ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକ ପଡ଼ିବ

ଭୁବନେଶ୍ୱର, ୩ା୯(ସନ୍ତୋଷ କୁମାର ବେହେରା): ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏକ ହେଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଗତ କରାଯାଇଛି। ଏହି ଅବସରରେ ଭାରତରେ ଆତିଥ୍ୟ(ହସ୍ପିଟାଲିଟି) ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବଢୁଥିବା ବୃତ୍ତିଗତ ସୁଯୋଗ ଓ ଚାହିଦା ସମ୍ପର୍କରେ ଆଲୋଚନା କରାଯାଇଥିଲା ା
ନବାଗତ ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତକରି ଡ. ଜେ. କେ. ମହାନ୍ତି କହିଥିଲେ, ବର୍ତ୍ତମାନ ଭାରତର ବ୍ରାଣ୍ଡେଡ୍‌ ହୋଟେଲ କ୍ଷେତ୍ରରେ ପ୍ରାୟ ୨.୦୯ ଲକ୍ଷ ରୁମ୍‌ ରହିଛି ଏବଂ ଆହୁରି ୧.୪୧ ଲକ୍ଷ ବ୍ରାଣ୍ଡେଡ୍‌ ରୁମ୍‌ ନିର୍ମାଣାଧୀନ ଅଛି। ଯଦି ଏହି ପ୍ରକଳ୍ପଗୁଡ଼ିକ କ୍ରମାଗତ ଭାବେ ଶେଷ ହୁଏ, ତେବେ ୨୦୩୦ ସୁଦ୍ଧା ଦେଶରେ ପ୍ରାୟ ୩.୫୦ ଲକ୍ଷ ବ୍ରାଣ୍ଡେଡ୍‌ ରୁମ୍‌ ଉପଲବ୍ଧ ରହିବ ା ଏହି ସମ୍ପ୍ରସାରଣ ଫଳରେ ତାଲିମପ୍ରାପ୍ତ ମାନବ ସମ୍ବଳର ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି ହେବ ା ପ୍ରତି ହୋଟେଲ ରୁମ୍‌ ପିଛା ହାରାହାରି ୪ ଜଣ କର୍ମଚାରୀଙ୍କ ଆବଶ୍ୟକତାକୁ ହିସାବ କଲେ, ଆଗାମୀ ୪ ବର୍ଷ ମଧ୍ୟରେ ଏହି ଶିଳ୍ପରେ ପ୍ରାୟ ୧୪ ଲକ୍ଷ ତାଲିମପ୍ରାପ୍ତ ବୃତ୍ତିଗତଙ୍କ ଆବଶ୍ୟକ ହେବ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ବିଗତ ବର୍ଷଗୁଡ଼ିକରେ ଏସ୍‌ଆଇଏମ୍‌ଏସ୍‌ଏସ୍‌ ନିଜର ଶିକ୍ଷାଗତ ଶ୍ରେଷ୍ଠତା ଏବଂ ଶିଳ୍ପସଂଯୋଗ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Odisha’s No.1 Odia Daily

Share