Categories: ଫୁରସତ

ଶିକାର ପାଇଁ ପାହାଡ ଶିଖରରୁ ଲମ୍ଫ ମାରିଲା ବାଘ: ଘଟିଲା ଏପରି କିଛି…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶିକାର ପାଇଁ ଏକ ବାଘ ବରଫାବୃତ ପାହାଡ ଶିଖର ତଳକୁ ଲମ୍ଫ ମାରିଛି।
ଭିଡିଓରେ ଦେଖାଯାଇଛି, ବରଫାବୃତ ପାହାଡରେ ଛେଳିପଲଙ୍କୁ ବାଘଟି ଦେଖୁଛି। ପରେ ସେମାନଙ୍କ ପିଛା କରୁଛି। ପିଛା କରିବା ସମୟରେ ବାଘଟି ବରଫାବୃତ ପାହାଡ ଶିଖରରୁ ତଳକୁ ଖସି ପଡୁଛି। ଫଳରେ ବାଘଟି ତଳେ ପହଞ୍ଚି ଯାଉଛି କିନ୍ତୁ ତାର କିଛି ବି କ୍ଷତି ହେଉନାହିଁ। ସେ ନିଜର ବାଲାନ୍ସ ଠିକ ରଖିପାରୁଛି। ଆଇଏଫଏସ୍‌ ଅଧିକାରୀ ପ୍ରବୀଣ କାଶୱାନ ଭିଡିଓଟିକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ହିମବାଘକୁ ପାହାଡର ଭୁତ କୁହାଯାଇଥାଏ। ଟିକିଏ ଦେଖନ୍ତୁ ତାର ଷ୍ଟ୍ରେନ୍ଥକୁ। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ରଖିଛନ୍ତି।

Share