ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜୀକରଣ ହେବ। ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣର ବ୍ୟବସ୍ଥା ରହିଛି। ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାର ଉପଲବ୍ଧତାକୁ ନେଇ ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ। ଏଥିନିମନ୍ତେ ସ୍ଲଟ୍‌ ବୁକିଂ କରାଯିବ। କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୫୬ ଲକ୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ସରିଲାଣି। ତୃତୀୟ ପର୍ଯ୍ୟାୟ ପାଇଁ ଆବଶ୍ୟକ ଟିକା ଯୋଗାଇ ଦେବାକୁ ସିରମ ଇନ୍‌ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍‌କୁ ଚିଠି ଲେଖାଯାଇଛି। କିନ୍ତୁ କିଛି ପ୍ରତିଉତ୍ତର ଆସି ନାହିଁ। ଟିକା ଆସି ପହଞ୍ଚତ୍ବା ପରେ ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ। ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି। ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଥିବା ଡା. ପାଣିଗ୍ରାହୀ କହିଛନ୍ତି।
ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, କରୋନା ଟିକାର ପ୍ରଥମ ଡୋଜ୍‌ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ୍‌ ସରକାରୀ ହସ୍ପିଟାଲରୁ ନେଇପାରିବେ। ଦ୍ୱିତୀୟ ଡୋଜ୍‌ ଘରୋଇ ହସ୍ପିଟାଲରୁ ନେଲେ ନୂତନ ଭାବେ ନିର୍ଦ୍ଧାରିତ ହୋଇଥିବା ଦର ଦେବାକୁ ପଡ଼ିବ। କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ନେଇପାରିବେ ବୋଲି ସେ କହିଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ କେଉଁ ଟିକା ଅଛି, ଷ୍ଟକ୍‌ କେତେ ଅଛି, କେତେ ରେଟ୍‌ ଅଛି ତାହା ଅନଲାଇନ୍‌ରେ ଜଣାଇବେ। ଏହାଦେଖି ଜଣେ ବ୍ୟକ୍ତି କେଉଁଠିକୁ ଯିବେ, କେଉଁ ଟିକା ନେବେ ନିଜେ ନିଷ୍ପତ୍ତି ନେଇପାରେିବ। ଏସବୁ କୋୱିନ ପୋର୍ଟାଲରେ ପଞ୍ଜୀକୃତ ହୋଇ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ। ସେହିପରି ପ୍ରଥମ ଡୋଜ୍‌ ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି ତେବେ ସୁସ୍ଥ ହେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକଡାଉନକୁ ନ ମାନି ବିବାହ ପାର୍ଟିରେ ଏକତ୍ରିତ: ୩ ଗିରଫ

କଣ୍ଟାପଡା,୨୪।୩(ଡି.ଏନ୍‌.ଏ.)- କରୋନା ପାଇଁ ସାରା ଓଡ଼ିଶା ଲକଡାଉନ ହୋଇଥିବାବେଳେ ଏହାକୁ ନ ମାନି ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅଭିଯୋଗରେ କଟକସଦର ପୋଲିସ ୩ଜଣଙ୍କୁ...

ରାସ୍ତା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): ରାମଚନ୍ଦ୍ରପୁର ଥାନା ୨୦ ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ବ୍ୟବସାୟୀ...

ସିଲ୍‌ ପରେ ଚିନିକଳର ସୁରକ୍ଷା ନାହିଁ

ନୟାଗଡ଼ ଅଫିସ,୨୧ା୩: ଗତ ୧୨ ତାରିଖରେ ନୟାଗଡ ପାଣିପୋଇଲାସ୍ଥିତ ଚିନିକଳରେ ଥିବା ଉପକରଣର ତଦାରଖ ଓ ଆକଳନ ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ ଓ...

ଅବହେଳିତ ଜୁଆଙ୍ଗ ଜନଜାତି

କେନ୍ଦୁଝର, ୩୧।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ

ବାଙ୍ଗିରିପୋଷି,୩୦ା୫(ଡି.ଏନ.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା (ଆତନାବେଡା) ଗ୍ରାମର ଶତାଧିକ ମହିଳା ଓ ପୁରୁଷ...

ଏମ୍‌ସରେ ପଦବୀ ଖାଲି, ବହୁ ମେଶିନ ଅଚଳ

ଭୁବନେଶ୍ୱର,୭।୮ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ)କୁ ପ୍ରତିଦିନ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ହଜାର ହଜାର ରୋଗୀ ଚିକିତ୍ସା...

ଭାକ୍ସିନ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲା ରାଜ୍ୟ

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): କୋଭିଡ୍‌ ଟିକା କିଣିବା ପାଇଁ ଓଡ଼ିଶା ସରକାର ଶୁକ୍ରବାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ (ଓଏସ୍‌ଏମ୍‌ସିଏଲ୍‌)...

୧୩୮ କୋଟିର ଜିଏସ୍‌ଟି ଠକେଇ: ୪ ଗିରଫ

କଟକ ଅଫିସ/ରାଉରକେଲା ଅଫିସ୍‌, ୨୬।୧୦: ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରୟ ହୋଇଛି। ମାତ୍ର କାଗଜପତ୍ରରେ ଦର୍ଶାଯାଇଛି ବହୁ କୋଟି ଟଙ୍କାର କାରବାର। ଏହିଭଳି...

Advertisement
Archives

Model This Week