Categories: ଫୁରସତ

ପଛରୁ ଛପିଛପି ଆସି କୁମ୍ଭୀରକୁ ମାଡ଼ି ବସିଲା ବାଘ: ଦେଖନ୍ତୁ ଲୋମ ଟାଙ୍କୁରା ଭାଇରାଲ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁମ୍ଭୀର ପାଣିରୁ ଆସି ବାଲି ଉପରେ ଶୋଇଥିବା ବେଳେ ବଡ଼ ଆଁ କରି ବାଘ ତା ପଛରୁ ଛପିଛପି ଆସି ତାହା ବେକକୁ ଧରୁଛି ପରେ ତାକୁ ପାଣିରେ ନେଇକି ଯାଉଛି। ଯାହାକୁ ଦେଖିଲେ ଲୋମ ଟଙ୍କୁରି ଉଠିବ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁରେନ୍ଦ୍ର ମେହେରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share