ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ଚୋରି, ରୋଗୀଙ୍କୁ ଲୁଟୁଛନ୍ତି…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟ ପରିସରରୁ ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ଫଳରେ ଏହାକୁ ନେଇ ଅସନ୍ତୋଷ ବଢୁଛି। ଶୁକ୍ରବାର ରାତିରେ ଏସ୍‌ଏନ୍‌ସିୟୁ (ଶିଶୁ) ଓ୍ବାର୍ଡରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଶତିନ୍ଦ୍ର ମହାନ୍ତଙ୍କ ମୋବାଇଲ ଚୋରି ହେବା ନେଇ ଅଭିଯୋଗ ହୋଇଛି। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶୀପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଗତ ୧୨ ତାରିଖରୁ ଏଠାକୁ ଆସି ନବଜାତ ଶିଶୁର ଚିକିତ୍ସା କରାଉଛନ୍ତି। ସବୁଦିନ ଭଳି ଏସ୍‌ଏନ୍‌ସିୟୁ ଓ୍ବାର୍ଡ ବାହାରେ ବାରଣ୍ଡାରେ ଶୋଇଥିବାବେଳେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଜିଲା ମୁଖ୍ୟାଳୟ ଚିକିତ୍ସାଳୟରେ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଘରୋଇ ସଂସ୍ଥା ଜରିଆରେ ସୁରକ୍ଷା ବ୍ୟବସ୍ଥା କରାଯାଇଛ। ତେବେ ଉପଯୁକ୍ତ ତଦାରଖ ଅଭାବରୁ ସୁରକ୍ଷାକର୍ମୀମାନେ ଡ୍ୟୁଟି ସଠିକ୍‌ ଭାବରେ କରୁନାହାନ୍ତି। ଫଳରେ ଡାକ୍ତରଖାନା ପରିସରରୁ ଗାଡ଼ିଠାରୁ ଆରମ୍ଭ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ପ୍ରକାରର ସାମଗ୍ରୀ ଚୋରି ହେଉଛି। ଏନେଇ ଭୟରେ ଅନେକ କିଛି କହୁ ନ ଥିବାବେଳେ ଅନେକ ଥାନାରେ ଲିଖିତ ଅଭିଯୋଗ କରୁଛନ୍ତି। ଏପରିକି ମେଡିକାଲ ପରିସରରେ ଅବାଧ ମଦ, ଗଞ୍ଜେଇ ତଥା ଡ୍ରଗ୍ସ ଖାଇ ବାହାର ଅସାମାଜିକ ଲୋକ ଏଭଳି କାଣ୍ଡ ଭିଆଉଥିଲେ ହେଁ ସେସବୁ ରୋକାଯାଇ ପାରୁନାହିଁ ବୋଲି ସାମାଜିକ କର୍ମୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଘରୋଇ ଠିକା ସିକ୍ୟୁରିଟି ସଂସ୍ଥା ବିରୋଧରେ ନେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି। ସେହିପରି ଲକ୍ଷାଧିକ ଟଙ୍କା ବ୍ୟୟରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ହେଁ ବହୁ କ୍ୟାମେରା କାମ କରୁନାହିଁ। ତେବେ ଏହି କାମ କରିଥିବା ସଂସ୍ଥା ଏହାର ମରାମତି କରୁ ନ ଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ତାଗିଦ କରୁ ନ ଥିବାରୁ ଏହାର ଫାଇଦା ଅସାମାଜିକ ଲୋକମାନେ ଉଠାଉଛନ୍ତି ା ବିଶେଷକରି ରାତିରେ ସୁରକ୍ଷା କର୍ମୀମାନେ ଠିକ୍‌ ଭାବରେ ଡ୍ୟୁଟି କରୁ ନ ଥିବାରୁ ଅସାମାଜିକ ଲୋକ ତଥା ଚୋରଙ୍କୁ ସୁହାଉଛି। ଫଳରେ ମେଡିକାଲ କର୍ମଚାରୀ, ଡାକ୍ତରମାନେ ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ଏଣୁ ଏନେଇ ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅସାମାଜିକ ଲୋକ ଓ ଚୋରଙ୍କୁ ଦମନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri