ସ୍କୁଟି ହେଡଲାଇଟ୍‌ରେ ବ୍ରାଉନସୁଗାର ରଖି ଚାଲିଥିଲା ବେପାର

ଭୁବନେଶ୍ୱର,୧୧।୪(ବ୍ୟୁରୋ): ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର। ଏଭଳି ଏକ ଘଟଣା ଘଟିଛି। ରାଜଧାନୀ ଭୁବନେଶ୍ୱରରେ। ପୋଲିସ ଆଖିରୁ ଖସିଯିବା ପାଇଁ ଅଭିଯୁକ୍ତଙ୍କ ଆପଣାଇଛନ୍ତି ଅଭିନୟ ଉପାୟ। ଏଭଳି ଉପାୟରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କ୍ୟାପିଟାଲ ଥାନା ଅଧୀନ କେଦାରପଲ୍ଲୀ ବସ୍ତିରୁ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ସଞ୍ଜୟ ନାୟକ। ଜବତ ବ୍ରାଉନସୁଗାର ଆନୁମାନିକ ମୁଲ୍ୟ ୧ ଲକ୍ଷ ୧୨ ହଜାର। ପୋଲିସ ଆଖିରୁ ଖସିଯିବା ପାଇଁ ସ୍କୁଟି ହେଡ୍‌ ଲାଇଟ୍‌ ଭିତରେ ଛୋଟ ଛୋଟ ପୁଡିଆ କରି ସଞ୍ଜୟ ବ୍ରାଉନସୁଗାର ରଖି ବେପାର କରୁଥିଲେ।