ନବୀନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର, କହିଲେ ଭାଜପା ଆସିବା ପରେ ଓଡ଼ିଶାବାସୀ…

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଗୁରୁବାର ଭବାନୀପାଟଣା ମିଡ୍‌ ଟାଉନଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ଓ ଅଦିତୀୟ ନେତା।  ଓଡ଼ିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଏବେ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି।ଏଣୁ ଆଗାମୀ ୨୦୨୯ରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ବିଧାୟକ ହିସାବରେ ଅନେକ ଜାଗାକୁ ଅତିଥି ହିସାବରେ ଆମେ ଯାଇଥାଉ। ବଲାଙ୍ଗୀରର ଏକ ଫୁଟବଲ ଟୁର୍ନାମେଣ୍ଟକୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍‌ ଦେବା ସମୟରେ ଉଲ୍ଲେଖ କରିଥିଲି ଯେ, କଳିକେଶ ଜଣେ ଜାତୀୟ ସ୍ତରର ରାଇଫଳ ଖେଳାଳି ଏବଂ ଜାତୀୟ ରାଇଫଳ ଆସୋସିଏଶନର ସଭାପତି ମଧ୍ୟ ଅଛନ୍ତି। ସେ ଜଣେ ଭଲ ପୂର୍ବତନ ଏମ୍‌ପି, ବର୍ତ୍ତମାନର ଯୁବ ବିଧାୟକ ଅଟନ୍ତି। ସେ ଜଣେ ଭଲ ସ୍ପୋଟର୍‌ସ ମ୍ୟାନ ମଧ୍ୟ। ତେଣୁ ଆଗାମୀ ଯୁବପିଢ଼ି ତାଙ୍କୁ ଜଣେ ରୋଲ ମଡେଲ ଭାବରେ ଗ୍ରହଣ କରି ଆଗକୁ ବଢ଼ିପାରିବେ ବୋଲି ମତାମତ ଦେଇଥିଲି। ରାଜ୍ୟ ସ୍ତରରେ ଯୁବକମାନଙ୍କ ନେତୃତ୍ୱ ନେବା ପାଇଁ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶଂସା କରିବା ସହିତ ତାଙ୍କ ଜେଜେବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲି। ବଲାଙ୍ଗୀରରେ ଦେଇଥିବା ମୋ ବାଇଟ୍‌ ଓ ଅଭିଭାଷଣକୁ କିଛି ଗଣମାଧ୍ୟମ କଟ୍‌ କରି ଉପସ୍ଥାପନା କରୁଛନ୍ତି। ତେଣୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ମୁଁ କହିବାକୁ ଚାହେଁ ଯେ, ଓଡ଼ିଶାର ସର୍ବମାନ୍ୟ ନେତା ଏବଂ ମୋର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଅଦିତୀୟ ଏବଂ ତାଙ୍କର ମାର୍ଗଦର୍ଶନରେ ଆମେ ସମସ୍ତେ ବିଧାୟକ, ଏମ୍‌ପି, ନେତୃମଣ୍ଡଳୀ ତଥା ସମସ୍ତ ଦଳୀୟ କର୍ମକର୍ତ୍ତା କାମ କରୁଛୁ। ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା ଆଗକୁ ବି ଜାରି ରଖିଥିବ। ବର୍ତ୍ତମାନ ସାମ୍ପ୍ରତିକ ସ୍ଥିତିରେ ଚାଷୀ ଅନେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଣ୍ଡିରୁ ଧାନ ଉଠିପାରୁ ନାହିଁ । ମହିଳା ଓ ଯୁବକଙ୍କୁ ଆଜି ରାଜ୍ୟରେ ନିଯୁକ୍ତିର ସୁଯୋଗ ନାହିଁ।

ଏହାବ୍ୟତୀତ ଅନେକେ କ୍ଷେତ୍ରରେ ଏ ସରକାର ବିଫଳ ହୋଇଛି। ତେଣୁ ତୃଣମୂଳ ସ୍ତରରେ ଜନ ଆକ୍ରୋଶ ଦିନକୁଦିନ ବଢ଼ିବାରେ ଲାଗିଛି। ଲୋକ ମନସ୍ଥ କଲେଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯିବା ସହ ୨୦୨୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ଭାଜପା ସରକାରକୁ ଜବାବ ଦେବେ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଆମେ ଯାହା କହିଲେ ବି ଅନ୍ୟ ପ୍ରକାରରେ ଉପସ୍ଥାପନା କରିବାକୁ ପ୍ରଚେଷ୍ଟା କରୁଛନ୍ତି। ଏଣୁ ସେମାନେ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି କଲେଜରେ ନିଶାମୁକ୍ତ ଅଭିଯାନ ସଚେତନତା ସଭା, ନିଶା ଦ୍ରବ୍ୟ ସେବନ ବିରୋଧରେ ଛାତ୍ରୀ ଛାତ୍ର କଲେ ପ୍ରତିଜ୍ଞା

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତି କରଣ ୟୁନିଟ , ଜାତୀୟ ସେବା ସଂସ୍ଥା(ଏନଏସଏସ) ଶାଖା ଏବଂ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri