ଇଟାଭାଟିରେ ନାବାଳକଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର : ହତ୍ୟା ଅଭିଯୋଗ ଆଣିଲେ ମା’ବାପା

ଜଳେଶ୍ୱର, ୨୨।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନରେ ଗଢି ଉଠିଥିବା ବେଆଇନ ଇଟାଭାଟି ଅଞ୍ଚଳରେ ଶନିବାର ଖେଳୁଥିବା ବେଳେ ଏକ ୮ବର୍ଷର ବାଳକଙ୍କ ଉପରେ ଟ୍ରାକ୍ଟର ମାଡ଼ିଯାଇଥିଲା। ଏହି ଘଟଣାକୁ ନାବାଳକଙ୍କ ମା’ ବାପା ସହଜରେ ଗ୍ରହଣ କରିପାରି ନ ଥିଲେ। ତାଙ୍କ ଉପରେ ଟ୍ରାକ୍ଟର ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ କରି ଉତ୍ତେଜନା ସୃଷ୍ଟି କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏହାସହ ଟ୍ରାକ୍ଟର ଜବତ କରାଯାଇ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।
ଜଳେଶ୍ୱର ଥାନା ଶିଖରପୁରଠାରେ ଥିବା ଉକ୍ତ ଇଟାଭାଟିରେ ନାବାଳକଙ୍କ ମା’ ବାପା ଶ୍ରମିକ ଭାବେ କାମ କରୁଥିଲେ। ଏମାନଙ୍କ ଘର ଝାଡ଼ଖଣ୍ଡରେ। ସକାଳ ପ୍ରାୟ ସାଢେ ୮ଟା ବେଳେ ପରମଜିତ ଓ ତାଙ୍କ ସ୍ତ୍ରୀ ଇଟାଭାଟିରେ କାମ ବ୍ୟସ୍ତ ଥିବା ବେଳେ ତାଙ୍କ ପୁଅ ଶୀବମ ପାଖରେ ଖେଳୁଥିଲେ। ଏହି ସମୟରେ ଏକ ମାଟି ବୋଝେଇ ଟ୍ରାକ୍ଟର ଚଢିଯାଇଥିଲା। ଘଟଣାସ୍ଥଳରେ ନାବାଳକଙ୍କ
ମୃତ୍ୟୁ ହୋଇଯାଇଥିଲା।