ତୃତୀୟ ସାମ୍ମୁଖ୍ୟ ‘ଯିବେ ନ ଯିବେ’

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ନିଜ ଆଭିମୁଖ୍ୟ ବଦଳାଇବେ ନାହିଁ। ମନ୍ମଥ ନାଥ ଦାସଙ୍କ ଭଳି ଜଣେ ବିଶିଷ୍ଟ ଐତିହାସିକଙ୍କୁ ରାଜ୍ୟ ସଭା ନିର୍ବାଚନରେ ବିଜେଡି ସମର୍ଥନ କରି ନ ଥିଲା। ହେଲେ ନିକଟରେ ଭାଜପା ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କିନ୍ତୁ ଭୋଟ ଦେଇ ବିଜେଡି ଜିତାଇଲା। ସେଥିରୁ ହିଁ ସବୁ କିଛି ବୁଝିଯିବାର ଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ଏବଂ ନବୀନ ପଟ୍ଟନାୟକଙ୍କୁ ଭଲ ଭାବେ ଜାଣନ୍ତି ନାହିଁ। ନବୀନ ଓଡ଼ିଶାରେ ଭାଜପା ସହିତ ଅଫିସିଆଲି ୯ ବର୍ଷ ଏବଂ ନନ୍‌ ଅଫିସିଆଲି ୧୪ ବର୍ଷ ଭିତିରିଆ ରହି ସରକାର ଚଳାଇଲେଣି। ତେଣୁ ନବୀନ ଭାଜପା ସହିତ ଅତି ନିବିଡ଼ ସମ୍ପର୍କ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।
ନିକଟରେ ମମତା ଏବଂ ନୀତୀଶ ଓଡ଼ିଶା ଗସ୍ତରେ ଆସି ନବୀନଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟ କୌଣସି ରାଜନୈତିକ ନ ଥିଲା ବୋଲି ନବୀନ ଗଣମାଧ୍ୟମକୁ କହିଥିଲେ। ତେବେ କେନ୍ଦ୍ରର ଭାଜପା ସମର୍ଥିତ ଏନ୍‌ଡିଏ ସରକାର ବିରୋଧରେ ଦେଶବ୍ୟାପୀ ଏବେ ବିରୋଧୀ ଦଳଗୁଡ଼ିକ ଏକାଠି ହେବାରେ ଲାଗିଛନ୍ତି। ଏପରିକି ଏନ୍‌ଡିଏ ସହ ଏକାଠି ଥିବା ଅନେକ ସହଯୋଗୀ ଦଳ ବି ଏବେ ଭାଜପାଠାରୁ ଦୂରେଇ ସାରିଲେଣି। ଅକାଳୀ, ଶିବଶେନା, ଜେଡିୟୁ ଏବଂ ଟିଆର୍‌ଏସ୍‌ ଭଳି ଦଳଗୁଡ଼ିକ ପ୍ରଥମରୁ କେନ୍ଦ୍ରରେ ଭାଜପା ସହ ଯୋଡ଼ିହୋଇ ରହିଥିଲେ। ହେଲେ ସମୟକ୍ରମେ ଏହି ଦଳଗୁଡ଼ିକ ନିଜ ଆଭିମୁଖ୍ୟ ବଦଳାଇ ନରେନ୍ଦ୍ର ମୋଦି ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ସହ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଶପଥ ନେବାଭଳି କାମରେ ଲାଗିପଡ଼ିଲେଣି। ଏହି ବିରୋଧୀ ମେଣ୍ଟରେ ଆମ୍‌ ଆଦ୍‌ମୀ ପାର୍ଟି, ପଶ୍ଚିମବଙ୍ଗର ଟିଏମ୍‌ସି ମଧ୍ୟ ରହିଛନ୍ତି। ତେଣୁ ଅନ୍ୟ ଯେଉଁ ରାଜ୍ୟରେ ଭାଜପାକୁ ହରାଇ ଆଞ୍ଚଳିକ ଦଳଗୁଡ଼ିକ କ୍ଷମତାରେ ଅଛନ୍ତି ସେମାନଙ୍କୁ ଏକାଠି କରିବା ଲାଗି ବହୁ କେନ୍ଦ୍ରୀୟ ନେତା ଉଦ୍ୟମ ଚଳାଇଛନ୍ତି। ଯେହେତୁ ଓଡ଼ିଶାରେ ବିଜେଡି ଦୀର୍ଘଦିନ ହେଲା ଶାସନ ଗାଦିରେ ଅଛି ଏବଂ ଭାଜପା ଏଠାରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି, ସେଥିଲାଗି ନବୀନଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରାଯାଇପାରିବ ବୋଲି ମମତା ଏବଂ ନୀତୀଶଙ୍କର ଏକ ଭରସା ଥାଇପାରେ। ହେଲେ ସେମାନେ ସେଥିରେ ଅସଫଳ ହୋଇଥିଲେ।
ମୂଳ କଥା ଉପରେ ନବୀନ କେବେହେଲେ ଗୁରୁତ୍ୱ ଦେଇନାହାନ୍ତି। କେନ୍ଦ୍ରରେ ଭାଜପା ସରକାରଙ୍କ ସବୁ ପ୍ରକାର ନୀତି ନିଷ୍ପତ୍ତିରେ ବିଜେଡି-ଭାଜପା ଏକାଠି ଥିବା ଦେଖିବାକୁ ମିଳୁଛି। ନବୀନ ସବୁବେଳେ ଗୋଟେ ସପକ୍ଷରେ ରହିଆସୁଛନ୍ତି। ହେଲେ ସମଦୂରତା କଥା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଓଡ଼ିଶା ଲୋକମାନେ ମଧ୍ୟ ଏହି କଥାକୁ ଦିନେ ଭଲଭାବେ ବୁଝିବେ ଏବଂ ବିଜେଡି କ୍ଷମତାଚ୍ୟୁତ ହେବ। ଅନ୍ୟପଟେ ଭାଜପା ମଧ୍ୟ ଆମ୍ବ ଚୋରି, କଖାରୁ ଚୋରି ଭଳି ମୂଲ୍ୟହୀନ କଥାକୁ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଜରିଆରେ ଆଣୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଦୂରେଇ ରହୁଛି। ସେମାନେ ଏଭଳି ଦୂରେଇ ରହିବା ବି ସ୍ବାଭାବିକ, କାରଣ ରାଜ୍ୟ ଗସ୍ତରେ ଆସି ବିରୋଧୀ ମେଣ୍ଟର ନେତାମାନେ ଯେତେବେଳେ ନବୀନଙ୍କୁ ଭେଟୁଛନ୍ତି ତା’ର କିଛିଦିନ ମଧ୍ୟରେ ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଇଆ ହିଁ ହେବ। କର୍ନାଟକରେ କଂଗ୍ରେସ ଜିତିଗଲେ ଯେ ନବୀନ ଭାଜପାଠାରୁ ଦୂରେଇବେ ସେକଥା ଭାବିବା ଭୁଲ୍‌। ଭବିଷ୍ୟତରେ ରାଜସ୍ଥାନରେ ବି ଯଦି କଂଗ୍ରେସ ପୁଣିଥରେ ସରକାରକୁ ଆସେ ତଥାପି ମଧ୍ୟ ସେ ଭାଜପା ସହିତ ରହିବେ ବୋଲି ଶ୍ରୀକାନ୍ତ କହିଛନ୍ତି।
ଅନ୍ୟପଟେ ନବୀନ ଏବଂ ମୋଦିଙ୍କ ଭେଟଘାଟକୁ ନେଇ ରାଜନୈତିକ ସମୀକ୍ଷକମାନେ କିନ୍ତୁ ଭିନ୍ନ ପ୍ରକାର ଆକଳନ କରିଛନ୍ତି। ଦେଶର ରାଜନୈତିକ ବାତାବାରଣ କ’ଣ ଘଟିବାକୁ ଯାଉଛି ସେନେଇ ନବୀନ ଆଗରୁ ଜାଣିପାରନ୍ତି ବୋଲି ଅନେକ ସମୟରେ ସେ ତାଙ୍କ ରାଜନୈତିକ ଗୋଟିଚାଳନାରୁ ବୁଝାଇ ଦେଇଥାଆନ୍ତି। ହେଲେ ପ୍ରଥମ ଥର ନବୀନ ହଠାତ୍‌ ଯାଇ ମୋଦିଙ୍କୁ ଭେଟି ଏକ ଭୁଲ୍‌ ଦିଗରେ ଯାଇଥିବା ସେମାନେ ମତ ରଖୁଛନ୍ତି। ସେମାନଙ୍କ କହିବା କଥା, ନବୀନ ଯାଇ ମୋଦିଙ୍କୁ ଭେଟିଲେ ଏବଂ ବାହାରକୁ ଆସି ତୃତୀୟ ସାମ୍ମୁଖ୍ୟ ସହ କେବେ ନ ଥିବା କଥା କହିଲେ। ଏହାର ଅର୍ଥ ମମତା ଏବଂ ନୀତୀଶଙ୍କୁ ଭେଟିବା ସତ୍ତ୍ୱେ ସେ ସେମାନଙ୍କ ସହ ରହିବେ ନାହିଁ ବୋଲି ସ୍ପଷ୍ଟ କଲେ। ଅର୍ଥାତ୍‌ ମମତା ଏବଂ ନୀତୀଶ ଓଡ଼ିଶା ଆସି ନବୀନଙ୍କ ସହ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା କଥା ଆଲୋଚନା କରିଥିଲେ। କିନ୍ତୁ କର୍ନାଟକ ଫଳାଫଳ ବାହାରିବା ପୂର୍ବରୁ ନବୀନ ଯାଇ ମୋଦିକୁ ଭେଟିବା ଉଦ୍ଦେଶ୍ୟ ସଫଳ ହେଲା ନାହିଁ। କାରଣ ଦେଶରେ ଯେଉଁ ମୋଦି ମ୍ୟାଜିକ୍‌ କାମ କରିବାର ଦମ୍ଭୋକ୍ତି ଭାଜପା କହିଆସୁଥିଲା କର୍ନାଟକ ନିର୍ବାଚନରେ ତାହା ଫେଲ୍‌ ହେଲା। ସାଉଥ୍‌ ଇଣ୍ଡିଆ ଏବେ ଭାଜପା ମୁକ୍ତ ହୋଇଗଲା। ଏହି ଫଳାଫଳ କ’ଣ ହେଉଛି ତାହା ନ ଦେଖି ନବୀନ ଯାଇ ମୋଦିଙ୍କୁ ଭେଟିବା ଭୁଲ୍‌ ହେଲା ବୋଲି ମଧ୍ୟ ସେ ନିଜେ ସ୍ପଷ୍ଟ କରିଛନ୍ତି। କାରଣ ଓଡ଼ିଶା ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡ଼ା ଉପନିର୍ବାଚନ ସଫଳତା ବିଜୟ ଉତ୍ସବରେ ଯୋଗଦେଇ ନବୀନ କହିଲେ, ସିଙ୍ଗିଲ୍‌ କି ଡବଲ୍‌ ଇଞ୍ଜିନ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଗୁଡ୍‌ ଗଭର୍ନାନ୍ସ ଓ ପ୍ରୋ ପିପୁଲ ଗଭର୍ନାନ୍ସ ସବୁବେଳେ ଜରୁରୀ। ଏହି କଥାରୁ ସମୀକ୍ଷକମାନେ ବୁଝୁଛନ୍ତି, କର୍ନାଟକ ଫଳାଫଳ ପୂର୍ବରୁ ମୋଦିଙ୍କୁ ଭେଟିବା ନିଷ୍ପତ୍ତି ବୋଧହୁଏ ନବୀନ ନିଜେ ନ ନେଇ ଅନ୍ୟ କାହା ଉପରେ ଭରସା କରି ନେଇଛନ୍ତି, ଯାହାର ସଂଶୋଧନ ଓଡ଼ିଶା ଆସି ନିଜେ କରିବା ସହ ଗୁଡ୍‌ ଗଭର୍ନାନ୍ସର ମତ ରଖି ସେଥିରେ ତାଳି ପକା ଉଦ୍ୟମ ଜରିଆରେ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri