ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଦିନରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯାଇ ବୁଲାବୁଲି କରିବା ସହ ରେଷ୍ଟୁରାଣ୍ଟ ଓ ତାରକା ହୋଟେଲରେ ଭଳି କି ଭଳି ସୁସ୍ବାଦ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟ ଓ ତାରକା ହୋଟେଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବଡ଼ଦିନ ଓ ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ସ୍ବତନ୍ତ୍ର ଭାବେ ମ୍ୟୁଜିକାଲ ନାଇଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଦୁଇଦିନ ବଲିଉଡ୍‌ କଣ୍ଠଶିଳ୍ପୀ ସଙ୍କିତ ନନ୍ଦି ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରଥମଥର ତନ୍ଦୁର କବାବ ଫେଷ୍ଟିଭାଲ ଆୟୋଜନ କରାଯିବ। ଏହା ଆସନ୍ତା ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ଫେଷ୍ଟିଭାଲରେ ନୂଆକରି ପ୍ରାୟ ୧୨ଟି ଖାଦ୍ୟ ଗ୍ରାହକଙ୍କୁ ପରଷାଯିବ। ସେଥିମଧ୍ୟରେ ମଟନ ଚପ୍‌ଲି, ସାମି କବାବ, ନସିଲା ମୁର୍ଗ ଟିକା, ତନ୍ଦୁର ସେଜ୍‌ୱାଇନ୍‌ ଚିକେନ୍‌ ଟିକା, ଓରେଗାନୋ ମୁର୍ଗ ଟିକା, ମୁର୍ଗ କଲାମି କବାବ ଇତ୍ୟାଦି ରହିଛି। ଗ୍ରାହକଙ୍କୁ ସୁହାଇଲା ଭଳି ଦର ରହିଛି।
ସୌମ୍ୟାସ୍ମିତା ସାହୁ, ସିଇଓ, ହୋଟେଲ ଶୀତଲ
ସ୍ବତନ୍ତ୍ର ଭାବେ ସିଜ୍‌ଲର୍‌ ଫୁଡ୍‌ ଫେଷ୍ଟିଭାଲ ଆୟୋଜନ କରାଯିବ। ବିଶେଷକରି ନନ୍‌ଭେଜ୍‌ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେଥିମଧ୍ୟରେ ଚିକେନ୍‌ ଷ୍ଟିକ୍‌ ସିଜ୍‌ଲର, ସିଙ୍ଗଡମ୍‌ ଡ୍ରମ୍‌ ସିଜ୍‌ଲର, ସିଙ୍ଗିଙ୍ଗ୍‌ ଚିକେନ୍‌, ଜେରି ଚିକେନ୍‌ ସିଜ୍‌ଲର କବାବ, ଫିଲେଟ୍‌ ଫିସ୍‌ ଉଇଥ୍‌ ବ୍ଲଣ୍ଟ ସିଜ୍‌ଲିଙ୍ଗ୍‌ ଗ୍ଲେଜ୍‌, କୁଙ୍ଗ ପାଓ ମସ୍‌ରୁମ ସିଜ୍‌ଲର, ଥ୍ରୀ ଟ୍ରେଜର ଟେୟାକି ସିଜ୍‌ଲର ଏବଂ ସିଜ୍‌ଲିଙ୍ଗ୍‌ ବ୍ରାଉନି ଉଇଥ୍‌ ଆଇସକ୍ରିମ୍‌ ଇତ୍ୟାଦି ରହିଛି। ଏହି ସବୁ ଖାଦ୍ୟ ୨୯୯ଟଙ୍କାରୁ ଆରମ୍ଭ ହୋଇ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଏହି ସବୁ ସିଜ୍‌ଲର ଖାଦ୍ୟ ଉପଲବ୍ଧ ରହିବ। ଗ୍ରାହକ ଏହାର ମଜା ନେଇପାରିବେ।
ରିତେଶ ନାୟକ, ମ୍ୟାନେଜର,
ଗ୍ରାଣ୍ଡ୍‌ ରେସିଡେନ୍ସ ହୋଟେଲ
ବଡ଼ଦିନ ଓ ନୂଆବର୍ଷ ପାଇଁ ରେଷ୍ଟୁରାଣ୍ଟକୁ ନାଲି ଏବଂ ଧଳା ଥିମ୍‌ରେ ସଜାଯିବ। ଏଥିସହ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରେ ମଙ୍ଗୋଲିଆନ୍‌ କାଉଣ୍ଟର, ତାୱା ଫିସ୍‌ ଓ ଚିକେନ୍‌, ଷ୍ଟିମ୍‌ ମୋମୋ, କଷ୍ଟମାଇଜଡ୍‌ ସୁପ୍‌, ପତ୍ରପୋଡ଼ା ଫିସ୍‌ ଇତ୍ୟାଦି ରହିଛି। ଆସନ୍ତା ୨୫ରୁ ଏହି ଲାଇଭ୍‌ ଫୁଡ୍‌ ସେସନ୍‌ ରେଷ୍ଟୁରାଣ୍ଟରେ ଉପଲବ୍ଧ ହେବ।
ସୌମିତ୍‌ କୁମାର ସାହୁ, ମାଲିକ, ବ୍ଲାଷ୍ଟ ରେଷ୍ଟୁରାଣ୍ଟ
ବଡ଼ଦିନ ଓ ନୂଆବର୍ଷରେ ଲୋକମାନେ ବୁଲାବୁଲି କରିବା ସହ ସ୍ବାଦିଷ୍ଟ ଖାଦ୍ୟର ମଜା ନେଇପାରିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମଥର ଫୁଡ୍‌ଫେଷ୍ଟ ବ୍ୟବସ୍ଥା କରାଯାଇଛି। ଏଠାରେ ଇଣ୍ଡିଆନ, ଥାଇ, ମେସ୍କିକାନ୍‌ ଓ ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ ଉପଲବ୍ଧ ହେବ। ବଡ଼ଦିନ ପାଇଁ ହୋଟେଲକୁ କ୍ରିସ୍‌ମସ୍‌ ଥିମ୍‌ରେ ସଜାଯିବ। ଏହି ଫୁଡ୍‌ ଫେଷ୍ଟ ଆସନ୍ତା ୨୪ରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ରମେଶ ବେହେରା, ସେଫ୍‌,
ପିପୁଲ ପଦ୍ମଜା ପ୍ରାଇଡ୍‌ ହୋଟେଲ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri