ସମୟ ଏବେ

ଓଡ଼ିଆରେ ଢଗ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ’। ଏବେ କେଉଁ ଜାଗାରେ ଜଳ ବହୁଳ ହେଉଥିବାବେଳେ ଅନ୍ୟ କେଉଁଠି ଜଳ ‘ବିହୁନେ’ ବା ଅଭାବ ଦେଖାଯାଉଛି। ବିଶେଷକରି ଏବେ ଜଳବାୟୁ ପରିବର୍ତ୍ତନକୁ ଦେଖିଲେ ବିଶୁଦ୍ଧ ପାନୀୟ ଜଳ ଅଭାବ ପ୍ରାୟ ପୃଥିବୀର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ଏହାଦ୍ୱାରା କେବଳ ମଣିଷ ଜାତି ନୁହେଁ, ପଶୁପକ୍ଷୀ ଏବଂ ଜଳଚର ଜୀବମାନେ କ୍ଷତିଗ୍ରସ୍ତ ହେଲେଣି। ଏଭଳି ପରିସ୍ଥିତିରେ ଜାତିସଂଘର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ଦ୍ଧିତ ଜନସଂଖ୍ୟା ଏବଂ ତତ୍‌ସହିତ ଜଳବାୟୁ ପ୍ରଭାବ ଜଳ ସୁରକ୍ଷା ପ୍ରତି ଘୋର ବିପଦ ଆଣିବ। କେବଳ ଏତିକି ନୁହେଁ, ସମୁଦ୍ର ଜଳସ୍ତର ବୃଦ୍ଧି ଓ ଝଡ଼ ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଲୁଣିଜଳ ପ୍ରବେଶ କରି ମଧୁର ଜଳ ଉତ୍ସକୁ ନଷ୍ଟ କରିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତ ଭଳି ଜନବହୁଳ ଦେଶରେ ମଧୁରଜଳ ଆବଶ୍ୟକତାକୁ ନେଇ ସମସ୍ୟା ବଢିବା ସ୍ବାଭାବିକ। ଜାତିସଂଘ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ୧୪୨ କୋଟିକୁ ଟପି ଏବେ ଏହା ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଗଲାଣି। ଉଲ୍ଲେଖଯୋଗ୍ୟ ଯେ, ସରକାର ଏଯାବତ୍‌ ଜନଗଣନା କରିନାହାନ୍ତି ଏବଂ ଏହା କରାଗଲେ ଜନସଂଖ୍ୟା ଏହାଠାରୁ ଅଧିକ ହେବ ବୋଲି କୁହାଯାଇପାରେ। ଏତେ ସଂଖ୍ୟକ ଲୋକଙ୍କ ପାଇଁ ପାନୀୟ ଜଳ ଉପଲବ୍ଧତା ପୂରଣ କରିବା ସହ ମଧୁର ଜଳ ବ୍ୟବହାର ପାଇଁ ଉତ୍ତମ ଜଳ ପରିଚାଳନା ଏବଂ ପ୍ରାକୃତିକ ପରିସଂସ୍ଥାଗୁଡ଼ିକର ସୁରକ୍ଷା ଜରୁରୀ। ହେଲେ ଏ କ୍ଷେତ୍ରରେ ଭାରତରେ ଅବ୍ୟବସ୍ଥିତ ନୀତି ଓ ଯୋଜନା ଏବଂ ଦୁର୍ବଳ ଜଳ ପରିଚାଳନା ଜଳ ସ୍ଥିତି ଉପରେ ସମସ୍ୟା ସୃଷ୍ଟି କରୁଛି। ଅନିୟମିତ ବର୍ଷା ମଧ୍ୟ ଜଳ ସୁରକ୍ଷାରେ ବାଧା ଆଣୁଛି। ଏହା ବ୍ୟତୀତ ଚାଷରେ ପ୍ରବଳ ମାତ୍ରାରେ ଜଳ ବ୍ୟବହୃତ ହେଉଛି। କାରଣ ଭାରତୀୟ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଚାଷରେ ଚାହିଦା ଅନୁଯାୟୀ ଜଳ ବ୍ୟବହାର କରିବାର ପଦ୍ଧତି ଜଣେଇଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।
