ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା ସ୍ଥିତି

କେନ୍ଦ୍ରାପଡ଼ା ଅଫିସ, ୨୮। ୮: କେନ୍ଦ୍ରାପଡ଼ା ଜିଲାରେ ଗତ ତିନିଦିନ ମଧ୍ୟରେ ୧୮୮୦ ମିଲିମିଟର ବର୍ଷା ହୋଇଛି। ଏଥିସହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ଜିଲାର ୫୫ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରାୟ ୯୦ ହଜାର ହେକ୍ଟର ଜମି ପାଣି ଘେରରେ ଅଛି। ମହାକାଳପଡା, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ଆଦି ବ୍ଲକର ଶତାଧିକ ଗ୍ରାମକୁ ଯୋଗାଯୋଗ ବ୍ୟାହତ ହୋଇଛି ା ଏହି ସମସ୍ତ ଗ୍ରାମକୁ ଆମ୍ବୁଲାନ୍ସ, ଫାୟାର ସର୍ଭିସ ପରି ଜରୁରୀ ସେବା ପହଞ୍ଚିପାରୁ ନାହିଁ। ସେହିପରି ଚିହ୍ନଟ ହୋଇଥିବା ୨୪ ଦୁର୍ବଳ ନଦୀବନ୍ଧ ସ୍ଥାନ ସହିତ ଚଳିତ ବର୍ଷାରେ ନଷ୍ଟ ହୋଇଥିବା ନଦୀବନ୍ଧ ନିକଟବର୍ତ୍ତୀ ଗ୍ରାମର ଅଧିବାସୀଙ୍କୁ ବନ୍ୟା ଆଶଙ୍କା ଘାରିଛି। ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମୁତୟନ କରାଯାଇଥିବା ବେଳେ ଜିଲାର ବିଭିନ୍ନ ଅଧିକାରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରୁଛନ୍ତି ା ଜିଲା ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ଲୁଣା ନଦୀର ଜଳସ୍ତର ଦାନପୁର ଓ ମାର୍ଶାଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ ତଳେ ଅଛି। ଚିତ୍ରୋତ୍ପଳା ନଦୀର ଜଳସ୍ତର ପାଟକୁରାଠାରେ ବିପଦ ସଙ୍କେତଠାରୁ ୩ ଫୁଟ ତଳେ ଅଛି। ବ୍ରାହ୍ମଣୀ ନଦୀର ଜଳସ୍ତର ଇନ୍ଦୁପୁରଠାରେ ବିପଦ ସଙ୍କେତଠାରୁ ୧ମିଟର କମ୍‌ ଥିବାବେଳେ ଅଳଭାଠାରେ ବିପଦ ସଙ୍କେତ ଉପରେ ଅଛି। ଏହି ସବୁ ନଦୀରେ ବନ୍ୟା ଜଳ କ୍ରମଶ ବଢ଼ୁଥିବା ବେଳେ ପାଇକା, ଗୋବରୀ, ମହାନଦୀ, ଖରସ୍ରୋତା, ହଂସୁଆ ଆଦିର ଜଳସ୍ତର ବଢ଼ିଚାଲିଛି। ସେହିପରି ଗୋବରୀ ନଦୀ କେନ୍ଦ୍ରାପଡା ସହରାଞ୍ଚଳର ଦୁର୍ଦ୍ଦଶା ବଢ଼ାଇଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ବ୍ରାହ୍ମଣୀ ସିଷ୍ଟମରେ ଥିବା ବଙ୍ଗାଳିଢ଼ଇ, ସତୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ନୀଳକଣ୍ଠପୁର, ଖଡିପାଳ, ଆଗେଡିଆ, ବାଲିପାଟଣା, ବଛରା, ମାଣ୍ଡପଡା ଆଦି ଅଞ୍ଚଳ ବନ୍ୟାଜଳ ଦ୍ୱାରା ବିଶେଷ କ୍ଷତି ହୋଇପାରେ। ସେହିପରି ଆଳି, ରାଜନଗର, ରାଜକନିକା, ମହାକାଳପଡା ବ୍ଲକର ୧୫୩ ଗଁାକୁ ବନ୍ୟାଜଳ ପଶିବା ସମ୍ଭାବନା ଅଛି। ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଥିବା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି ା ଅପରପକ୍ଷେ ଜଳ ନିଷ୍କାସନ ହୋଇପାରି ନଥିବାରୁ କୃଷକ ନେତା ଗୟାଧର ଧଳ, ହଳଧର ଦାଶ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି ା ସେମାନେ କହିଛନ୍ତି, ଲଘୁଚାପ ବର୍ଷାରେ ୧୦ଦିନ ଧରି ପାଣି ଜମିରହି ଫସଲ ନଷ୍ଟ ହୋଇଛି। ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ନ ମିଳିଲେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ହେବ। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ସମ୍ଭାବ୍ୟ ବନ୍ୟା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ପ୍ରଶାସନିକ ଅଧିକାରୀ ଏହାର ତଦାରଖ କରୁଛନ୍ତି। ଜଳ ନିଷ୍କାସନ ସରିବା ପରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ତଦନ୍ତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri