Categories: ଫୁରସତ

ଭିଡିଓ କଲା ବେଳେ ପାଚେରି ଡେଇଁ ଆସିଲା ବାଘ, ଆଉ ତା’ ପରେ…

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ଭିଡିଓ କରୁଥିବା ବେଳେ ବାଘ ପାଚେରି ଡେଇଁ ତାଙ୍କ ଆଡ଼କୁ ଆସୁଥିବା ଦେଖିବାକୁ ମିଳୁଛି। ପରେ ବ୍ୟକ୍ତି ଜଣଙ୍କ ତଳେ ବସି ପଡ଼ୁଥିବା ବେଳେ ବାଘଟି ପାଚେରି ଉପରେ ଚାଲି ଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।

Share