ଟିକା ଟେଣ୍ଡର ସର୍ତ୍ତାବଳୀ କୋହଳ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଡକାଯାଇଥିବା ଟେଣ୍ଡର ଦସ୍ତାବିଜ ଓ ସର୍ତ୍ତାବଳୀକୁ ସରକାର କୋହଳ କରିଛନ୍ତି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଶ୍ୱସ୍ତରୀୟ ଟେଣ୍ଡର ମାଧ୍ୟମରେ ଖୋଲା ବଜାରରୁ ଟିକା କ୍ରୟ କରିବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ମେ’ ୧୪ରେ ଟେଣ୍ଡର ଡକାଯାଇଥିଲା। ଗତ ୧୯ ତାରିଖରେ ଏହାର ପ୍ରି ବିଡିଂ ବୈଠକ ହୋଇଥିଲା। ବିଡରମାନଙ୍କର ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନ ଓ ସମସ୍ୟାକୁ ଅନୁଧ୍ୟାନ କରି ଓଏସ୍‌ଏମ୍‌ସିଏଲ ଦ୍ୱାରା ନିଯୁକ୍ତ ଏକ୍ସପର୍ଟ କମିଟିର ପରାମର୍ଶ କ୍ରମେ ଟେଣ୍ଡର ଦସ୍ତାବିଜର ସଂଶୋଧନ କରାଯାଇଛି।
ଆସନ୍ତା ୪ ମାସ ମଧ୍ୟରେ ଟିକାକରଣ ସମ୍ପୂର୍ଣ୍ଣ କରିବା ଏବଂ ବିଶ୍ୱ ବଜାରର ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଇଏମ୍‌ଡି, ବିଡ୍‌ ସିକ୍ୟୁରିଟି, ଲିକ୍ୟୁଡେଟେଡ ଡ୍ୟାମେଜ ସର୍ତ୍ତ ଆଦି ଛାଡ଼ କରାଯାଇଛି। ପୂର୍ବରୁ ୨ରୁ ୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ମଧ୍ୟରେ ଟିକା ସଂରକ୍ଷିତ ରଖିବା ପାଇଁ ସର୍ତ୍ତ ରଖାଯାଇଥିଲା। ଟିକା ଉତ୍ପାଦନକାରୀ/ ଯୋଗାଣକାରୀମାନଙ୍କର ବହୁସଂଖ୍ୟାରେ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି -୨୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ରହିପାରୁଥିବା ଟିକାଗୁଡ଼ିକୁ ଅନୁମତି ଦିଆଯାଇଛି, ଯାହାକି ୨ ଡିଗ୍ରୀରୁ ୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ଗୁଣବତ୍ତା ଅପରିବର୍ତ୍ତିତ ରହି ପାରୁଥିବ। ସେହି ଟିକା ଉତ୍ପାଦନକାରୀ/ ଯୋଗାଣକାରୀଙ୍କୁ ମଧ୍ୟ ଏହି ଟେଣ୍ଡରରେ ଭାଗନେବା ପାଇଁ ସମ୍ମତି ଦିଆଯାଇଛି। ବହୁ ସଂଖ୍ୟାରେ ଉତ୍ପାଦନକାରୀ ଅଂଶଗ୍ରହଣ କରିବା ସକାଶେ ସିକ୍ୟୁରିଟି ଡିପୋଜିଟ ୩ ପ୍ରତିଶତକୁ ଉଠାଇ ଦିଆଯାଇଛି। ସେଥିପାଇଁ ଓଜିଏଫ୍‌ଆର ଓ ଡିଏଫ୍‌ଆର ଗାଇଡ୍‌ଲାଇନ୍ସକୁ ସଂଶୋଧନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଆସନ୍ତା ୨୮ ତାରିଖ ସୁଦ୍ଧା ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଯେତେଶୀଘ୍ର ଟେଣ୍ଡର କରାଯାଇ ଟିକା କ୍ରୟ କରାଯିବ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଟିକାର ଅଲଗା ଅଲଗା ମୂଲ୍ୟ ଆଧାରରେ ଟେଣ୍ଡର ଚୂଡ଼ାନ୍ତ କରାଯିବ। ସମୁଦାୟ ଟେଣ୍ଡରର ୫୦% ଏଲ୍‌-୧ ବିଡର ପାଇଁ ରଖାଯାଇଥିବାବେଳେ ଅନ୍ୟମାନଙ୍କ ପାଇଁ ୫୦% ରଖାଯାଇଥିଲା। ଏବେ ସମସ୍ତ ଟିକା ପାଇଁ ଜଣେ ମଧ୍ୟ ଟେଣ୍ଡର ନେଇପାରିବେ।
ଏହାଛଡ଼ା କ୍ୟାବିନେଟ ଆଉ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛି। ରେଙ୍ଗାଲି ବାମପାର୍ଶ୍ୱ କେନାଲର ୧୦୦.୪୯ କିଲୋମିଟରରୁ ୧୦୭.୫୦ କିଲୋମିଟର ପାଇଁ ଡକାଯାଇଥିବା ୨୪୭.୧୪ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି କାର୍ଯ୍ୟ ଆସନ୍ତା ୩୬ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍ପ ଦ୍ୱାରା ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲାର ୩୯,୪୧୫.୯୪ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ଏହି ପ୍ରକଳ୍ପର ୩ୟ ପର୍ଯ୍ୟାୟରେ ମୁଖ୍ୟ କେନାଲକୁ ୧୪୧ କି.ମି. ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଯାଜପୁର ଓ କେନ୍ଦୁଝର ଜିଲାର ୩୩,୫୫୧ ହେକ୍ଟର ଅଣ ଜଳସେଚିତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିବ।
ଓଡ଼ିଶା ଲିଗାଲ ମେଥଡ୍‌ ଅଫ୍‌ ରିକ୍ର୍ୟୁଟମେଣ୍ଟ ଆଣ୍ଡ୍‌ କଣ୍ଡିଶନ ଅଫ୍‌ ସର୍ଭିସ ରୁଲ୍‌-୨୦୧୬ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଲାଇସେନ୍ସ ଫି’ ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଅବକାରୀ ବିଭାଗ ଅଧୀନରେ ଥିବା ଠିପିଖୋଲା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀମାନେ କୋଭିଡ୍‌ ମହାମାରୀ ପାଇଁ ୨୦୨୦ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି’ ଛାଡ଼ କରିବାକୁ ଅନୁରୋଧ କରିଥିଲେ। ବ୍ୟବସାୟୀମାନଙ୍କ ଲାଭାଂଶ ଓ ଉଠାଣ ପରିମାଣକୁ ଦୃଷ୍ଟିରେ ରଖି ରିହାତି ଦେବା ପାଇଁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ୬୧୩ ଠିପିଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ବ୍ୟବସାୟୀଙ୍କ ବିକ୍ରି ପରିମାଣକୁ ଭିତ୍ତି କରି ୨୦୨୦ ଜୁନ୍‌ରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି’ ସ୍ତରଭିତ୍ତିକ ଛାଡ଼କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ତେବେ ପୋଚ, ଭାଙ୍ଗ, ତାଡ଼ି ଦୋକାନ ପାଇଁ କୌଣସି ରିହାତି ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri