ଏହି ଦାବି ନେଇ ଟ୍ରାକ୍ଟର ମାଲିକଙ୍କ ମେଳି: କହିଲେ ମନ ଇଚ୍ଛା ଜରିମାନା ବନ୍ଦ କର, ନଚେତ୍‌…

ପାଟଣା,୨୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଗଠିତ ବୈତରଣୀ ଟ୍ରାକ୍ଟର ମାଲିକ ସଂଘ ଗୁରୁବାର ପାଟଣା ଷ୍ଟାଡିୟମରେ ପ୍ରଶାସନର ମନ ଇଚ୍ଛା ଜରିମାନାକୁ ବିରୋଧ କରି ଏକ ସଭା ଅନୁଷ୍ଠିତ ହୋଇଛି। ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ଅନୁଷ୍ଠିତ ହୋଇଛି। ପାଟଣା ଓ ସାହାରପଡ଼ା ତହସିଲ ଅଞ୍ଚଳରେ କୌଣସି ସ୍ବୀକୃତିପ୍ରାପ୍ତ ଲଘୁ ଖଣିଜ ସଂପଦ ଉତ୍ସ, ବାଲି, ମୋରମ, ମାଟି, ପଥର ଖଣି ନଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ , ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ନିର୍ମାଣ କାର୍ଯ୍ୟ, ରାସ୍ତା ଘାଟ, ସରକାରୀ ବେସରକାରୀ କୋଠା ନିର୍ମାଣ କିଭଳି ହେବ ସେନେଇ ଉଦବେଗ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଲଘୁ ଖଣିଜ ସମ୍ପଦ ଉତ୍ସ ନଥିବାରୁ ବେଆଇନ ଉତ୍ସରୁ ବାଲି ଉତ୍ତୋଳନ କଲେ ଖଣି ବିଭାଗ, ପୋଲିସ, ବନ ବିଭାଗ ଏବଂ ତହସିଲ ଅଧିକାରୀ ଚଢାଉ କରି ଟ୍ରାକ୍ଟର ପିଛା ଲକ୍ଷାଧିକ ଟଙ୍କା ଜରିମାନା ଓ ଟ୍ରାକ୍ଟରଗୁଡ଼ିକୁ ଜବତ କରି ପାଟଣା ଥାନା ଓ ରେଞ୍ଜ କାର୍ଯ୍ୟାଳୟରେ ରଖିବା ନେଇ ବୈଠକରେ ନିନ୍ଦା କରଯାଇଛି। ତୁରନ୍ତ ଜିଲା ପ୍ରଶାସନ ବନ୍ଦ ଥିବା କ୍ୱାରୀ କୁ ଅନୁମତି ଦେବା କିମ୍ବା ଟେମ୍ପୋରାରି ଟ୍ରାଞ୍ଜିଟ ପାସ୍‌ ଦେବା ଦାବିରେ ଫେବୃଆରୀ ୨ ତାରିଖରେ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ବୈତରଣୀ ଟ୍ରାକ୍ଟର ମାଲିକ ସଂଘ ଦାବିପତ୍ର ଦେବାକୁ ଆଜିର ସଭାରେ ନିଷ୍ପତ୍ତି ହୋଇଛି। ବୈଠକରେ ଟ୍ରାକ୍ଟର ମାଲିକ ସଂଘ ଉପସଭାପତି ଅମିତାଭ ସେଠୀ, ସମ୍ପାଦକ ଦିବ୍ୟଲୋଚନ ମହାନ୍ତ, ସହ ସମ୍ପାଦକ ରବି ନାରାୟଣ ସାହୁ, କୋଷାଧ୍ୟକ୍ଷ ସୁନୀଲ କୁମାର ସେଠୀ, ପରାମର୍ଶଦାତା ପ୍ରହଲ୍ଲାଦ ପଲେଇ, ମାଲିକ ସୁବ୍ରତ କୁମାର ଦାଶ, ରମେଶ ଚନ୍ଦ୍ର ମହାନ୍ତ, ସୁଜିତ କୁମାର ଦାଶ, ହିମାଂଶୁ ଦାଶ, ମେଘନାଦ ମହାନ୍ତ, ଅମରେଶ ମିଶ୍ର, ଉଦିତ ନାରାୟଣ ଚୌଧୁରୀ, ଭରତ ଚନ୍ଦ୍ର ମହାନ୍ତ, ରଞ୍ଜିତ କୁମାର ମହାନ୍ତ, ଘନଶ୍ୟାମ ସାହୁଙ୍କ ସହ ଶତାଧିକ ଟ୍ରାକ୍ଟର ମାଲିକ ସାମିଲ ହୋଇଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା…

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

୨୧୧ ଯାତ୍ରୀକୁ ନେଇ ଯାଉଥିବା ଇଣ୍ଡିଗୋ ବିମାନରେ ଧକ୍କା ହେଲା ପକ୍ଷୀ, ଆଉ ତା’ପରେ…

ନୂଆଦିଲ୍ଲୀ,୨୯।୧: ଗୋଆରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଶମଶାବାଦ) ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୁଧବାର ପକ୍ଷୀ ଧକ୍କା ହୋଇଥିଲା। ବିମାନ ଭିତରେ ୨୧୧ ଜଣ ଯାତ୍ରୀ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

୧,୨,୩,୪,୫…ଲଗାତର ଶତକ ପରେ ଷଷ୍ଠ ଶତକ ପୂର୍ବରୁ ହେଲା ବଡ଼ ଓଲଟପାଲଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ,୨୯।୧:ଟେଷ୍ଟ କ୍ରିକେଟ ପ୍ରାୟ ୧୫୦ ବର୍ଷ ଧରି ଖେଳାଯାଉଛି, କିନ୍ତୁ ଏହି ଫର୍ମାଟର ଇତିହାସରେ କେବଳ ଜଣେ ବ୍ୟାଟସମ୍ୟାନ ଲଗାତାର ପାଞ୍ଚଟି ଇନିଂସରେ ଶତକ ହାସଲ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri