୨ ବର୍ଷରେ ଉଠିଯିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ: ସାରା ଦେଶରେ ଯାନବାହନ ଚଳାଚଳକୁ ବାଧାମୁକ୍ତ କରିବା ଲାଗି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ୨ ବର୍ଷରେ ସରକାର ସାରା ଦେଶରେ ରହିଥିବା ଟୋଲ୍‌ ପ୍ଲାଜାଗୁଡିକୁ ଉଠାଇଦେବେ। କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି, ଆଗାମୀ ୨ ବର୍ଷରେ ଦେଶକୁ ଟୋ୍‌ଲ ନାକାମୁକ୍ତ କରାଯିବ। ଏଥିଲାଗି ସରକାର ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌)କୁ ବ୍ୟବହାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୨ ବର୍ଷରେ ଟୋଲ୍‌ କେବଳ ଲୋକଙ୍କ ଲିଙ୍କ୍‌ ହୋଇଥିବା ବ୍ୟାଙ୍କଖାତାରୁ ଆପେ ଆପେ କଟିଯିବ। ଆସୋଚାମ ଫାଉଣ୍ଡେଶନ ଓ୍ବିକ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଲେ, ଜିପିଏସ୍‌ ସିଷ୍ଟମ ବ୍ୟବହାର ଲାଗି ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫଳରେ ସାରା ଦେଶକୁ ଟୋଲ ନାକା ମୁକ୍ତ କରିବାରେ ଏହା ସହାୟକ ହେବ।
ବର୍ତ୍ତମାନ ସବୁ ବାଣିଜି୍ୟକ ଯାନରେ ଭେଇକିଲ ଟ୍ରାକିଂ ସିଷ୍ଟମ ରହିଛି। ସେହିଭଳି ପୁରୁଣା ଯାନଗୁଡ଼ିକରେ ଭେଇକିଲ ଟ୍ରାକିଂ ସିଷ୍ଟମ ସଂଯୋଗ କରିବା ଲାଗି ସରକାର କେତେକ ଯୋଜନା ହାତକୁ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜିପିଏସ୍‌ ଟେକ୍ନୋଲୋଜି ବ୍ୟବହାର ହେଲେ ଆଗାମୀ ୫ ବର୍ଷରେ ଟୋଲ୍‌ ଟିକସ ବାବଦ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ୧.୩୪ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି ଆକଳନ କରାଯାଇଛି। ଏ ନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ମଧ୍ୟ ହୋଇଯାଇଛି। ଆଗାମୀ ୫ ବର୍ଷରେ ଟୋଲ୍‌ ସଂଗ୍ରହ ଉନ୍ନତ ହେବା ନେଇ ଗଡ଼କରୀ ଆଶାବାଦୀ ରହିଛନ୍ତି।
ସୂଚନାଯୋଗ୍ୟ, ସରକାର ଗୋଟିଏ ବର୍ଷ ତଳେ ଫାଷ୍ଟାଗ୍‌କୁ ଅନିବାର୍ଯ୍ୟ କରିଥିଲେ। ଯାନଗୁଡିକୁ ବେଶି ସମୟ ଟୋଲ୍‌ ପ୍ଲାଜାରେ ଛିଡ଼ା ନ ହେବା ଯୋଗୁ ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି। ଇଲେକ୍‌ଟ୍ରୋନିକ ଟୋଲ୍‌ କଲେକ୍ସନ ବ୍ୟବହାର ଦ୍ୱାରା କ୍ୟାଶ୍‌ଲେସ ନେଣଦେଣକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ଏହାବାଦ ଟୋଲ୍‌ ସଂଗ୍ରହରେ ମଧ୍ୟ ପାରଦର୍ଶିତା ଦେଖିବାକୁ ମିଳିଛି। ଫାଷ୍ଟାଗ୍‌ ବ୍ୟବହାର ଗତ କିଛି ମାସ ମଧ୍ୟରେ ଦ୍ରୁତ ହୋଇଛି। ନଭେମ୍ବରରେ ଏନ୍‌ଏଚ୍‌ଏଆଇ ଦେଇଥିବା ଏକ ଡାଟା ମୁତାବକ, ମୋଟ ଟୋଲ୍‌ ସଂଗ୍ରହର ପ୍ରାୟ ଏକଚତୁର୍ଥାଂଶ ଫାଷ୍ଟାଗ୍‌ରୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri