିମଧ୍ୟରେ ୧୫ ବର୍ଷ ବିତିଛି। ବିଭିନ୍ନ କାରଣରୁ କାର୍ଯ୍ୟ ବନ୍ଦ ରହିଥିବା ଏହି ରାସ୍ତାର ନିର୍ମାଣ ୪ ବର୍ଷ ପୂର୍ବେ ସରିଛି। ରାସ୍ତା ନିର୍ମାଣ ପରେ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ନାହିଁ। ଫଳରେ ଚଳିତ ଖରାଦିନ ଯାତ୍ରୀଙ୍କ ପାଇଁ କାଳ ହୋଇଥିବା ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ରାସ୍ତା ନବୀକରଣ ସମୟରେ ପରିବେଶକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ। ରାସ୍ତା ପାର୍ଶ୍ୱରୁ ଗୋଟିଏ ଗଛ କଟାଗଲେ ୧୦ ଗୁଣା ଗଛ ଲଗାଇବାକୁ ପ୍ରାବଧାନ ଅଛି। ଯାହା କଟକ -ଚାନ୍ଦବାଲି ରାଜ୍ୟ ରାଜପଥରେ ଲାଗୁ ହୋଇନାହିଁ। ୫ ହଜାରରୁ ଅଧିକ ଫଳନ୍ତି ଗଛ କଟାଯାଇଛି। ଏହାର ଭରଣା ହୋଇନାହିଁ। ରାସ୍ତା ନିକଟରେ ସରକାରୀ ଯୋଜନାରେ ନାମକୁମାତ୍ର ଆକାଶିଆ ଗଛ ଲଗାଯାଉଛି। ଯାହା ପରିବେଶର ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ। ଗମନାଗମନର ବିକାଶ ପାଇଁ ଆବଶ୍ୟକ ମୁତାବକ ଗଛ କଟାଯାଉଛି। ତେବେ ଏହାର ଭରଣା ହେଉ ନ ଥିବାରୁ ଜୀବଜଗତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ରାଜକନିକାର ସରୋଜ କୁମାର ଦାସ କହିଛନ୍ତି, ବ୍ଲକ ଅଞ୍ଚଳର ଏହି ରାସ୍ତାର ବନୀକରଣ ନାମରେ ଆସିଥିବା ୮୭ ଲକ୍ଷ ଟଙ୍କା ହରିଲୁଟ ହୋଇଛି। ବ୍ଲକ ଅଞ୍ଚଳ ରାସ୍ତାର ଦୁଇପାର୍ଶ୍ୱରେ ୩୧୦୦ ନଡ଼ିଆ ଗଛ ଲଗାଇବାକୁ ଦୁଇଟି ପର୍ଯ୍ୟାୟରେ ନିଷ୍ପତ୍ତିି ହୋଇଥିଲା। ତେବେ ନିମ୍ନମାନର ଗଛ ଓ ରକ୍ଷଣାବେକ୍ଷଣ ପାଇଁ ସମୁଦାୟ ୩୧ଟି ଗଛ ମଧ୍ୟ ରାସ୍ତାରେ ନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ସହିତ ଅନଶନ ହୋଇଥିଲା। ତତ୍କାଳୀନ ଜିଲାପାଳ ରେଘୁଜି ଏହାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଡିଏମ୍‌ ଦୁର୍ଗାଚରଣ ମହାରଣାଙ୍କୁ ପଚାରିବାରେ ରାଜ୍ୟ ରାଜପଥରେ ବନୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏହି ରାଜ୍ୟ ରାଜପଥ ପାର୍ଶ୍ୱ ବନୀକରଣ ସମ୍ପର୍କରେ ସମୀକ୍ଷା ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri