ବିକାଶଠୁ ପଛରେ ପଡ଼ିଛି ପର୍ଯ୍ୟଟନକ୍ଷେତ୍ର

ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ଅନେକ ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ହୋଇପଡ଼ିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଧୀରେ ଧୀରେ ପର୍ଯ୍ୟଟକ ମୁହଁ ଫେରାଇବାରେ ଲାଗିଛନ୍ତି। ବିଶେଷକରି ବରୁଣେଇ ରୋପ୍‌ ଓ୍ବେ, ଖୋର୍ଦ୍ଧାଗଡ଼, ଉଷ୍ଣପ୍ରସ୍ରବଣ, ହଟ୍ଟକେଶ୍ୱର ପୀଠ ଏବଂ ଗୁରୁଜଙ୍ଗ ଶ୍ରୀଧବଳେଶ୍ୱର ପୀଠ ପ୍ରତି ସରକାରଙ୍କ ନଜର ପଡୁନାହିଁ। ଏହି ସ୍ଥାନଗୁଡ଼ିକର ବିକାଶ କରାଗଲେ ପର୍ଯ୍ୟଟକଙ୍କ ଆଗମନ ସାଙ୍ଗକୁ ରାଜସ୍ବ ବୃଦ୍ଧି ହୋଇପାରନ୍ତା।

ପ୍ରସ୍ତାବରେ ଅଟକିଛି ବରୁଣେଇ ରୋପ୍‌ ୱେ
ପାଇକ ବିଦ୍ରୋହର ମୂକସାକ୍ଷୀଭାବେ ଦଣ୍ଡାୟମାନ ବରୁଣେଇ ପାହାଡ଼। ଏଠାରେ ମା’ ବରୁଣେଇ ଓ କରୁଣେଇଙ୍କ ଆସ୍ଥାନ ରହିଛି। ଏହି ପୀଠକୁ ପର୍ଯ୍ୟଟନର ମାନ୍ୟତା ମିଳିଛି, କିନ୍ତୁ ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଚାରିଆଡେ ଅଳିଆ, ଆବର୍ଜନା ପଡ଼ିରହିଛି। ପାଣି ଟ୍ୟାପ୍‌ ଓ ପୀଠକୁ ଯାଇଥିବା ପାହାଚ ଭାଙ୍ଗିଗଲାଣି। ଏଠାକୁ ଆସୁଥିବା ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ବରୁଣେଇ ପାହାଡ଼ ଉପରେ ଐତିହାସିକ ସୀତାକୁଣ୍ଡ ଓ ପାଣ୍ଡବ ଗୁମ୍ଫା ରହିଛି। ଏହାର ଅନ୍ୟପଟେ ଦିଗବାରେଣୀ ପାହାଡ଼ ଅବସ୍ଥିତ। ଗବେଷକଙ୍କ ମତ ଅନୁଯାୟୀ, ଏଠାରେ ଦୁଇହଜାର ବର୍ଷତଳର ବୌଦ୍ଧ କୀର୍ତ୍ତିରାଜି ଶିଳାଲେଖ ରହିଛି। ପାଇକ ବୀରମାନେ ପାହାଡ଼ ଉପରେ ରହି ବିଟ୍ରିଶ ସୈନ୍ୟଙ୍କୁ ନିରୀକ୍ଷଣ କରୁଥିଲେ। ବରୁଣେଇ ପାଦଦେଶରୁ ଉପରକୁ ସଂଯୋଗ ଲାଗି ପ୍ରସ୍ତାବିତ ରୋପ୍‌ ଓ୍ବେ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ସେହିପରି ପାହାଚ ନିର୍ମାଣ ଅଧାରେ ଅଟକିଛି।

ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ହେଉନି
ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ତଥା ଶେଷ ସ୍ବାଧୀନ ଦୁର୍ଗଭାବେ ପରିଚିତ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆଯାଉ ନାହିଁ। ଗଡ଼ ଭିତରେ ଅନେକ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଛି। ୧୯୭୮ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ଖୋର୍ଦ୍ଧାଦୁର୍ଗର ବିକାଶ କାର୍ଯ୍ୟ ହାତକୁ ନେଇଥିଲେ। ତେବେ ତାହା ଫଳପ୍ରଦ ହୋଇପାରିନାହିଁ।

ଲୁପ୍ତ ହୋଇଗଲା ଉଦ୍ଧାର କୀର୍ତ୍ତିରାଜି
ପ୍ରଥମ ଗଜପତି ମହାରାଜା ରାମଚନ୍ଦ୍ର ଦେବ ଖୋର୍ଦ୍ଧଗଡ଼ ମଧ୍ୟରେ ଅନେକ ମନ୍ଦିର ନିର୍ମାଣ କରିଥିଲେ। ସେଗୁଡ଼ିକ ଏବେ ଜବରଦଖଲ ହେବା ସହ ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ଗଡ଼ଖୋର୍ଦ୍ଧାସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରୁ ୧୯୮୦ରେ ବହୁ ଐତିହ୍ୟ କୀର୍ତ୍ତିରାଜିର ପଦଚିହ୍ନ ସ୍ବରୂପ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଶିଳା, ପଥର ଉଦ୍ଧାର କରାଯାଇଥିଲା। ତେବେ ଏହା ଏବେ କେଉଁଠି ଅଛି, ତାହାର ଖବର ପ୍ରଶାସନ ନିକଟରେ ନାହିଁ। କେବଳ ସଂସ୍କୃତି ଭବନ ପରିସରରେ ଗୋଟିଏ କିମ୍ବା ଦୁଇଟି ଭଗ୍ନ ଶିଳା ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି।

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଅବହେଳିତ
ମହାପ୍ରଭୁଙ୍କ ଲୀଳାକ୍ଷେତ୍ରଭାବେ ପରିଚିତ ଗଡ଼ଖୋର୍ଦ୍ଧାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୁଞ୍ଜବନ ମଠ ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ଗଜପତି ମହାରାଜା ରାମଚନ୍ଦ୍ର ଦେବ କୁଜଙ୍ଗଗଡ଼ରୁ ବ୍ରହ୍ମ ଆଣି ନବକଳେବର କରାଇଥିଲେ। ତେଣୁ ଶ୍ରୀମନ୍ଦିର ସଂସ୍କୃତି ସହ ଗଡ଼ଖୋର୍ଦ୍ଧା ଜଡିତ। ତେବେ ଏହି ସ୍ଥାନର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ନଇରିସ୍ଥିତ ହରିହରେଶ୍ୱରଙ୍କ ପୀଠରେ ମହାପ୍ରଭୁ ଗୁପ୍ତଭାବେ ଚକା ଉପରେ ବିଜେ ହୋଇ ପୂଜା ପାଉଥିଲେ। ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହୋଇଥିଲା। ସେହିଭଳି ଚିଲିକା କାଙ୍କଣଶିଖରୀ (ଏକ ଟାପୁ)ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକା ଏବଂ ଚତୁର୍ଦ୍ଧାବିଗ୍ରହ ପୂଜା ପାଉଛନ୍ତି। ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ତେବେ ଚିଲିକା ଦେଇ କାଙ୍କଣଶିଖରୀ ଯିବାକୁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହି କ୍ଷେତ୍ରର ବିକାଶ ପ୍ରତି ମଧ୍ୟ ସରକାରଙ୍କ ପକ୍ଷରୁ ସେଭଳି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଗଡମାଣିତ୍ରୀଠାରେ ମହାପ୍ରଭୁଙ୍କ ନବକଳେବର ଓ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଏଠାକାର ବିକାଶ ପ୍ରତି ସରକାର ଗୁରୁତ୍ୱ ଦେଉନାହାନ୍ତି।

ବିକାଶ ଅପେକ୍ଷାରେ ଉଷ୍ଣପ୍ରସ୍ରବଣ
ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଅଟ୍ରି ଉଷ୍ଣପ୍ରସବଣର କୁଆକୁଣ୍ଡ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପର୍ଯ୍ୟଟକଙ୍କ ପାଇଁ ଏଠାରେ ସୁବିଧା ନାହିଁ। ବାଘମାରୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଏକାଦଶ ରୁଦ୍ର ଶ୍ରୀହଟ୍ଟକେଶ୍ୱର ପୀଠର ବିକାଶ ପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ।

ମାନ୍ୟତା ସତ୍ତ୍ୱେ ବିକାଶ ନାହିଁ
ଗୁରୁଜଙ୍ଗରେ ଶ୍ରୀଧବଳେଶ୍ୱରଙ୍କ ପୀଠ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି। ତେବେ ଏଠାକାର ବିକାଶ ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି। ସେହିପରି ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥର ଜାଗୁଳିପାଟଣା ଗ୍ରାମରେ ବିଜେ କରିଛନ୍ତି ଶ୍ରୀଅନନ୍ତ ପୁରୁଷୋତ୍ତମ। ଏଠାରେ ଚତୁର୍ଦ୍ଧାମୂର୍ତ୍ତି ପୂର୍ଣ୍ଣ ବିଗ୍ରହ ପୂଜା ପାଉଛନ୍ତି। ପର୍ଯ୍ୟଟନ ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ନାହିଁ। ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ଚନ୍ଦନ ପୋଖରୀ ପୁନରୁଦ୍ଧାର କରାଯାଉନାହିଁ। ଏଠାରେ ବର୍ଷସାରା ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ।

ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ପଛରେ ପଡ଼ିଛି
ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ପଲ୍ଲାତୋଟାପଡ଼ା (ଖୋର୍ଦ୍ଧା ଠାରୁ ୫କିମି) ଠାରୁ ଜରିପୁଟ ଗ୍ରାମ ନିକଟ ତନ୍ତ୍ରମୁଣ୍ଡିଆ ପାହାଡ଼ ଉପରେ ବିଜେ କରିଛନ୍ତି ସଙ୍କଟମୋଚନ। ଏହି ମନ୍ଦିରକୁ ପର୍ଯ୍ୟଟନର ମାନ୍ୟତା ମିଳିଛି। ହନୁମାନଙ୍କ ପୂଜାର୍ଚ୍ଚନା ଲାଗି ବର୍ଷସାରା ଭିଡ଼ ହୋଇଥାଏ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ, ପାନୀୟଜଳ ସୁବିଧା ନାହିଁ। ୧୬ନଂ. ଜାତୀୟ ରାଜପଥରେ ଟାଙ୍ଗୀଠାରୁ ବାଣପୁର ମଧ୍ୟରେ ରାସ୍ତାପାର୍ଶ୍ୱରେ ଚଣ୍ଡେଶ୍ୱର, ପଶ୍ଚିମଶମ୍ଭୀ, ନାଚୁଣୀସ୍ଥିତ ଶୈବପୀଠର ମାହାତ୍ମ୍ୟ ରହିଛି। ଭକ୍ତମାନେ ଏଠାକୁ ଆସି ମହାଦେବଙ୍କ ନିକଟରେ ଭକ୍ତିଅର୍ଘ୍ୟ ପ୍ରଦାନ କରିଥାନ୍ତି। ତେବେ ଏହି ପୀଠର ପୁନରୁଦ୍ଧାର ଓ ବିକାଶ ପାଇଁ ଜିଲା ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri