ବିଦ୍ୟୁତ୍‌ ପାଇଁ କଲବଲ ହେଲେ ସହରବାସୀ

ଅନୁଗୋଳ ଅଫିସ, ୧୩।୬: ଗତ ଦୁଇ ଦିନ ହେଲା ଅନୁଗୋଳରେ ତାତି ନ ଥିଲା। ପାଗ କାଉଁଳିଆ ଥିବାରୁ ଗ୍ରୀଷ୍ମ ପ୍ରବାହ ସେତେଟା ଅନୁଭବ କରିହେଉ ନ ଥିଲା। ହେଲେ ରବିବାର ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅଥୟ ହୋଇପଡ଼ିଥିଲେ। ଏପରି ସମୟରେ ଦୀର୍ଘ ୪ ଘଣ୍ଟା ଧରି ସେକ୍ସନ-୧ରେ ବିଜୁଳି ବିଭ୍ରାଟ ଲୋକଙ୍କୁ କଲବଲ କରିଦେଇଥିଲା। ଏପରି କି ମାତ୍ର ୧୦ ମିନିଟ୍‌ ମରାମତି କାର୍ଯ୍ୟ ପାଇଁ ବିଦ୍ୟୁତ୍‌ ବିଭାଗକୁ ୪ଘଣ୍ଟା ଲାଗିଯାଇଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଅନୁଗୋଳ ବିଦ୍ୟୁତ୍‌ ଡିଭିଜନର ସେକ୍ସନ୍‌-୧ରେ ମଧ୍ୟାହ୍ନରେ ବିଭ୍ରାଟ ଦେଖାଯାଇଥିଲା। ଗୋଟିଏ ସ୍ଥାନରୁ ଜମ୍ପର ଉଡ଼ିଯାଇଥିବାରୁ ସୌଭାଗ୍ୟନଗର, ତାମ୍ରିିତ କଲୋନୀ, ହେମସୁରପଡ଼ା, ଶିକ୍ଷକପଡ଼ା, ପ୍ରଗତିନଗର, କୁମଣ୍ଡର କିଛି ଅଂଶ, ଭଣ୍ଡୁବର, ହୁଲୁରିସିଂହା, ବଣିଆବାହଳ, ଶରଧାପୁର ଆଦି ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଥିଲା। ହେମସୁରପଡା ଅଞ୍ଚଳରେ ଥିବା ଡିଆସି ଛକରେ ଏହି ବିଭ୍ରାଟ ହୋଇଥିଲେ ହେଁ ବିଦ୍ୟୁତ୍‌ ବିଭାଗ ଜାଣିପାରି ନ ଥିଲା। ଏ ନେଇ ସୂଚନା ଦେବାକୁ ଲୋକେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ପର୍କ ହୋଇପାରି ନ ଥିଲା। ପରେ ଅପରାହ୍ନ ୫ଟାରେ ଖବରପାଇ ବିଭାଗୀୟ କର୍ମଚାରୀ ବିଭ୍ରାଟ କେଉଁ କାରଣରୁ ହୋଇଛି ତାହା ଖୋଜିଥିଲେ। ଡିଆଇସି ଛକରେ ବିଭ୍ରାଟ ଖୋଜି ପାଇବା ସହ ମରାମତି କରିଥିଲା। କିନ୍ତୁ ୧୦ ମିନିଟ୍‌ର କାର୍ଯ୍ୟ ପାଇଁ ଦୀର୍ଘ ୪ ଘଣ୍ଟା ଧରି ସହରବାସୀ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଥିଲେ। ଏ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି, ବିଭ୍ରାଟ ସମ୍ପର୍କରେ କୌଣସି ସୂଚନା ନ ଥିଲା। ଖବର ପାଇବା ପରେ ତୁରନ୍ତ ମରାମତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri