ବର୍ଷକୁ ୧୦ଦିନ ଖୋଲାହୁଏ ମା’ ଦାଣ୍ଡୁମାରମ୍ମାଙ୍କ ମନ୍ଦିର

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧୬ା୧୦: ଗଜପତି ଜିଲା ପାରଳାଖେମୁଣ୍ଡି ସହରଠାରେ ଏକ ଭିନ୍ନ ପରମ୍ପରାର ଦୁର୍ଗା ମନ୍ଦିର ରହିଛି। ଯେଉଁ ମନ୍ଦିରଟି ବର୍ଷକୁ କେବଳ ୧୦ଦିନ ଖୋଲାଯାଇ ମା’ଙ୍କୁ ପୂଜା କରାଯାଇଥାଏ । ଅନ୍ୟଦିନେ ଏହି ମନ୍ଦିରରେ ତାଲା ଝୁଲିଥାଏ। ଏହି ମନ୍ଦିର ହେଉଛି ମା’ ଦାଣ୍ଡୁମାରମ୍ମା ମନ୍ଦିର।
ପାରଳାଖେମୁଣ୍ଡି ସହରର ମୁଖ୍ୟ ଡାକ୍ତରଖାନାକୁ ଯିବା ବାମ ପାର୍ଶ୍ୱରେ ଏହି ମନ୍ଦିର ରହିଛି। ପାରଳାଖେମୁଣ୍ଡି ଗଜପତି ପରିବାରର ରାଜତ୍ୱ କାଳରେ ନିଜ ରାଜଧାନୀର ସୁରକ୍ଷା ପାଇଁ ସହରର ଉତ୍ତର ପୂର୍ବ କୋଣରେ ଏହି ମନ୍ଦିର ସ୍ଥାପନ କରାଯାଇଛି। ପାରଳା ରାଜ ପରିବାର ତରଫରୁ ନିର୍ମିତ ଏହି ମନ୍ଦିରରେ ମା’ ଦୁର୍ଗା ଦାଣ୍ଡୁମାରମ୍ମା ନାମରେ ପୂଜିତ ହୋଇ ଆସୁଛନ୍ତି । ଏହି ମନ୍ଦିର ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ମା’ ଦୁର୍ଗାଙ୍କ ନବରାତ୍ର ୯ ଦିନରେ ହିଁ ଖୋଲାଯାଇ ମା’ଙ୍କୁ ପୂଜା କରାଯାଇଥାଏ। ଦଶହରା ଦିନ ବିଳମ୍ବିତ ରାତିରେ ଏହି ମନ୍ଦିରକୁ ବନ୍ଦ କରି ଦିଆଯାଏ। ଚଳିତ ବର୍ଷ ରବିବାର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ହୋମ ଯଜ୍ଞ କରି ମନ୍ଦିର ଖୋଲାଯାଇଛି ଏବଂ ଏହା ଆସନ୍ତା୨୩ତାରିଖ ବିଳମ୍ବିତ ରାତ୍ରରେ ବନ୍ଦ କରାଯିବ ବୋଲି ମନ୍ଦିର କମିଟି ସଭାପତି କହିଛନ୍ତି। ନବରାତ୍ରି ଆରମ୍ଭରେ ଶଙ୍ଖ, ହୁଳହୁଳି ଓ ବିଭିନ୍ନ ବାଦ୍ୟ ବଜାଇ ଏହି ମନ୍ଦିରର କବାଟ ଖୋଲାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଏ । ଏହି ୯ ଦିନ ଏଠାରେ ଅତ୍ୟନ୍ତ ଜାକଜମକରେ ମା’ଙ୍କ ପୂଜା କରାଯାଏ । ରାଜାଙ୍କ ସମୟରେ ବର୍ଷକୁ ଥରେ ମନ୍ଦିର ଖୋଲାଯାଇ ପୂଜା କରାଯାଇ ଅଷ୍ଟମୀ ଦିନ ବଳି ଦେବା ପ୍ରଥା ମଧ୍ୟ ରହିଥିଲା। ପୁଣି ଶେଷ ଦିନରେ ଅନ୍ୟ ଏକ ପଶୁକୁ ବଳି ଦେଇ ମନ୍ଦିରକୁ ବନ୍ଦ କରାଯାଉଥିଲା। କାଳକ୍ରମେ ବଳି ପ୍ରଥା ବନ୍ଦ ହୋଇଯାଇଛି। ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସିନ୍ଦାଙ୍କ ଦ୍ବାରା ଏହି ମନ୍ଦିର ବର୍ତ୍ତମାନ ପରିଚାଳନା ହେଉଛି। ପାରଳା ସହରର ଜନସାଧାରଣଙ୍କ ସହାୟତାରେ ଏହି ମନ୍ଦିରଠାରେ ନବରାତ୍ର ପାଳନ ଓ ପୂଜାର୍ଚ୍ଚନା ଚାଲୁ ରହିଛି । ଦାଣ୍ଡୁମାଲାସାହିର ବାସିନ୍ଦାମାନେ ମା’ଙ୍କୁ ନବରାତ୍ର ୯ ଦିନ ପର୍ଯ୍ୟନ୍ତ ନିଜ ଘରୁ ଖିରି, ଖେଚୁଡି ଏବଂ ନିରାମିଷ ପ୍ରସାଦ ଆଦି ତିଆରି କରି ଭୋଗ ଲଗାଇଥାନ୍ତି। ଏହି ମନ୍ଦିରରେ ମା’ଙ୍କ ପ୍ରତିମୂର୍ତ୍ତି ପଛରେ ଏକ ସାପବିଳା ରହିଛି । ଏଥିରେ ବହୁ ପୁରାତନ କାଳରୁ ଏକମାତ୍ର ନାଗସାପ ରହିଥିବା ବିଶ୍ୱାସ ରହିଛି। ଏହି ସାପଟି ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଯେଉଁ ସାପଟିର ଦର୍ଶନ ପାଇଁ ସହରର ଚାରିପଟୁ ଭକ୍ତଙ୍କ ଗହଳି ଜମିଥାଏ। ମନ୍ଦିର ବନ୍ଦ ହେବା ପରେ ଏହି ନାଗସାପଟି ମନ୍ଦିରରେ ମା’ଙ୍କୁ ପୂଜା କରିବା ସହ ସେଠାରେ ଜଗି ରହି ଆସୁଥିବା ଗାଥା ରହିଛି । ମା’ ଦାଣ୍ଡୁମାରମ୍ମାଙ୍କୁ ଦର୍ଶନ କରିଲେ ସର୍ବ ମଙ୍ଗଳ ପ୍ରାପ୍ତି ହେବା ସହ ଦୁରାରୋଗ୍ୟ ଓ ସମସ୍ତ କ୍ଳେଶ ଦୂର ହୁଏ ଏବଂ ମାନସିକ ପୂରଣ ହୋଇଥାଏ। ତେଣୁ ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନବରାତ୍ରରେ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri