ପୁଣି ଖଣିିରୁ ଚୋରି ବଢୁଛି

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍‌ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ପୋଲିସ ଖଣିଜ ପଦାର୍ଥ ଚୋରି କରୁଥିବା ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଇଥିବା ଘଟଣାରୁ ଆଶଙ୍କା କରାଯାଉଛି। ପ୍ରାୟ ଦୁଇ ମାସ ତଳେ ଲୁହାପଥର ମାନକୁ ହ୍ରାସ କରାଯାଇ ବିକ୍ରି ହେଉଥିବା ଧରାପଡ଼ିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଗାଡ଼ି ଜବତ କରାଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଏହି ପ୍ରକ୍ରିୟାରେ ଖଣି କମ୍ପାନୀ, ଖଣି ବିଭାଗ, ମାନ ଧାର୍ଯ୍ୟ କରୁଥିବା ଏକ ବେସରକାରୀ ସଂସ୍ଥା ଏବଂ ପରିବହନକାରୀ କର୍ତ୍ତୃପକ୍ଷ ମିଳିମିଶି ବିପୁଳ ଅର୍ଥ ହରିଲୁଟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ଏହାକୁ କଳେବଳେ କୌଶଳେ ଚାପି ଦେବାକୁ ସମ୍ପୃକ୍ତ ଅଧିକାରୀମାନେ ସଫଳ ହୋଇପାରିଥିଲେ। ତେଣୁ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଖଣି ଚୋରି ପୁଣି ଜୋର ଧରିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ଅଞ୍ଚଳର ଦୁର୍ଗାପୁର କାରଖାନାକୁ କ୍ରୋମାଇଟ ଯୋଗାଣ ହେଉଥିଲା। ପରିବହନ କରୁଥିବା ସଂସ୍ଥା ପକ୍ଷରୁ ଯେଉଁ ମାନର କ୍ରୋମାଇଟ ଲୋଡିଂ ହୋଇଥାଏ ତାହା ବହୁ ସମୟରେ ନିମ୍ନମାନର କ୍ରୋମାଇଟ୍‌ କାରଖାନାକୁ ପହଞ୍ଚୁ ଥିବା ଅଭିଯୋଗ ହୋଇ ଆସୁଥିଲା। ଗତ କିଛି ଦିନ ପୂର୍ବରୁ ୨ଟି ୧୪ ଚକିଆ ଟ୍ରକକୁ ପଶ୍ଚିମବଙ୍ଗ ଦୁର୍ଗାପୁର କାରଖାନାରେ ଅଟକ ରଖାଯାଇ କ୍ରୋମାଇଟ୍‌ର ମାନ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଲୋଡିଂ ହୋଇଥିବା କ୍ରୋମାଇଟ୍‌ ନିମ୍ନମାନର ରହିଥିବା ଜଣାପଡ଼ିଥିଲା। କ୍ରୋମାଇଟ୍‌ର ମାନ ପରୀକ୍ଷା ପରେ ଉଭୟ ଟ୍ରକକୁ ଜବତ କରାଯିବା ସହ ଡ୍ରାଇଭର ମିତ୍ର ସେନ ମହାନ୍ତ ଓ ଭରତ ମହାନ୍ତଙ୍କୁ ଅଟକ ରଖାଯାଇଥିଲା। ଦୁର୍ଗାପୁର କାରଖାନା କର୍ମଚାରୀଙ୍କ ଅଭିଯୋଗ କ୍ରମେ ଦୁର୍ଗାପୁର କୋକଓଭେନ ଥାନା କେସ୍‌ ନମ୍ବର ୬୨/୨୦୨୪ ଅନୁଯାୟୀ କ୍ରୋମାଇଟ ବିକ୍ରିର ମୁଖ୍ୟ ଅଭିଯୁକ୍ତ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ବିଜୟ ମହାନ୍ତ (୨୬)ଙ୍କୁ କାଳିଆପାଣି ଥାନା ପୋଲିସ ସହାୟତାରେ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋଲକାତା ନିଆଯାଇଥିବା ଜଣାପଡ଼ିଛି। ଏହି ଖଣିଜ ପଦାର୍ଥ ଲୁଟ୍‌ କାରବାରରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ପୂର୍ବରୁ ଯାଜପୁରରୋଡ୍‌ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ବିପୁଳ ପରିମାଣରେ ଚୋରା ଲୁହାପଥର ଜବତ ହୋଇ ଆସୁଛି। ଏହାକୁ ନେଇ ପ୍ରାୟ ୧୫ ବର୍ଷ ତଳର ଖଣି ଦୁର୍ନୀତିର ପୁଣି ପୁନରାବୃତ୍ତି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେଜଣ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଯାଉଥିବା ଏଥିରୁ ସନ୍ଦେହ କରାଯାଉଛି। ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅଧିକ ଉତ୍ତୋଳନ କରି ଚୋରାଚାଲାଣ ହୋଇଥିବା ସାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା। ସେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏକାଧିକ ଖଣି କମ୍ପାନୀ ନାମରେ ଡିମାଣ୍ଡ ନୋଟିସ ଦେଇ କିଛି ମାତ୍ରାରେ ଜରିମାନା ଆଦାୟ କରିଥିଲେ। ଏଯାଏ ଅନ୍ୟ କେତୋଟି ଖଣି କମ୍ପାନୀ ଜରିମାନା ନ ଦେଇ କୋର୍ଟ କଚେରିର ଦ୍ୱାରସ୍ଥ ହେବାରୁ ମାମଲା ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ଇସ୍ତଫା ଦିଅନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀ: ନବୀନଙ୍କ ଦାବି

ଭୁବନେଶ୍ୱର,୧୭।୩: SCB ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri