ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

ଚମ୍ପୁଆ,୩୧।୧୨(ଡି.ଏନ.ଏ): କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡରେ ରହିଥିବା ପର୍ଯ୍ୟଟନସ୍ଥଳୀ କେଶରୀ କୁଣ୍ଡ ଓ କଙ୍ଗିରା ମୁହାଣ(ଦୋ ମୁହାଣି) ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିନି। କୋଭିଡ୍‌ କଟକଣା ଏହାର ପ୍ରମୁଖ କାରଣ ସାଜିଥିବା ବେଳେ ବଣଭୋଜିର ଆସର ଏଠାରେ ଦେଖିବାକୁ ମିଳୁନାହିଁ। କାଁ ଭାଁ କେତେଜଣଲୋକଙ୍କୁ ଛାଡିଦେଲେ ପୂର୍ବ ବର୍ଷ ଭଳି ପିକ୍‌ନିକ୍‌ ପାର୍ଟିଙ୍କ ଦେଖାନାହିଁ। ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖରୁ ଏହି ପର୍ଯ୍ୟଟନସ୍ଥଳୀଗୁଡିକୁ ବଣଭୋଜି ସହିତ ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଚଳିତ ବର୍ଷ ସେମିତି କିଛି ହୋଇନାହିଁ।
ଅନୁସାରେ ଚମ୍ପୁଆ ଅଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବୈତରଣୀ ନଦୀ ତଟରେ ଅବସ୍ଥିତ ଏହି ଦୁଇ ପର୍ଯ୍ୟଟନସ୍ଥଳୀରେ ଡିସେମ୍ବର ୨୫ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରକୃତିର ଏହି ମନୋରମ ସମ୍ଭାରକୁ ଉପଭୋଗ କରିବା ସହିତ ବଣଭୋଜିର ଆନନ୍ଦ ଉଠାଇବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। କେଶରୀ କୁଣ୍ଡ ଠାରେ ରହିଥିବା ୩ ଗୋଟି ପୌରାଣିକ ବଦ୍ଧିତ କୁଣ୍ଡ ଏକ ପବିତ୍ର କୁଣ୍ଡ ବୋଲି ବିଶ୍ୱାସ କରାଯାଉଥିବା ବେଳେ ବହୁ ପର୍ଯ୍ୟଟକ ଏଠାରେ ସ୍ନାନ ଆଦି କରିଥିାନ୍ତି। ବୈତରଣୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ସହିତ ପଥର ଚଟାଣକୁ ଚିରି ବହିଯାଉଥିବା ନଦୀର ଜଳ ବେଶ୍‌ ଉପଭୋଗ୍ୟ ହୋଇଥାଏ। ସେହିପରି କଙ୍ଗିରା ମୁହାଣ ବା ଦୋ ମୁହାଣିଠାରେ ବୈତରଣୀ ଓ କଙ୍ଗିରା ନଦୀର ମିଳନ ସ୍ଥଳ ସହିତ ନଦୀ ପଠାକୁ ଲାଗିରହିଥିବା ଜଙ୍ଗଲ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। କିନ୍ତୁ ଚଳିତବର୍ଷ ସବୁ ଖାଁ ଖାଁ ହୋଇଯାଇଛି।

ରାଜା ଯଯାତି କେଶରୀଙ୍କ ସମୟରେ କେଶରୀ କୁଣ୍ଡକୁ ଏକ ପୁଣ୍ୟ ତୀର୍ଥଭାବେ ପରିଗଣିତ କରାଯାଇଥିଲା। ଯେଉଁମାନେ ଗଙ୍ଗାଗୟା ଯିବାରେ ଅକ୍ଷମ ହୁଅନ୍ତି, ସେମାନେ ଏଠାରେ ପିଣ୍ଡଦାନ କରି ପୁଣ୍ୟପ୍ରାପ୍ତ କରିଥାନ୍ତି। ଏପରିକି ମକର ସମୟରେ ବହୁ ଭକ୍ତ ଏଠାରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିଥିବା ଅନୁମାନ କରାଯାଏ। ଏହାର ସୁରକ୍ଷା ଓ ପର୍ଯ୍ୟଟକଙ୍କ ପାଇଁ ସୁବ୍ୟବସ୍ଥା କରା ନ ଗଲେ ଏହି ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ସୁଅ କମିଯିବ।
-ପଦ୍ମିନୀ ମିଶ୍ର, କବି ତଥା ଆଇନଜୀବୀ

କେଶରୀ କୁଣ୍ଡ ୨୦୦୮ ମସିହାରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଖି ଦୃଶିଆ ସେପରି କିଛି ଉନ୍ନତି ହୋଇପାରିନାହିଁ। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ବିମୁଖତା ଦେଖାଦେଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି। ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
-ବିଦୁ ଭୂଷଣ ପତି, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri