Categories: ଫୁରସତ

ସବୁଠୁ ପତଳା ହାତଘଣ୍ଟା

ସମୟ କହୁଥିବା ହାତଘଣ୍ଟା ଅନେକ ସମୟରେ ଷ୍ଟାଟସ୍‌କୁ ବି ଦର୍ଶାଇଥାଏ। ଘଣ୍ଟା ଯେତେ ଷ୍ଟାଇଲିଶ୍‌ ଓ ଦାମୀ ତାହା ଷ୍ଟାଟସ୍‌କୁ ସେତେ ବଢ଼ାଇଥାଏ। ହାତରେ ବଡ଼ ବଡ଼ ଷ୍ଟାଇଲିଶ୍‌ ଘଣ୍ଟା ପିନ୍ଧିବାକୁ ଆଜିକାଲି ଯୁବପିଢ଼ି ବହୁତ ପସନ୍ଦ କରୁଛନ୍ତି। ହେଲେ ଜାଣନ୍ତି କି ଏବେ ଓ୍ବାଚ୍‌ ନିର୍ମାତାଙ୍କ ଭିତରେ ପୃଥିବୀର ସବୁଠାରୁ ପତଳା ମେକାନିକାଲ ଓ୍ବାଚ୍‌ ତିଆରି କରିବାର ପ୍ରତିଯୋଗିତା ଚାଲିଛି। ୨୦୧୮ରେ ପିଆଗେଟ୍‌ ଅଲ୍ଟିପ୍ଲାନୋ ଅଲ୍ଟିମେଟ୍‌ କନ୍‌ସେପ୍ଟ ନାମକ ଓ୍ବାଚ୍‌ ୨ ମି.ମି.ମୋଟେଇର ତିଆରି କରି ଓ୍ବାର୍ଲଡ ରେକର୍ଡ କରିଥିଲା। ଏହାପରେ ବୁଲ୍‌ଗେରିଆରେ ୧.୮ ମି.ମି. ମୋଟେଇର ଅକ୍ଟୋ ଫିନିସିମୋ ଅଲ୍ଟ୍ରା ନାମକ ଓ୍ବାଚ୍‌ ତିଆରି ହୋଇଥିଲା। ହେଲେ ଏବେ ସ୍ବିସ୍‌ ଓ୍ବାଚ୍‌ ମେକର୍‌ ରିଚାର୍ଡ ମିଲେ ଫେରାରି କମ୍ପାନୀ ସହ ତା’ର ପାର୍ଟନରଶିପ୍‌କୁ ସେଲିବ୍ରେଟ୍‌ କରିବାକୁ ଯାଇ ତିଆରି କରିଛନ୍ତି ୧.୭୫ ମି.ମି. ମୋଟେଇର ଆର୍‌ଏମ୍‌ ୟୁପି-୦୧ ଫେରାରି ନାମକ ଓ୍ବାଚ୍‌। ଏହା ଗ୍ରେଡ୍‌ ୫ ଟାଇଟାନିୟମ୍‌ରେ କ୍ରାଫ୍ଟ ହୋଇଛି ଓ ଏଥିରେ ଅଲ୍ଟା ଥିନ୍‌ ମେକାନିଜମ୍‌ ହୋଇଛି। ଏହା ୧୦ ମିଟର ଗଭୀରତା ପର୍ଯ୍ୟନ୍ତ ଓ୍ବାଟରପ୍ରୁଫ୍‌। ତା’ସହ ଏଥିରେ ୪୫ ଘଣ୍ଟା ପାଓ୍ବାର ରିଜର୍ଭ ସିଷ୍ଟମ ବି ଅଛି। ଏହାର ମାତ୍ର ୧୫୦ଟି ୟୁନିଟ୍‌ ତିଆରି ହୋଇଛି, ଯାହାର ମୂଲ୍ୟ ୧୮,୮୮,୦୦୦ ଡଲାର ରଖାଯାଇଛି।

Share