ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ଦ୍ୱାର ହୋଇଥିବାରୁ ଯାନବାହାନ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି ା ସହରର କୋର୍ଟ ଛକ, ଚୋରଦା ଛକ, ଚୋରଦା ବାଇପାସ, ଗୋପବନ୍ଧୁ ଛକ, ଦଳା ଛକ, ଡାକବଙ୍ଗଳା ଛକରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ା ଏହି ସହରରେ ଟ୍ରାଫିକ୍‌ ପୋଲିସର ବ୍ୟବସ୍ଥା ନ ଥିବାରୁ ତାହା ଗୁରୁତର ରୂପ ନେଇଛି ା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ା ଏହାକୁ ନେଇ ସହରରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ା ବିଭିନ୍ନ ସଙ୍ଗଠନ ଓ ସହରବାସୀଙ୍କ ପକ୍ଷରୁ ଟ୍ରାଫିକ୍‌ ସମସ୍ୟାର ନିରାକାରଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ ବୋଲି ଅଭିଯୋଗ ହୋଇଛି ା

ସୂଚନାଯୋଗ୍ୟ,୨୦୦୯ରେ ତତ୍କାଳୀନ ଯାଜପୁର ଏସ୍‌ପି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟ୍ରାଫିକ ପୋଲିସ ନିଯୁକ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ ା ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଗୃହ ବିଭାଗକୁ ପଠାଇଥିଲେ । ଇତିମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଫାଇଲ ନାଲିଫିତା ତଳେ ଚାପି ହୋଇ ରହିଛି । ଚୋରଦା, ଚୋରଦା ବାଇପାସ୍‌, ଫାୟାର ଷ୍ଟେଶନ ଛକ, ଧାଳଗିରି, ବେଣାପୁର ଛକରେ ଟ୍ରାଫିକ ସିଗ୍‌ନାଲ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତାବ ଗୃହ ବିଭାଗକୁ ପଠାଯାଇଥିଲା । କିନ୍ତୁ ଏ ସମ୍ପର୍କରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଗ୍ରୀଷ୍ମ ପ୍ରବାହ ଚାଲିଥିଲା ବେଳେ ପୂର୍ବାହ୍ନ ଓ ଅପରାହ୍ନରେ ସହରର ଛକରେ ଅସମ୍ଭବ ଭିଡ଼ ହେଉଛି ।

ଅନ୍ୟପକ୍ଷେ ଗୋପବନ୍ଧୁ ଛକ ଓ ଡାକବଙ୍ଗଳା ଛକ ନିକଟରେ ଥିବା ରେଳ ଫାଟକ ଘଣ୍ଟା ଘଣ୍ଟା ଧରି ପଡିରହିବା ଦ୍ୱାରା ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ା କଳିଙ୍ଗନଗର ଶିଳ୍ପାଞ୍ଚଳର କର୍ମଚାରୀମାନଙ୍କୁ ନେବା ଆଣିବାରେ ନିୟୋଜିତ ଶତାଧିକ ବସ୍‌ ଓ ଯାନବାହାନ ଟ୍ରାଫିକ୍‌ ସମସ୍ୟାକୁ ଅଧିକ ଜଟିଳ କରୁଛି ା ଯାହାଫଳରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଗାଡ଼ିଗୁଡ଼ିକ ବହୁ ଘଣ୍ଟା ଧରି ଟ୍ରାଫିକରେ ଫସି ରହୁଛି ା ଯାଜପୁରରୋଡ଼ ପୋଲିସ ପକ୍ଷରୁ ନାମକୁ ମାତ୍ର କିଛି ହୋମଗାର୍ଡଙ୍କୁ ବିଭିନ୍ନ ଛକରେ ମୁତୟନ କରାଯାଇଛି । ସେମାନେ ଟ୍ରାଫିକ ନିୟମ ବିଷୟରେ ଅନଭିଜ୍ଞ ଥିବାରୁ ଟ୍ରାଫିକ ନିୟନ୍ତ୍ରଣରେ ବିଫଳ ହେଉଛନ୍ତି ବୋଲି ସହରବାସୀ କହିଛନ୍ତି ା

ଏସମ୍ପର୍କରେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ସହରର ମୁଖ୍ୟ ଛକରେ ଜଣେ ହୋମଗାର୍ଡ ଓ ଜଣେ କନ୍‌ଷ୍ଟେବଳ ମୁତୟନ କରାଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି। ଅଧିକାଂଶ ସମୟରେ ଶିଳ୍ପାଞ୍ଚଳ ବସ୍‌ଗୁଡ଼ିକ ରାସ୍ତାରେ ଯିବା ଆସିବା ଦ୍ୱାରା ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି ା ପୋଲିସ ପକ୍ଷରୁ ସହରର ଟ୍ରାଫିକ ସମସ୍ୟା ଯଥା ସମ୍ଭବ ନିୟନ୍ତ୍ରଣ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri