ଅବସାଦରେ ଗଛ କାନ୍ଦେ

ଜେରୁଜେଲମ୍‌, ୧।୪:  ମଣିଷ ଭାବପ୍ରବଣ ହେଲେ ପରିବାର ଲୋକ କିମ୍ବା ପ୍ରିୟଜନମାନଙ୍କୁ ନିଜ ଅନୁଭୂତି ସମ୍ପର୍କରେ ଜଣାଇଥାଏ, ଯାହା ଦ୍ୱାରା ମନ କିଛିମାତ୍ରାରେ ହାଲୁକା ହୁଏ। ଠିକ୍‌ ଏମିତି କିଛି ଉଦ୍ଭିଦଙ୍କ କ୍ଷେତ୍ରରେ ମଧ୍ୟ ଘଟିଥାଏ। ଅବସାଦରେ ଗଛ ମଧ୍ୟ କାନ୍ଦେ। ଏହି ସମୟରେ ଗଛରୁ ଏକ ସ୍ବତନ୍ତ୍ର ପ୍ରକାର ଶବ୍ଦ ବାହାରେ, ଯାହା ଫଳରେ କୌଣସି କାରଣରୁ ଗଛ ଆଘାତ ପାଇଥିବା ଜାଣିହୁଏ। ଇସ୍ରାଏଲସ୍ଥିତ ଟେଲ୍‌ ଅଭିଭ୍‌ ୟୁନିଭର୍ସିଟିର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।
ଅବସାଦ ସମୟରେ ଗଛ କିପରି ବ୍ୟବହାର କରେ ସେ ସମ୍ପର୍କରେ କିଛିଦିନ ପୂର୍ବେ ଏକ ଅଧ୍ୟୟନ କରାଯାଇଥିଲା। ଗଛରେ କମ୍ପନ (ଭାଇବ୍ରେଶନ୍‌) ସୃଷ୍ଟି ହେଉଥିବା ନେଇ ଗବେଷକମାନେ ଜାଣିବାକୁ
ଅବସାଦରେ ଗଛ ….
ପାଇଥିଲେ। ଗଛ ଦୋହଲିବା ଦ୍ୱାରା ଶବ୍ଦ ତରଙ୍ଗ ସୃଷ୍ଟି ହେବା ଯୁକ୍ତିକୁ ନେଇ ଗବେଷକଙ୍କ ପକ୍ଷରୁ ଆଉ ଏକ ଅଧ୍ୟୟନ ଆରମ୍ଭ କରାଯାଇଥିଲା। ସବୁଜଗୃହର ବିଲାତି ଓ ଗୁଆଗଛକୁ ନେଇ କରାଯାଇଥିବା ଅଧ୍ୟୟନ ଅନୁସାରେ, ଅବସାଦ ସମୟରେ ଗଛରୁ ଏୟାରବର୍ନ ଅଲ୍‌ଟ୍ରାସୋନିକ୍‌ ସାଉଣ୍ଡ ବାହାରେ, ଯାହାକୁ ଗଛ କାନ୍ଦେ ବୋଲି କୁହାଯାଉଛି। ପ୍ରତ୍ୟେକ ଗଛ ପାଇଁ ଅବସାଦର କାରଣ ଭିନ୍ନ ହୋଇଥିବାବେଳେ ପ୍ରତ୍ୟେକର ଶବ୍ଦ ଅଲଗା ହୋଇଥାଏ। ତେବେ ଏହି ଶବ୍ଦ ଅତି ଧୀର ହେବାଯୋଗୁ, ଯାହା ମଣିଷ ଶୁଣିପାରେ ନାହିଁ। କିନ୍ତୁ ଗଛର କାନ୍ଦକୁ ବାଦୁଡ଼ି, ମୂଷା ଓ ପୋକଜୋକ ଶୁଣିପାରନ୍ତି ବୋଲି ଗବେଷକମାନେ ଦାବି କରିଛନ୍ତି। ୧୬ କିଲୋହର୍ଜ ପର୍ଯ୍ୟନ୍ତ ଫ୍ରିକ୍ୱେନ୍ସି ଶବ୍ଦକୁ ମଣିଷ ଶୁଣିବା ପାଇଁ ସକ୍ଷମ।
ଗଛରୁ ବାହାରୁଥିବା ଶବ୍ଦକୁ ରେକର୍ଡ କରିବା ପାଇଁ ପ୍ରତିଗଛର ୧୦ ସେଣ୍ଟିମିଟର ଦୂରରେ ଅଲ୍‌ଟ୍ରାସୋନିକ୍‌ ମାଇକ୍ରୋଫୋନ ଲଗାଯାଇଥିଲା। ସଂଗୃହୀତ ଶବ୍ଦର ଫ୍ରିକ୍ୱେନ୍ସି ୨୦ରୁ ୨୫୦ କିଲୋହର୍ଜ ରହିଛି। କାନ୍ଦକୁ ମାପିବା ପାଇଁ ବିଶେଷପ୍ରକାର ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ (ଏଆଇ) ଆଲଗୋରିଦିମ୍‌ର ବ୍ୟବହାର କରାଯାଇଥିଲା। ଅଧିକ ଅବସାଦଗ୍ରସ୍ତ ଗଛ ଅଧିକମାତ୍ରାରେ ଶବ୍ଦ ବାହାର କରେ। ଜଳ ପାଇଁ କିମ୍ବା କୌଣସି କାରଣରୁ ଆଘାତ ପାଇଥିବା ଉଦ୍ଭିଦ ଘଣ୍ଟା ପ୍ରତି ଡଜନ୍‌ରୁ ଅଧିକ ଥର ଶବ୍ଦ କରନ୍ତି ବୋଲି ଗବେଷକ ଲିଲାଚ ହାଦାନି କହିଛନ୍ତି। ଜଳକୁ ନେଇ ଗଛଙ୍କଠାରେ ଦେଖାଯାଉଥିବା ଅବସାଦକୁ ରୋକିହେବ। ସେନ୍ସରର ପ୍ରୟୋଗ ଦ୍ୱାରା ଗଛ କେତେବେଳେ ଜଳ ଦରକାର କରୁଛି ତାହା ସହଜରରେ ଜାଣିହେବ। ତେବେ ଏହା କୃଷି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ, ଯାହା ଦ୍ୱାରା ଜଳ ଅପଚୟ ମଧ୍ୟ ରୋକି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri