Categories: ଫୁରସତ

କାର୍‌ ନିକଟରୁ ମହିଳାଙ୍କୁ ଟାଣି ନେଲା ବାଘ, ଏହି ଭୟଙ୍କର ଭିଡିଓ ଦେଖିଲେ…

ଅନେକ ଥର କ୍ୟାମେରାରେ ଏପରି କିଛି ଘଟଣା କଏଦ ହୋଇଛି, ଯାହା ଅତ୍ୟନ୍ତ ଭୟାନକ। ଏବେ ସେମିତି ଏକ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବାଘ କାର୍‌ର ଡୋର୍‌ ନିକଟରେ ଠିଆ ହୋଇଥିବା ଜଣେ ମହିଳାଙ୍କୁ ଧରି ଜଙ୍ଗଲକୁ ଟାଣି ନେଉଛି। କାର୍‌ ଭିତରେ ଥିବା ତାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ବାଘ ପଛେ ପଛେ ଦୌଡୁଛନ୍ତି।

@TerrkifyingAsfu ନାମକ ଏକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଭାଇରାଲ ହେଉଛି। ଯାହା ଦେଖି ଆପଣ ଭୟଭୀତ ହେବେ। ଭିଡିଓରେ ଜଣେ ମହିଳା କାର୍‌ର ଡୋର୍‌ ଖୋଲୁଛନ୍ତି। ଏହି ସମୟରେ ତାଙ୍କ ପଛପଟୁ ଏକ ବାଘ ଝପଟି ଆସି ତାଙ୍କୁ ଟାଣି ନେଉଛି। ଯାହା ଦେଖି ଭୟଭୀତ ହୋଇ ତାଙ୍କ ସ୍ବାମୀ ଏବଂ ମା’ ବାଘ ମୁହଁରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ବାଘ ପଛେ ପଛେ ଦୌଡ଼ୁଛନ୍ତି। ଭିଡିଓରେ ରାସ୍ତାରେ କିଛି ଗାଡ଼ିମୋଟର ଅଟକି ଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଭୟଭୀତ ହୋଇ କେହି ଗାଡ଼ି ଭିତରୁ ବାହାରୁ ନାହାନ୍ତି। ଭିଡିଓଟି ବର୍ତ୍ତମାନ ସୁଦ୍ଧା ୬.୪୧ ଲକ୍ଷ ଭ୍ୟୁ ପାଇଛି।

ଏହି ଭାଇରାଲ ଭିଡିଓ ଚାଇନାର ବେଜିଂ ନିକଟ ବାଡାଲିଙ୍ଗ ଓ୍ବାଇଲ୍ଡ ଲାଇଫ୍‌ ଓ୍ବାଲର୍‌ଡ ଆନିମଲ ପାର୍କରୁ ଆସିଛି। ଯେଉଁଠାରେ ପରିଦର୍ଶକମାନଙ୍କୁ ସଫାରି ସମୟରେ ସେମାନଙ୍କର ବ୍ୟକ୍ତିଗତ ଯାନ ନେବାକୁ ଅନୁମତି ଦିଆଯାଇଥିଲା। ଏହି ସମୟରେ ଏହି ଅଘଟଣ ଘଟିଥିଲା।

Share