ଧରାପଡ଼ିଲା ଚୋରି ର଼୍ୟାକେଟ,୫ ଗିରଫ

ଫୁଲବାଣୀ ଅଫିସ,୬ା୨: ଦୀର୍ଘ ୫ ମାସ ଧରି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି। ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା ଅଞ୍ଚଳର ଯୁବକଙ୍କ ସମେତ କନ୍ଧମାଳ ଜିଲାର ୪ ଜଣଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କମ୍ପ୍ୟୁଟର, ଟିଭି, ଜେନେରେଟର, ଜେରକ୍ସ ମେଶିନ ଏବଂ ଚୋରିରେ ବ୍ୟବହୃତ କାର୍‌, ବାଇକ୍‌ ଜବତ ହୋଇଛି। ଘଟଣାର ଆହୁରି ତଦନ୍ତ ଚାଲିଥିବା ସୋମବାର ଫୁଲବାଣୀ ସଦର ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

ଗିରଫ ଯୁବକମାନେ ହେଲେ କଟକ ଜିଲା ସାଲେପୁର ଥାନା ଶିଶୁଆ ଗ୍ରାମର ସାଗର ବିଶ୍ୱାଳ, କନ୍ଧମାଳ ଜିଲା ସଦର ଥାନା ଗୁଗୁଡ଼ା ଗ୍ରାମର ମଙ୍ଗୁଳୁ ପ୍ରଧାନ, ମଜୁରିବିଡ଼ାର ଆଲୋକ ମୁନୀ, ପକନାଗାଁର ନିରନ କହଁର, ଖଜୁରୀପଡ଼ା ଥାନା ଲାମ୍ବାବାଡ଼ି ଗ୍ରାମର ମହେଶ୍ୱର ବେହେରା।

ଗତ ୫ ମାସ ହେବ ଏହି ଲୁଟେରା ଦଳ ଜିଲାର ଫିରିଙ୍ଗିଆ, ଗୋଚ୍ଛାପଡ଼ା, ଖଜୁରୀପଡ଼ା, ଟିକାବାଲି, ସାରଙ୍ଗଡ଼ ଓ ସଦର ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର, ସ୍କୁଲ ଓ ଦୋକାନରୁ ତାଲା ଭାଙ୍ଗି କମ୍ପ୍ୟୁଟର, ଇନଭର୍ଟର ବ୍ୟାଟେରି, ଜେନେରେଟର, ଜେରକ୍ସ ମେଶିନ ଆଦି ସାମଗ୍ରୀ ଚୋରି କରୁଥିଲେ। ଏ ନେଇ ସମ୍ପୃକ୍ତ ଥାନା ଅଞ୍ଚଳରେ ୨୦ଟି ମାମଲା ରୁଜୁ ହୋଇଥିଲା

କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ସାଲେପୁର ଅଞ୍ଚଳରେ ଏସବୁ ସାମଗ୍ରୀ ରହିଛି ଏବଂ କିଛି ବିକ୍ରି କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲିକଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସମୀର ରାଉତ, ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଓ ଅନ୍ୟମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ସାଗରଙ୍କୁ ଧରିବା ପରେ ଘଟଣା ପଦାକୁ ଆସିଥିଲା। ସାଗରଙ୍କ ଶିଶୁଆ ବଜାରରେ ଏକ ମୋବାଇଲ ଦୋକାନ ରହିଛି। ସେ ଏସବୁ ଚୋରି ଜିନିଷ କିଣି ବିକ୍ରି କରୁଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଟି ମନିଟର, ୫ଟି ସିପିୟୁ, ୬ଟି ଏଲ୍‌ଇଡି, ୮ଟି ପ୍ରିଣ୍ଟର, ୭ଟି ଇନ୍‌ଭର୍ଟର ବ୍ୟାଟେରି, ଗୋଟିଏ ଜେନେରେଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପାଖାପାଖି ଚୋରି ହୋଇଥିବା ୮୦ ପ୍ରତିଶତ ସାମଗ୍ରୀ ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri