ଦବିଲା ଟ୍ରେନ୍‌ ଲାଇନ୍‌, ଅଟକିଲା ଟ୍ରେନ୍‌

ବାଲେଶ୍ୱର,୪ା୧୦(ମାନସ ବିଶ୍ୱାଳ): ଟ୍ରେନ୍‌ ଲାଇନ୍‌ ଦବିଲା ପରେ ଅଟକି ରହିଲା ଟ୍ରେନ୍‌। ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଦବିଗଲା। ଅଧା ବାଟରେ ଅଟକିଲା ଟ୍ରେନ୍‌।

ସୂଚାନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ପ୍ରବଳ ବର୍ଷା ହୋଇଥିଲା। ଫଳରେ ବାଲେଶ୍ୱର ହଳଦୀପଦା ଷ୍ଟେଶନ ମଝିରେ ଥିବା ଅମରା ବ୍ରିଜ୍‌ ନିକଟରେ ଡାଉନ୍‌ ଲାଇନ୍‌ ଦବି ଯାଇଛି। ଯାହା ଫଳରେ ଉକ୍ତ ଟ୍ରାକ୍‌ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଲାଇନ୍‌ରେ ମାତ୍ର ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଟ୍ରେନ୍‌, ଡାଉନ୍‌ ଲାଇନ୍‌ରେ ଆସୁଥିବା ଭଦ୍ରକ-ଖଡ଼ଗପୁର ଲୋକାଲ ଅମରା ବ୍ରିଜ୍‌ ନିକଟରେ ଅଟକି ରହିଛି। ଟ୍ରେନ୍‌ରେ ଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଯାତ୍ରୀ ଟ୍ରାକ୍‌ ଉପରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି।