ଜୁନ୍‌ ୧ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ

ପୁରୀ ଅଫିସ,୧୬।୨: ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍‌ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଐତିହ୍ୟ କରିଡର ଚୂଡ଼ାନ୍ତ ନକ୍ସାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗିକରାଯାଇଥିଲା। ପରେ ବୈଠକରେ ଏହାର ରୂପରେଖ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ମାଧ୍ୟମରେ ଅନୁମୋଦନ ଦିଆଯାଇଥିଲା।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଞ୍ଚାସୀନ ଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହେରିଟେଜ କରିଡରକୁ ୯ଟି ସୋପାନରେ ବିଭକ୍ତ କରାଯିବ। ଗ୍ରୀନ୍‌ ବଫର ବଳୟ, ଅନ୍ତଃପ୍ରଦକ୍ଷିଣ ରାସ୍ତା, ଲ୍ୟାଣ୍ଡସ୍କେପ ଜୋନ୍‌, ବାହ୍ୟ ପ୍ରଦକ୍ଷିଣ ରାସ୍ତା, ପବ୍ଲିକ୍‌ କନ୍‌ଭିନିଏନ୍ସ ଜୋନ୍‌, ସର୍ଭିସ୍‌ ଲେନ୍‌ ଓ ସଟଲ୍‌ କମ୍‌ ଏମରଜେନ୍ସି ଲେନ୍‌, ମିଶ୍ର ଟ୍ରାଫିକ୍‌ ଲେନ୍‌ ଓ ଜେବ୍ରା କ୍ରସିଂ ଭଳି ପେଡେଷ୍ଟ୍ରିଆନ୍‌ ଚଲାପଥ ଆଦି ସୋପାନ ରହିବ। ମେଘନାଦ ପାଚେରିକୁ ଲାଗି ଦୁଇମିଟର ଚଉଡ଼ା ରାସ୍ତା ଶ୍ରୀମନ୍ଦିର କର୍ମଚାରୀଙ୍କ ଚଲାବୁଲା ଓ ପାଚେରି ମରାମତି ପାଇଁ ଛଡ଼ାଯିବ। ଗ୍ରୀନ୍‌ ବଫର୍‌ ଜୋନ୍‌ର ବଳକା ୫ ମିଟର ଜାଗାରେ ୧ ଫୁଟ୍‌ ଉଚ୍ଚତାର ଲ୍ୟାଣ୍ଡସ୍କେପ ପାହାଚମାନ ପ୍ରସ୍ତୁତ ହେବ। ଏହି ଖସଡ଼ାକୁ ଫୁଲ ମାଧ୍ୟମରେ ସୁସଜ୍ଜିତ କରି ରଖାଯିବ। ୧୦ ମିଟର ଅନ୍ତଃ ପ୍ରଦକ୍ଷିଣ ଜୋନ୍‌କୁ ଶ୍ରଦ୍ଧାଳୁଙ୍କ ଚଲାପଥ ଭାବେ ବ୍ୟବହାର କରାଯିବ। ଶ୍ରୀମନ୍ଦିର ଉତ୍ସବ ବେଳେ ଚଳପ୍ରଚଳ ପାଇଁ ଓ ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ପାଇଁ ଏହି ଜୋନ୍‌ ବ୍ୟବହାର କରାଯିବ। ସେହିଭଳି ୧୪ ମିଟରର ଲ୍ୟାଣ୍ଡସ୍କେପ ଜୋନ୍‌ରେ ଏକ ବିରାଟ ଉଦ୍ୟାନ ପ୍ରସ୍ତୁତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଥିବା ଉଦ୍ଭିଦମାନ ଉକ୍ତ ଜୋନ୍‌ରେ ଦେଖିବାକୁ ମିଳିବ। ବାହ୍ୟ ପ୍ରଦକ୍ଷିଣ ଜୋନ୍‌ରେ କେବଳ ବଡ଼ ବଡ଼ ବୃକ୍ଷରୋପଣ କରାଯିବ। ଏହାର ଛାଇ ଶ୍ରଦ୍ଧାଳୁଙ୍କୁ ଆରାମ ଦେବ। ସେହିଭଳି ୧୦ ମିଟର ବିଶିଷ୍ଟ ପବ୍ଲିକ୍‌ କନଭିନିଏନ୍ସ ଜୋନ୍‌ରେ ଭକ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିବ। ବିଶ୍ରାମ ଗୃହ, ପାନୀୟଜଳ, ସୂଚନା କେନ୍ଦ୍ର ଓ ଦାନାର୍ଥ ଗ୍ରହଣ କେନ୍ଦ୍ର ଏଠାରେ ରହିବ। ସେହିଭଳି ୫ ମିଟର ବିଶିଷ୍ଟ ଏକ ସେବା ଲେନ୍‌ ଓ ୪.୫ ମିଟର ଚଉଡ଼ା ଅଞ୍ଚଳକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରାଯିବ। ଏହାପରେ ୭.୫ ମିଟର ଟ୍ରାଫିକ୍‌ ଲେନ୍‌ ଦେଖିବାକୁ ମିଳିବ। ଏଠାରେ ଯାନବାହନ ଚଳାଚଳ ଲାଗି ବ୍ୟବସ୍ଥା ସହ ଟ୍ରାଫିକ୍‌ ଲେନକୁ ଶ୍ରୀମନ୍ଦିର ପାଖ ସାହିଗୁଡ଼ିକ ସହ ସଂଯୋଗ କରାଯିବ। ଶେଷରେ ୭ ମିଟର ଲମ୍ବା ଚଲାପଥ ଓ ଏହାକୁ ଲାଗି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ପାର୍କିଂ ବ୍ୟବସ୍ଥା ରହିବ। ହେରିଟେଜ୍‌ ପୂର୍ବାଞ୍ଚଳରେ ଏକ ବିଶାଳ ଖୋଲା ସ୍ଥାନ ଛଡ଼ାଯିବ। ରଥଯାତ୍ରା ଏବଂ ଅନ୍ୟ ପର୍ବପର୍ବାଣୀ ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ଲାଗି ଏହାକୁ ବ୍ୟବହାର କରାଯିବ। ଏଠାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇପାରିବେ।
ଅନ୍ୟପକ୍ଷରେ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ସିଂହଦ୍ୱାରର ଦକ୍ଷିଣ-ପୂର୍ବ ଦିଗରେ ଏକ ଅଭ୍ୟର୍ଥନା କେନ୍ଦ୍ର ରହିବ। ୬ହଜାର ଲୋକ ଏକକାଳୀନ ଧାଡ଼ିରେ ଠିଆ ହୋଇପାରିବେ। ୪ହଜାର ଲୋକ ଏକକାଳୀନ ଆସବାବପତ୍ର ରଖିପାରିବା ଭଳି ବ୍ୟାଗେଜ୍‌ କାଉଣ୍ଟର କିମ୍ବା କ୍ଲୋକ୍‌ ରୁମ୍‌, ସିକ୍ୟୁରିଟି ସିଷ୍ଟମ୍‌, ବହି ଦୋକାନ ବ୍ୟବସ୍ଥା ହେବ। ୩ଟି ମିନି କ୍ଲୋକ୍‌ ରୁମ୍‌, ୩ଟି ସୂଚନା ଓ ଦାନକେନ୍ଦ୍ର କିଓସ୍କୋ, ୫ଟି ଶେଲ୍ଟର ପାଭିଲିୟନ୍‌, ପୁରୁଷ ଓ ମହିଳାଙ୍କ ପାଇଁ ୩ଟି ଲେଖାଏ ଶୌଚାଳୟ, ସେବାୟତଙ୍କ ପାଇଁ ୨ଟି ଶୌଚାଳୟ, ଗୋଟିଏ ପୋଲିସ ସେବା କେନ୍ଦ୍ର, ଏଟିଏମ୍‌ କିଓସ୍କୋ, ଭଜନ ମଣ୍ଡପ ଏବଂ ୫ଶହ ଲୋକ ବସିବା ଭଳି ସଂସ୍କୃତି ମଣ୍ଡପ ତିଆରି ହେବ। ଶ୍ରୀମନ୍ଦିର ରିସେପ୍ସନ୍‌ ସେଣ୍ଟର ତଥା ଦର୍ଶନ ବ୍ୟବସ୍ଥା ପାଇଁ ୮୫ ହଜାର ବର୍ଗ ଫୁଟ୍‌ ଅଞ୍ଚଳକୁ ବ୍ୟବହାର କରାଯିବ। ଅନ୍ୟପକ୍ଷରେ ୭୫ ମିଟର ବଳୟ ମଧ୍ୟରେ ପଡ଼ୁଥିବା ମଠର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯିବ। ଉତ୍କଳୀୟ କାରୁକାର୍ଯ୍ୟ ଆଧାରରେ ଏହି ମଠଗୁଡ଼ିକର ବିକାଶ କରାଯିବ। ନିର୍ମାଣ ବେଳେ ମଠଗୁଡ଼ିକର ସ୍ବତନ୍ତ୍ରତାକୁ ଧ୍ୟାନ ଦିଆଯିବ।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ହେରିଟେଜ କରିଡର ପାଇଁ ରାଜ୍ୟ କ୍ୟାବିନେଟ୍‌ ୮ଶହ କୋଟି ଟଙ୍କା ଅନୁମୋଦନ କରିଥିଲେ। ପ୍ରସ୍ତାବିତ ଚିଠା ପାଇଁ ୩ଶହ ପ୍ରସ୍ତାବ ଆସିଥିବା ବେଳେ ୩ଟି କମିଟି ଗଠନ ହୋଇଥିଲା। ଏହି ତିନି କମିଟି ଚିଠା ପ୍ରସ୍ତୁତ ନେଇ ୫୦ରୁ ଊର୍ଦ୍ଧ୍ୱ ବୈଠକ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଚିଠା ପ୍ରସ୍ତାବ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି। ବଳକା ଜମି ଅଧିଗ୍ରହଣ କାର୍ଯ୍ୟ ତୁରନ୍ତ ସରିବ ଏବଂ ଆସନ୍ତା ଜୁନ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉକ୍ତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ ସଚିବ ଲଲାଟେନ୍ଦୁ ଜେନା, ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri