India Pakistan War: ଆସିଗଲା ସମୟ! ଏବେ ଆଟାକ୍‌ ପାଇଁ ଓଡ଼ିଶାର ଗାଁ ଗାଁରେ ବାଜିବ ସାଇରନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର, ୬।୫: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ, ତା’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲାରେ (ଓଡ଼ିଶାର ୧୨ଜିଲା)ରେ ଏହି ବିଶାଳ ସମରାଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ୧୯୭୧ ପରେ ପ୍ରଥମ। ୧୯୯୯ରେ କାରିଗଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ବି ଅଭ୍ୟାସ ହୋଇ ନଥିଲା।

India Pakistan War: ଏହି ମକ ଡ୍ରିଲ ସମୟରେ ବ୍ଲାକଆଉଟ ହେବ। ଏହାର ଅର୍ଥ ହେଉଛି ଆକ୍ରମଣ ସମୟରେ ସମସ୍ତ ଘର, କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନର ଅନ୍ଧାର ହୋଇଯିବ। ଏହା ସହିତ ଜୋରରେ ସାଇରନ ମଧ୍ୟ ବଜାଯିବ। ସାଇରନ ଶୁଣିବା ମାତ୍ରେ ଲୋକଙ୍କୁ ସତର୍କ ରହିବାକୁ ପଡିବ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଆକ୍ରମଣ ସମୟରେ ନାଗରିକମାନଙ୍କୁ ବଞ୍ଚିବା ପାଇଁ ତାଲିମ ଦିଆଯିବ।

India Pakistan War: ତେବେ ଏହାକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କେବଳ ଜିଲା ନୁହେଁ ଆଗକୁ ଗାଁ ଗାଁରେ ହେବ ମକ ଡ୍ରିଲ। ଯୁଦ୍ଧ ସମୟରେ କଣ କରିବାକୁ ପଡେ, ଆଡଭାଇଜାରି ଆସିବ। ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ରହିବା ଉଚିତ। ଓଡ୍ରାଫ, ଅଗ୍ନିଶମ, ପୋଲିସର ଭୂମିକା ରହିବ। ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ। ଏଭଳି ପରିସ୍ଥିତିରେ ସଜାଗ ରହ ସାମ୍ନା କରିବାକୁ ପଡ଼ିବ।

India Pakistan War: ଡ୍ରିଲ ସମୟରେ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ବିମାନ ଆକ୍ରମଣ ଚେତାବନୀ ସାଇରନ ଚଳାଇବା ଏବଂ କୌଣସି ଆକ୍ରମଣ ହେଲେ ନିଜକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଦିଗଗୁଡ଼ିକ ଉପରେ ନାଗରିକମାନଙ୍କୁ ତାଲିମ ଦେବା ଅନ୍ତର୍ଭୁକ୍ତ ରହିଛି।
ବୁଧବାର ହେବାକୁ ଥିବା ମକ ଡ୍ରିଲ ପାଇଁ ଆଜି (୬ ମଇ) ଗୃହ ମନ୍ତ୍ରଣାଳୟରେ ଏକ ବୈଠକ ଚାଲିଛି। ଏନ୍ଡିଆର୍‌ଏଫ ଡିଜି, ହୋମଗାର୍ଡ ଡିଜି, ଅଗ୍ନିଶମ ଡିଜି ଏଥିରେ ଯୋଗ ଦେଇଥିଲେ। ରେଳ ଏବଂ ବାୟୁ ସୁରକ୍ଷା ସହିତ ଜଡିତ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଶ୍ରୀନଗରରେ ମକ ଡ୍ରିଲ ପାଇଁ SDRF ପ୍ରସ୍ତୁତି ଆରମ୍ଭ କରିଦେଇଛି।
ଓଡ଼ିଶାର ୧୨ଟି ଜିଲା:
ତାଳଚେର
ବାଲେଶ୍ୱର
କୋରାପୁଟ
ଭୁବନେଶ୍ୱର
ଗୋପାଳପୁର
ହୀରାକୁଦ
ପାରାଦୀପ
ରାଉରକେଲା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର
କେନ୍ଦ୍ରାପଡ଼ା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର

India Pakistan War: ଅବଦୁଲ ବାସିତଙ୍କ ବକ୍ତବ୍ୟ ବ୍ୟତୀତ, ଭାରତର ପ୍ରସ୍ତୁତି ମଧ୍ୟ ସୂଚାଇ ଦେଉଛି ଯେ, ଭାରତ ୧୦ କିମ୍ବା ୧୧ ମେ’ରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ପ୍ରକୃତରେ, ୭ ମେ’ରେ ଦେଶର ୨୪୪ଟି ଜିଲ୍ଲାରେ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ଏଥିରେ, ଯୁଦ୍ଧ ସମୟରେ ନାଗରିକମାନଙ୍କୁ ନିଜକୁ କିପରି ସୁରକ୍ଷା ଦେବେ ସେ ବିଷୟରେ ତାଲିମ ଦିଆଯିବ। ଲୋକଙ୍କୁ ସଚେତନ କରାଯିବ। ଡ୍ରିଲ୍ ସମୟରେ ଏକ ସାଇରନ୍ ମଧ୍ୟ ବାଜିବ ଏବଂ ଏହା ୧୯୭୧ ପରେ ପ୍ରଥମ ଥର ପାଇଁ ହେବ।

India Pakistan War: ଶେଷ ଥର ପାଇଁ ଏପରି ମକ୍ ଡ୍ରିଲ୍ ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ କରାଯାଇଥିଲା। ଏହି ଅଭ୍ୟାସ କରାଯିବାର ମାତ୍ର ଚାରି ଦିନ ପରେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା। ତା’ପରେ ନଭେମ୍ବର ଶେଷ ସପ୍ତାହରେ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା ଏବଂ ଡିସେମ୍ବର ୩ ରେ ଯୁଦ୍ଧ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri