କଠୋର ହେଲା ଟ୍ରାଫିକ ପୋଲିସ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଗକୁ ହକି ବିଶ୍ୱକପ୍‌ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାର ସୁପରିଚାଳନା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବେଆଇନ୍‌ ପାର୍କିଂ ଉପରେ ରୋକ୍‌ ଲଗାଇବା ପାଇଁ କଡ଼ା ଆଭମୁଖ୍ୟ ଗ୍ରହଣ କରାଯାଉଛି। ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ୟୁନିଟ୍‌-୧ ମାର୍କେଟ୍‌, ଜୟଦେବ ବିହାର, ନୟାପଲ୍ଲୀ, ସିଆର୍‌ପି ଓ ପଟିଆ ଆଦି ଅଞ୍ଚଳରୁ ଟ୍ରାଫିକ୍‌ ସମସ୍ୟା କମାଇବା ପାଇଁ ପଦକ୍ଷେପ ନିଆଯାଉଛି। ମୋଟର ଭେହିକିଲ୍‌ ଆକ୍ଟ ୨୦୧୯ ଅନୁସାରେ ବେଆଇନ୍‌ ପାର୍କିଂ କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଏହି କ୍ରମରେ ରବିବାର ସହରର ବିଭିନ୍ନ ସ୍ଥାନରୁ ୨୫ଟି ଗାଡ଼ି ଜବତ କରାଯାଇ ସେମାନଙ୍କ ଠାରୁ ୨୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୁଇଟି ଟ୍ରାଫିକ୍‌ ପୋଲିସ୍‌ ଷ୍ଟେଶନ୍‌ (ଏଜି ଛକ ଓ ଚନ୍ଦ୍ରଶେଖରପୁର)କୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଦୁଇଟି କ୍ରେନ୍‌ ନିୟୋଜିତ ଥିବା ଜଣାପଡ଼ିଛି। ତେବେ ଜବତ ଗାଡ଼ିଗୁଡ଼ିକର ମାଲିକମାନେ ‘ସାରଥି’ କିମ୍ବା ‘ବାହନ’ ଆପ୍‌ ମାଧ୍ୟମରେ ଯୋଗାଯୋଗ କରି ଗାଡ଼ି ସମ୍ପର୍କିତ ତଥ୍ୟ ଏବଂ ଜରିମାନା ଦେଇ ସେମାନଙ୍କ ଗାଡ଼ି ନେଇପାରିବେ। ବେଆଇନ୍‌ ପାର୍କିଂ ବାବଦରେ ୫୦୦ ଟଙ୍କା ସହ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ବାବଦକୁ ଅତିରିକ୍ତ ଦେୟ ପୈଠ କରିବାକୁ ପଡ଼ିବ।
ସୂଚନାଥାଉ କି, ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସେହିପରି ଟ୍ରାଫିକ ପରିଚାଳନାକୁ ବ୍ୟବସ୍ଥିତ କରିବା ଦିଗରେ ଟ୍ରାଫିକ୍‌ ପୋଲିସ୍‌ ପକ୍ଷରୁ ବିଡିଏକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସହରରେ ୪୨ ପାର୍କିଂ ଜୋନ୍‌ ଥିବା ବେଳେ ପୁଣି ଥରେ ପାର୍କିଂ ଜୋନ୍‌ ଚିହ୍ନଟ କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ମ୍ୟାପ୍‌ ମାଧ୍ୟମରେ ପାର୍କିଂ ଜୋନ୍‌ ଏବଂ ନୋ ପାର୍କିଂ ଜୋନ୍‌ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯିବ। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ସିସି କ୍ୟାମେରା ସଂଖ୍ୟା ମଧ୍ୟ ବଢ଼ାଯିବ। ଗଳିରେ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ଜୋନାଲ ଏସିପି ମାନଙ୍କ ସୂଚନା କ୍ରମେ ସିସିଟିଭି ସଂଖ୍ୟା ବଢ଼ାଯାଇପାରେ। କଳିଙ୍ଗ ଷ୍ଟାଡିୟମ ଗେଟ୍‌-୩ ଓ ଗେଟ୍‌-୮ରେ ଏନ୍‌ପିଆର କ୍ୟାମେରା ଲଗାଇବା ପାଇଁ ଟ୍ରାଫିକ୍‌ ପୋଲିସ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଏସିପି (ଟ୍ରାଫିକ) ସ୍ବସ୍ତିିକ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସହରର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇ ସିସିଟିଭି କ୍ୟାମେରା ଲଗାଯିବ। ବେଆଇନ୍‌ ପାର୍କିଂ ରୋକିବା ପାଇଁ ନିୟମ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ନିୟମ ଊଲ୍ଲଂଘନ କଲେ ଇ-ଚାଲାଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯିବ। ଅନ୍ୟପଟେ ରାଜମହଲ ଓ ଶହୀଦନଗରରେ ନିର୍ମାଣ କରାଯାଇଥିବା ମଲ୍ଟି କାର୍‌ ପାର୍କିଂକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇ ପାର୍କିଂ ସମସ୍ୟାକୁ କମାଇବା ଦିଗରେ ମଧ୍ୟ ଯୋଜନା କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri