Categories: ଫୁରସତ

୧୦୦ ଫୁଟ ଉଚ୍ଚରେ ଝୁଲୁଛି ଶୌଚାଳୟ

ଯେଉଁ ଜିନିଷ ଆମେ ସବୁବେଳେ ପୃଥିବୀରେ ଦେଖି ଆସୁଛେ ତାହାକୁ ଯଦି ଆକାଶରେ ଝୁଲୁଥିବା ଦେଖିବା ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଏବେ ଏକ ଶୌଚାଳୟ ନଦୀ ଉପରେ ୧୦୦ ଫୁଟ ଉଚ୍ଚରେ ଝୁଲୁଥିବାର ଦେଖିବାକୁ ମିଳିଛି।

ସାଧାରଣତଃ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଥିବା ଦେଖିଥିବେ। କିନ୍ତୁ ଏବେ ଏକ ଶୌଚାଳୟ ଆକାଶରେ ଝୁଲୁଛି। ଏକ ରିପୋର୍ଟ ଅନୁଯାୟୀ, ଏପରି ଦୃଶ୍ୟ ଲଣ୍ଡନରେ ଦେଖିବାକୁ ମିଳିଛି। ଯେଉଁମାନେ ଏହା ଦେଖନ୍ତି ସେମାନେ କେବଳ ଭାବନ୍ତି ଯେ, କିପରି ଏହି ଶୌଚାଳୟକୁ ଯିବେ।

ଏହି ଶୌଚାଳୟ କ୍ଲିନିଂ ବ୍ରାଣ୍ଡ୍‌ ଡୋମେଷ୍ଟୋସ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯିଏକି ୩୬୦ଡିଗ୍ରୀ ପାଓ୍ବାର ଫୋମ ବିଜ୍ଞାପନ କରୁଛି। କମ୍ପାନୀ ତା’ର ନୂତନ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଥେମସ ନଦୀ ଉପରେ ୧୦୦ ଫୁଟ ଉଚ୍ଚରେ ଏହି ଶୌଚାଳୟକୁ ଟାଙ୍ଗିଛି।

ଆଜିକାଲି ମାର୍କେଟିଂ କ୍ଷେତ୍ରରେ ଏତେ ଲଢ଼େଇ ହେଉଛି ଯେ, ପ୍ରତ୍ୟେକ କମ୍ପାନୀ ଏକ ନିଆରା ଏବଂ ନୂତନ ଧାରଣା ଆଣୁଛନ୍ତି। ଏହି ମାର୍କେଟିଂ ଏଜେଣ୍ଡା ସଫେଇ କମ୍ପାନୀ ଦ୍ୱାରା କରାଯାଇଛି। ଏହା ମାଧ୍ୟମରେ, ସେମାନେ ଲୋକମାନଙ୍କର ସଫେଇ ଅଭିଜ୍ଞତାକୁ ଏକ ନୂତନ ଉଚ୍ଚତାକୁ ନେବାକୁ ଚାହୁଁଛନ୍ତି। ଏହାର ନାମକରଣ କରାଯାଇଛି , ‘ଲୁ ଓ୍ବିଥ୍‌ ଏ ଭ୍ୟୁ’ଏହି ସୁବିଧା ଅଧୀନରେ ଲୋକଙ୍କୁ ଶୌଚାଳୟର ଇତିହାସ ବିଷୟରେ ମଧ୍ୟ କୁହାଯିବ।

Share