ଯାତ୍ରୀ ଚାହିଦା ଭିତ୍ତିରେ ଗଡ଼ିବ ଟ୍ରେନ୍‌

ନୂଆଦିଲ୍ଲୀ: ଯାତ୍ରୀ ଚାହିଦାକୁ ନଜରରେ ରଖି ରେଲଓ୍ବେ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଯୋଜନା ରଖିଛି। ସେହିଭଳି ୨୦୨୪ ସୁଦ୍ଧା ବର୍ତ୍ତମାନର ଓ୍ବେଟିଂ ଲିଷ୍ଟ ତାଲିକାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାବାଦ୍‌ ରେଲଓ୍ବେ ମାଲବାହୀ ଟ୍ରେନ ଚଳାଚଳକୁ ବଢ଼ାଇବା ନେଇ କାର୍ଯ୍ୟପନ୍ଥା ହାତକୁ ନେଉଛି। ରେଲଓ୍ବେରେ ମାଲବାହୀ ଟ୍ରେନ ଚଳାଚଳର ଅଂଶ ବର୍ତ୍ତମାନ ୨୭% ରହିଛି। ୨୦୩୦ ବେଳକୁ ଏହାକୁ ୪୫% ଯାଏ ବଢ଼ାଯିବାକୁ ଯୋଜନା ରଖାଯାଇଛି। ଏହିସବୁ ଯୋଜନା ନ୍ୟାଶନାଲ ରେଲ ପ୍ଲାନ୍‌ର ଅଂଶ ବିଶେଷ ବୋଲି ଜଣାପଡିଛି।
ଭାରତୀୟ ରେଲଓ୍ବେ ବର୍ତ୍ତମାନ ୨୦୨୪ ଭିଜନ ସହ ଅଗ୍ରସର ହେଉଛି। ଫ୍ରେଟ୍‌ ମୁଭମେଣ୍ଟ ବା ମାଲ ପରିବହନ ୨ ହଜାର ୨୪ ନିୟୁତ ଟନକୁ ବଢାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଏହା ୨୦୧୯ରେ ୧୨୧୦ ନିୟୁତ ଟନ୍‌ ଥିଲା। ଗତ ବର୍ଷ ମୋଟ ଜାତୀୟ ମାଲ ପରିବହନ ୪,୭୦୦ ନିୟୁତ ଟନ ରହିଛି। ଏହା ମଧ୍ୟରୁ ୨୭% ଅଂଶ ରେଲଓ୍ବେର ରହିଛି। ୨୦୨୬ ଯାଏ ମୋଟ ଜାତୀୟ ମାଲ ପରିବହନ ୬,୪୦୦ ନିୟୁତ ଟନ୍‌ରେ ପହଞ୍ଚାଇବା ନେଇ ଭାରତୀୟ ରେଳ ଅନୁମାନ ଲଗାଇଛି। ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ ଶୁକ୍ରବାର କହିଛନ୍ତି, ଏହି ଯୋଜନା ସବୁକୁ କାର୍ଯ୍ୟକାରୀ କରାଇବା ଲାଗି ରେଲଓ୍ବେକୁ ୨.୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ଖର୍ଚ୍ଚ କରିବାକୁ ପଡିବ। ଜାତୀୟ ରେଳ ପ୍ଲାନ୍‌ର କାର୍ଯ୍ୟକାରିତା ନେଇ ଅଂଶୀଦାରଙ୍କ ପରାମର୍ଶ ନିଆଯିବ। ଚଳିତ ମାସରେ ଏହି ଯୋଜନାକୁ ଚୂଡାନ୍ତ ରୂପ ଦେବା ନେଇ ଆଶାବାଦୀ ବୋଲି ଯାଦବ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି, ରେଲଓ୍ବେର ଅପରେଟିଂ ଖର୍ଚ୍ଚକୁ କମ୍‌ କରିବା ଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ରେଳ ମାଲ ଭଡ଼ାକୁ ମଧ୍ୟ ବ୍ୟବହାରିକ ରୂପ ଦିଆଯିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ୨୦୨୪ ପର୍ଯ୍ୟନ୍ତ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି। ସେହିଭଳି ଯୋଜନା ସବୁକୁ ଆଗକୁ ବଢାଇବା ଲାଗି ପୁଞ୍ଜି ଖର୍ଚ୍ଚ କରାଯାଇଛି। କରୋନା ଯୋଗୁ ଗତ କିଛି ମାସ ହେବ ରେଲଓ୍ବେ ଟ୍ରାଫିକ ବନ୍ଦ ରହିଛି। ଫଳରେ ଯାତ୍ରୀବାହୀ ଟ୍ରେନ ରାଜସ୍ବରେ ରେଲଓ୍ବେକୁ ଗଭୀର କ୍ଷତି ସହିବାକୁ ପଡିଛି। ଚଳିତ ବର୍ଷ ପାସେଞ୍ଜର ଟ୍ରେନ୍‌ରୁ ରାଜସ୍ବ ବାବଦ ପ୍ରାୟ ୧୫,୦୦୦ କୋଟି ଟଙ୍କା ଆସିବା ନେଇ ରେଲଓ୍ବେ ଆକଳନ କରିଛି। ଗତ ବର୍ଷ ଏହା ୫୩ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହି ରାଜସ୍ବ ୪,୬୦୦ କୋଟି ଟଙ୍କା ରହିଛି। ଏହାବାଦ ମାଲ ପରିବହନ ଏବଂ ଲୋଡିଂରେ ୧୦% ବୃଦ୍ଧି ପରିଲକ୍ଷିତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri