ଜମିରେ ହଳ କରୁଥିବା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ଗୁରୁତର

କୋକସରା,୯ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଡହଗାଁ ପଞ୍ଚାୟତ ନୂଆଗୁଡ଼ା ଗ୍ରାମ ନିକଟରେ ଚାଷଜମିରେ ଟ୍ରାକ୍ଟରରେ ହଳ କରୁଥିବା ବେଳେ ଅସାବଧାନତା ଯୋଗୁ ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ଟ୍ରାକ୍ଟର ତଳେ ଚାଳକ ଚାପି ହୋଇ ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥବା ବେଳେ ଅବସ୍ଥା ଜଟିଳ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଗୁରୁତର ଡ୍ରାଇଭର ସେହି ନୂଆଗୁଡ଼ା ଗ୍ରାମ ବିଶ୍ୱମ୍ବର ବନ୍ଦିଛୋଡ଼ଙ୍କ ପୁଅ ମୋତିରାମ ବନ୍ଦିଛୋଡ଼ ବୋଲି ଜଣାପଡିଛି। ସେ ନୂଆଗୁଡ଼ା ଗ୍ରାମର ବୈକୁଣ୍ଠ ନିଆଲଙ୍କ ଟ୍ରାକ୍ଟରରେ ଡ୍ରାଇଭର କାମ କରୁଥିଲେ। ଖବର ପାଇବା ପରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।