ଏକ ଆକଳନରୁ ଜଣାପଡ଼େ , ବିଶ୍ୱ ଜନସଂଖ୍ୟାର ୧୮% ଲୋକ ରହୁଥିବା ଦେଶ ଭାରତରେ କେବଳ ୪% ମଧୁର ଜଳ ଉତ୍ସ ଅଛି। ଏହା ଦର୍ଶାଉଛି ବିଶ୍ୱରେ ଜଳ କ୍ଷେତ୍ରରେ ଭାରତ ସବୁଠୁ ଚାପଗ୍ରସ୍ତ। ଜନସଂଖ୍ୟା ବୃଦ୍ଧି ଯୋଗୁ ଭାରତର ମୁଣ୍ଡ ପିଛା ଜଳ ଉପଲବ୍ଧତା ବି କମିବାରେ ଲାଗିଛି। ଯେହେତୁ ରାଜନାରାୟଣ ୧୯୭୭ ମସିହାରେ ଇନ୍ଦିରା ଗାନ୍ଧୀଙ୍କୁ ହରାଇଲେ ସେତେବେଳଠାରୁ ଏମର୍ଜେନ୍ସିକୁ ବିରୋଧ କରିବାକୁ ଯାଇ ପରିବାର ନିୟୋଜନ ମନ୍ତ୍ରଣାଳୟକୁ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବେ ନାମିତ କରାଗଲା। ସେବେଠାରୁ ପରିବାର ନିୟନ୍ତ୍ରଣ ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଶିଥିଳ କରିଦିଆଗଲା। ତା’ ପରଠାରୁ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଥିବା ଭାରତର ଜନସଂଖ୍ୟା ଆଜି ୪୬ ବର୍ଷ ନ ପୂରୁଣୁୁ ଆମକୁ ଆଣି ପୃଥିବୀର ସବୁଠୁ ଜନବହୁଳ ଦେଶ ଭାବେ ଛିଡ଼ା କରିଦେଲାଣି। ଏଥିରୁ ବୁଝିବାକୁ ହେବ ଯେ, ତ୍ରୁଟିପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଦେଶକୁ କେତେ ପଛକୁ ନେଇଯାଇପାରେ। ସେହି ଜନସଂଖ୍ୟା ବୃଦ୍ଧି ଆଜି ପାଣି, ଜମି ଓ ଖାଦ୍ୟ ଅଭାବର ମୂଳ କାରଣ ହୋଇଗଲାଣି। ଏହାଠାରୁ ଅଧିକ ବ୍ୟସ୍ତ କରିବାର ବିଷୟ ହେଉଛି ଯେ, ଜାତିସଂଘ କହିବା ଅନୁଯାୟୀ, ଭାରତର ଜନସଂଖ୍ୟା ଆସନ୍ତା ୩ ଦଶନ୍ଧି ବ୍ୟାପୀ ଆହୁରି ଅଧିକ ବୃଦ୍ଧି ହେବ। ଏଭଳି ବିପଦକୁ ସାମ୍ନା କରିବା ପାଇଁ ଏବେଠାରୁ ନାଗରିକଙ୍କୁ ସଚେତନ କରାଯିବା ସହିତ ନୀତି ପ୍ରଣୟନର ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଭାରତର ସୁବିଧା ହେଉଛି ଯେ, ଚାଇନା ଓ ଜାପାନଠାରୁ ଶିକ୍ଷା ନେଇ ଜନ୍ମହାର ନିୟନ୍ତ୍ରଣ କରାଯାଇପାରେ, କିନ୍ତୁ ବନ୍ଦ କରାଯିବ ନାହିଁ। ଏଭଳି ଶିକ୍ଷା ଲାଭ ହୋଇସାରିଥିବା ହେତୁ ଭାରତର ନୀତି ଅତ୍ୟନ୍ତ ଆଧୁନିକ ଏବଂ ସମୟ ଉପଯୋଗୀ ହୋଇପାରିବ। ତାହା ପାଇଁ ସମୟ ଏବେ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri