ବିପଦପୂର୍ଣ୍ଣ ଭାବେ ଝୁଲୁଛି ଗଛଡାଳ

ରାଉରକେଲା ଅଫିସ୍‌,୨୧।୪: ରାଉରକେଲା ସହର ମୁଖ୍ୟ ମାର୍ଗ ଡେଲିମାର୍କେଟ ଶୁଦ୍ଧ ଭୋଜନାଳୟ ସମ୍ମୁଖରେ ଏକ ପିପ୍ପଲ ବୃକ୍ଷର ଶୁଖିଲା ଶାଖା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ଗତ କିଛିଦିନ ତଳେ ଏହି ବୃକ୍ଷର ଗୋଟିଏ ଶାଖା ପବନ ଯୋଗୁ ତଳେ ପଡି ଯାଇଥିଲା। ଶାଖାଟି ତଳେ ପଡିବା ସମୟରେ ବୃକ୍ଷତଳେ କେହି ନ ଥିଲେ। ବର୍ତ୍ତମାନ ଏହି ବୃକ୍ଷର ଆଉ ଏକ ବିଶାଳ ଶାଖା ସମ୍ପୂର୍ଣ୍ଣ ଶୁଖିଯାଇ ମୁଖ୍ୟରାସ୍ତା ଆଡକୁ ଝୁଲି ରହିଛି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଯାତ୍ରୀ ଯିବାଆସିବା କରୁଛନ୍ତି। ଏଣୁ ବୃକ୍ଷଶାଖା ତଳକୁ ଛିଣ୍ଡିଯିବା ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ରାଉରକେଲା ବନ ବିଭାଗ ତରଫରୁ ଉକ୍ତ ଗଛଡାକ କାଟିବା ପାଇଁ ସାଧାରଣରେ ଦାବି ହେଉଛି।