ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି ମୋବାଇଲ ନେଟୱର୍କ ସମସ୍ୟା। ଏହି ସମସ୍ୟା ଦୂର କରିବାକୁ ଏହି ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ କେହି ଶୁଣୁନାହାନ୍ତି। ଫଳରେ ଗଁା ଲୋକେ ଏବେ ନେଇଛନ୍ତି ଚରମ ପଦକ୍ଷେପ। ନେଟ୍‌ୱର୍କ ନାହିଁ ତ ଭୋଟ ନାହିଁ ନାରା ଦେଇ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗଁାଲୋକେ। ନିର୍ବାଚନ ସମୟରେ ଲୋକଙ୍କ ଏଭଳି ଚେତାବନୀ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଅନ୍ତର୍ଗତ ଗୁଡିଘାଟ ଗ୍ରାମ ପଞ୍ଚାୟତର ବାରବନ୍ଧ, ସୁକୁନିପଦର, ରାଣୀସିଲେଟ୍‌, ବେହେରାଖାଇ ଓ କୁଟୁନିଝରନ୍‌ ଗଁାରେ ମୋବାଇଲ ନେଟ୍‌ୱର୍କ ସମସ୍ୟା ଯୋଗୁ ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଛାତ୍ରୀଛାତ୍ର, ଯୁବତୀ ଯୁବକ, ବ୍ୟବସାୟୀ, ଚାକିରିଆ, କର୍ମଚାରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଦେଶରେ ଡିଜିଟାଲ ଇଣ୍ଡିଆର ନାରା ଦିଆଯାଉଥିବା ବେଳେ ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏହି ଗଁାଗୁଡିକରେ ମୋବାଇଲ ନେଟୱର୍କ ନ ଥିବାରୁ ଏଠାକାର ଜନସାଧାରଣ ଆଜିର ସମୟରେ ମୋବାଇଲ ଫୋନ ବ୍ୟବହାର ପାଇଁ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଗଁାରେ ସ୍ବାସ୍ଥ୍ୟଗତ ସମସ୍ୟା, ଦୁର୍ଘଟଣାଜନିତ ସମସ୍ୟା କିମ୍ବା ଜରୁରିକାଳୀନ କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ କିମ୍ବା ପୋଲିସକୁ ଡାକିବାକୁ ହେଲେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହିତ କୌଣସି ସାମାଜିକ ବା ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ମଧ୍ୟ କାହାକୁ ଯୋଗାଯୋଗ କରିହେଉ ନାହିଁ। ମୋବାଇଲ ନେଟ୍‌ୱର୍କ ପାଇଁ ଲୋକଙ୍କୁ ଗଁାରେ ତିଆରି ହୋଇଥିବା ପାଣିଟାଙ୍କି ବା ଓଭରହେଡ ଟାଙ୍କି ଉପରକୁ ଚଢ଼ି କଥା ହେବାକୁ ପଡୁଛି। କୌଣସି ସମ୍ପର୍କୀୟଙ୍କ ସହ କଥା ହେବାକୁ ହେଲେ ମଧ୍ୟ ମୋବାଇଲ ଧରି ପାଣିଟାଙ୍କି ଉପରକୁ ଚଢ଼ିବାକୁ ପଡୁଛି। ଏହି ସମସ୍ୟା ଯୋଗୁ ମହିଳାମାନେ ଫୋନ କରିବାରୁ ବଞ୍ଚତ୍ତ ହେଉଛନ୍ତି। କୌଣସି କାର୍ଯ୍ୟରେ ଘରୁ ପୁରୁଷ ଲୋକେ ଗଁାରୁ ସହରକୁ ବା ଅନ୍ୟତ୍ର ଗଲେ ସେମାନଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହେଉନାହିଁ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ କଷ୍ଟ ଅନୁଭବ କରୁଥିବା ବେଳେ ନେଟୱର୍କ ସମସ୍ୟା ସେମାନଙ୍କୁ ଅଡୁଆରେ ପକାଇଛି। ସାଧାରଣ ପଙ୍ଖା ସଜାଡିବା ବା ବିଦ୍ୟୁତ୍‌ ସମସ୍ୟା ସୁଧାରିବା ପାଇଁ ବାହାରୁ ମେକାନିକ ଡାକିବାକୁ ହେଲେ ଫୋନ୍‌ କରିବା ସମ୍ଭବ ହେଉନାହିଁ। ବାରମ୍ବାର ଏ ନେଇ ଗଁା ଲୋକେ ପ୍ରଶାସନିକ ଅଧିକାରୀ ଏବଂ ନେତାମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ା ଫଳରେ ଲୋକେ ଆଗାମୀ ୨୦ ତାରିଖ ନିର୍ବାଚନକୁ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri