ସମୟ ଏବେ

ଓଡ଼ିଆରେ ଢଗ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ’। ଏବେ କେଉଁ ଜାଗାରେ ଜଳ ବହୁଳ ହେଉଥିବାବେଳେ ଅନ୍ୟ କେଉଁଠି ଜଳ ‘ବିହୁନେ’ ବା ଅଭାବ ଦେଖାଯାଉଛି। ବିଶେଷକରି ଏବେ ଜଳବାୟୁ ପରିବର୍ତ୍ତନକୁ ଦେଖିଲେ ବିଶୁଦ୍ଧ ପାନୀୟ ଜଳ ଅଭାବ ପ୍ରାୟ ପୃଥିବୀର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ଏହାଦ୍ୱାରା କେବଳ ମଣିଷ ଜାତି ନୁହେଁ, ପଶୁପକ୍ଷୀ ଏବଂ ଜଳଚର ଜୀବମାନେ କ୍ଷତିଗ୍ରସ୍ତ ହେଲେଣି। ଏଭଳି ପରିସ୍ଥିତିରେ ଜାତିସଂଘର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ଦ୍ଧିତ ଜନସଂଖ୍ୟା ଏବଂ ତତ୍‌ସହିତ ଜଳବାୟୁ ପ୍ରଭାବ ଜଳ ସୁରକ୍ଷା ପ୍ରତି ଘୋର ବିପଦ ଆଣିବ। କେବଳ ଏତିକି ନୁହେଁ, ସମୁଦ୍ର ଜଳସ୍ତର ବୃଦ୍ଧି ଓ ଝଡ଼ ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଲୁଣିଜଳ ପ୍ରବେଶ କରି ମଧୁର ଜଳ ଉତ୍ସକୁ ନଷ୍ଟ କରିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତ ଭଳି ଜନବହୁଳ ଦେଶରେ ମଧୁରଜଳ ଆବଶ୍ୟକତାକୁ ନେଇ ସମସ୍ୟା ବଢିବା ସ୍ବାଭାବିକ। ଜାତିସଂଘ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ୧୪୨ କୋଟିକୁ ଟପି ଏବେ ଏହା ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଗଲାଣି। ଉଲ୍ଲେଖଯୋଗ୍ୟ ଯେ, ସରକାର ଏଯାବତ୍‌ ଜନଗଣନା କରିନାହାନ୍ତି ଏବଂ ଏହା କରାଗଲେ ଜନସଂଖ୍ୟା ଏହାଠାରୁ ଅଧିକ ହେବ ବୋଲି କୁହାଯାଇପାରେ। ଏତେ ସଂଖ୍ୟକ ଲୋକଙ୍କ ପାଇଁ ପାନୀୟ ଜଳ ଉପଲବ୍ଧତା ପୂରଣ କରିବା ସହ ମଧୁର ଜଳ ବ୍ୟବହାର ପାଇଁ ଉତ୍ତମ ଜଳ ପରିଚାଳନା ଏବଂ ପ୍ରାକୃତିକ ପରିସଂସ୍ଥାଗୁଡ଼ିକର ସୁରକ୍ଷା ଜରୁରୀ। ହେଲେ ଏ କ୍ଷେତ୍ରରେ ଭାରତରେ ଅବ୍ୟବସ୍ଥିତ ନୀତି ଓ ଯୋଜନା ଏବଂ ଦୁର୍ବଳ ଜଳ ପରିଚାଳନା ଜଳ ସ୍ଥିତି ଉପରେ ସମସ୍ୟା ସୃଷ୍ଟି କରୁଛି। ଅନିୟମିତ ବର୍ଷା ମଧ୍ୟ ଜଳ ସୁରକ୍ଷାରେ ବାଧା ଆଣୁଛି। ଏହା ବ୍ୟତୀତ ଚାଷରେ ପ୍ରବଳ ମାତ୍ରାରେ ଜଳ ବ୍ୟବହୃତ ହେଉଛି। କାରଣ ଭାରତୀୟ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଚାଷରେ ଚାହିଦା ଅନୁଯାୟୀ ଜଳ ବ୍ୟବହାର କରିବାର ପଦ୍ଧତି ଜଣେଇଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।
ଏକ ଆକଳନରୁ ଜଣାପଡ଼େ , ବିଶ୍ୱ ଜନସଂଖ୍ୟାର ୧୮% ଲୋକ ରହୁଥିବା ଦେଶ ଭାରତରେ କେବଳ ୪% ମଧୁର ଜଳ ଉତ୍ସ ଅଛି। ଏହା ଦର୍ଶାଉଛି ବିଶ୍ୱରେ ଜଳ କ୍ଷେତ୍ରରେ ଭାରତ ସବୁଠୁ ଚାପଗ୍ରସ୍ତ। ଜନସଂଖ୍ୟା ବୃଦ୍ଧି ଯୋଗୁ ଭାରତର ମୁଣ୍ଡ ପିଛା ଜଳ ଉପଲବ୍ଧତା ବି କମିବାରେ ଲାଗିଛି। ଯେହେତୁ ରାଜନାରାୟଣ ୧୯୭୭ ମସିହାରେ ଇନ୍ଦିରା ଗାନ୍ଧୀଙ୍କୁ ହରାଇଲେ ସେତେବେଳଠାରୁ ଏମର୍ଜେନ୍ସିକୁ ବିରୋଧ କରିବାକୁ ଯାଇ ପରିବାର ନିୟୋଜନ ମନ୍ତ୍ରଣାଳୟକୁ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବେ ନାମିତ କରାଗଲା। ସେବେଠାରୁ ପରିବାର ନିୟନ୍ତ୍ରଣ ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଶିଥିଳ କରିଦିଆଗଲା। ତା’ ପରଠାରୁ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଥିବା ଭାରତର ଜନସଂଖ୍ୟା ଆଜି ୪୬ ବର୍ଷ ନ ପୂରୁଣୁୁ ଆମକୁ ଆଣି ପୃଥିବୀର ସବୁଠୁ ଜନବହୁଳ ଦେଶ ଭାବେ ଛିଡ଼ା କରିଦେଲାଣି। ଏଥିରୁ ବୁଝିବାକୁ ହେବ ଯେ, ତ୍ରୁଟିପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଦେଶକୁ କେତେ ପଛକୁ ନେଇଯାଇପାରେ। ସେହି ଜନସଂଖ୍ୟା ବୃଦ୍ଧି ଆଜି ପାଣି, ଜମି ଓ ଖାଦ୍ୟ ଅଭାବର ମୂଳ କାରଣ ହୋଇଗଲାଣି। ଏହାଠାରୁ ଅଧିକ ବ୍ୟସ୍ତ କରିବାର ବିଷୟ ହେଉଛି ଯେ, ଜାତିସଂଘ କହିବା ଅନୁଯାୟୀ, ଭାରତର ଜନସଂଖ୍ୟା ଆସନ୍ତା ୩ ଦଶନ୍ଧି ବ୍ୟାପୀ ଆହୁରି ଅଧିକ ବୃଦ୍ଧି ହେବ। ଏଭଳି ବିପଦକୁ ସାମ୍ନା କରିବା ପାଇଁ ଏବେଠାରୁ ନାଗରିକଙ୍କୁ ସଚେତନ କରାଯିବା ସହିତ ନୀତି ପ୍ରଣୟନର ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଭାରତର ସୁବିଧା ହେଉଛି ଯେ, ଚାଇନା ଓ ଜାପାନଠାରୁ ଶିକ୍ଷା ନେଇ ଜନ୍ମହାର ନିୟନ୍ତ୍ରଣ କରାଯାଇପାରେ, କିନ୍ତୁ ବନ୍ଦ କରାଯିବ ନାହିଁ। ଏଭଳି ଶିକ୍ଷା ଲାଭ ହୋଇସାରିଥିବା ହେତୁ ଭାରତର ନୀତି ଅତ୍ୟନ୍ତ ଆଧୁନିକ ଏବଂ ସମୟ ଉପଯୋଗୀ ହୋଇପାରିବ। ତାହା ପାଇଁ ସମୟ ଏବେ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri