Categories: ଫୁରସତ

ଟୟଲେଟର ମୂଲ୍ୟ ୧୭୪ କୋଟି

ଦୀର୍ଘ ଦଶନ୍ଧି ଧରି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ପୁରୁଣା ଟେକ୍‌ନୋଲୋଜିର ଟୟଲେଟ୍‌ ବ୍ୟବହାର କରିଆସୁଥିଲା। ବର୍ତ୍ତମାନ ସେ ଏକ ନୂତନ ଟୟଲେଟ୍‌ ତିଆରି କରିଛି, ଯାହାର ମୂଲ୍ୟ ୨୩ ମିଲିୟନ୍‌ ଡଲାର ଅର୍ଥାତ୍‌ ୧୭୪ କୋଟି ଟଙ୍କା। ନାସାର ଏହି ଟୟଲେଟ ଅତି ସ୍ବତନ୍ତ୍ର। ଏହାକୁ ସ୍ପେସ୍‌ ଷ୍ଟେଶନରେ ଲଗାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି।
ଗତ କିଛି ବର୍ଷ ହେବ ସ୍ପେସ୍‌ ଷ୍ଟେଶନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୁରୁଣା ଟୟଲେଟ ମହିଳାଙ୍କ ବ୍ୟବହାର ଉପଯୋଗୀ ନ ଥିଲା। ତେଣୁ ନାସା ୬ ବର୍ଷର ରିସର୍ଚ୍ଚ ପରେ ଏହି ନୂଆ ଟୟଲେଟ୍‌ ତିଆରି କରିଛି। ଏହାକୁ ପୁରୁଷ ଏବଂ ମହିଳା ଉଭୟ ବ୍ୟବହାର କରିପାରିବେ।

Share