କାମରେ ଲାଗୁନି ଶୌଚାଳୟ

ଲାଠୋର, ୭ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଳ ଷ୍ଟେଶନରେ ଥିବା ଶୌଚାଳୟ(ଟଏଲେଟ) ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏଥିଯୋଗୁଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଷ୍ଟେଶନ ପରିସରରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ଼(ଏମସିଏଲ) ପ୍ରଦତ୍ତ ଗୋଟିଏ ଓ ପ୍ଳଟଫର୍ମ ନଂ୧ ରେ ଗୋଟିଏ ଟଏଲେଟ ରହିଛି। ହେଲେ କୌଣସି ଗୋଟିଏ ବି କାମରେ ଆସୁନାହିଁ। ବାହାରେ ଥିବା ଟଏଲେଟରେ ପାଣିର ବ୍ୟବସ୍ଥା କରାଯାଇନାହିଁ। ଫଳରେ ସେଠାରେ ମଇଳା ଆବର୍ଜନା ଭର୍ତ୍ତି ହୋଇଗଲାଣି। ସେହିପରି ପ୍ଳାଟଫର୍ମରେ ଥିବା ଟଏଲେଟ ସବୁ ସମୟରେ ବନ୍ଦ ରହୁଛି। ରେଳରେ ଯିବା ଆସିବା କରୁଥିବା ଯାତ୍ରୀ ଷ୍ଟେଶନ ଆସିଲେ ଶୌଚାଦି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଏଲେଟ କାର୍ଯ୍ୟକ୍ଷମ କରିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ରେଳ ପ୍ରଶାସନ ଏଦିଗରେ ନଜର ଦେଉନାହିଁ। ଏନେଇ କଣ୍ଟାବାଞ୍ଜି ଆଇଓଡ଼ବ୍ଳ୍ୟୁ ଦୀପକ କୁମାରଙ୍କୁ ପଚାରିବାରେ ସେସବୁ କାମ କମରସିଆଲ ବିଭାଗ କରିବା କଥା। ହେଲେ ସେମାନଙ୍କ ଅବହେଳା ହେତୁ ସମସ୍ୟା ସୃଷ୍ଟି ହେଉଛି। ତେବେ ତାଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।