ଯମେଶ୍ୱର ମନ୍ଦିର ଅବହେଳିତ

ପୁରୀ ଅଫିସ,୯।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବକିତାବ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ବୁଝିଥାଏ। ଅର୍ଥାତ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ବଜେଟ୍‌ ଉପସ୍ଥାପନ କରି ଆୟବ୍ୟୟ ଦର୍ଶାଇଥାଏ। ସେହିଭଳି ପରମ୍ପରା ଅନୁଯାୟୀ, ପ୍ରଭୁ ଯମେଶ୍ୱର ହେଉଛନ୍ତି ଶ୍ରୀମନ୍ଦିରର ହିସାବ ରକ୍ଷକ। ସେ ବର୍ଷକୁ ଥରେ ମହାପ୍ରଭୁଙ୍କୁ ସମସ୍ତ ହିସାବ ଦିଅନ୍ତି। ପ୍ରଭୁ ଲୋକନାଥ ଯେପରି ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ, ସେହିଭଳି ପ୍ରଭୁ ଯମେଶ୍ୱର ହିସାବ ରକ୍ଷକ ବୋଲି କେଉଁ ଅନାଦି କାଳରୁ ପରମ୍ପରା ଚାଲି ଆସିଛି। ପ୍ରଭୁ ଯମେଶ୍ୱରଙ୍କ ପ୍ରତିନିଧିତ୍ୱ କରି ସେବାୟତମାନେ ମହାପ୍ରଭୁଙ୍କ ପାଖରେ ବର୍ଷକୁ ଥରେ ଉତ୍ସବ ଓ ନୀତିକାନ୍ତି ସମ୍ପର୍କରେ ବିବରଣୀ ରଖିଥାନ୍ତି। ଜଗନ୍ନାଥ ପରମ୍ପରାରେ ପ୍ରଭୁ ଯମେଶ୍ୱରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ତାଙ୍କ ମନ୍ଦିର ପ୍ରତି ପ୍ରଶାସନିକ ଅବହେଳା କରାଯାଉଛି। ଏହି ମନ୍ଦିରର ବିକାଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲା ପ୍ରଶାସନ ପଦକ୍ଷେପ ନେଉନାହିଁ। ପୁରୀ ଜିଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗ୍ରାମରେ ପ୍ରଭୁ ଯମେଶ୍ୱରଙ୍କ ଜମି ରହିଛି। ଏହାକୁ ଭୋଗ କରୁଥିବା ଗ୍ରାମବାସୀ ଦିନକୁ ମାତ୍ର ୧କିଲୋ ଚାଉଳ ଯମେଶ୍ୱର ମନ୍ଦିରକୁ ଦେଇଥାନ୍ତି। ପ୍ରଭୁ ଯମେଶ୍ୱରଙ୍କ ଜମାଖାତାରେ ୧ ଲକ୍ଷ ୨୦ ହଜାର ଟଙ୍କା ଥିବାବେଳେ ଏଥିରୁ ମିଳୁଥିବା ମାସିକ ୭୫୦ ଟଙ୍କା ସୁଧରେ ନୀତିକାନ୍ତି ହୋଇଥାଏ। ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ସଭାପତି ବିଭୁପ୍ରସାଦ ତ୍ରିପାଠୀ ଶ୍ରୀଜଗନ୍ନାଥ ଉପାସନାରେ ପଞ୍ଚ ଶିବଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଶ୍ରୀମନ୍ଦିରରେ ହରିହର ଭେଟ ପରମ୍ପରା ହେଉଛି ଶିବ ଉପାସକ ଓ ବିଷ୍ଣୁ ଉପାସକଙ୍କ ପାଇଁ ଏକତାର ବାର୍ତ୍ତା ବୋଲି ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି। ଯମେଶ୍ୱର ଜ୍ୟେଷ୍ଠ ଭାବେ ପୂଜ୍ୟ। ଯମେଶ୍ୱର ମନ୍ଦିର ପୁରୀର ଏକମାତ୍ର ମନ୍ଦିର ଯେଉଁଠାରେ ଦତ୍ତାତ୍ରେୟଙ୍କ ବିଗ୍ରହ ରହିଛି। ଦତ୍ତାତ୍ରେୟ ଶ୍ରୀ ମନ୍ତ୍ରର ଦ୍ରଷ୍ଟା। ଶ୍ରୀଉପାସନାର ପ୍ରଚାର ପ୍ରସାର ପାଇଁ ମହର୍ଷି କଣ୍ଡୁ ନିଜ ଶିଷ୍ୟ ପର୍ଶୁରାମଙ୍କୁ ଆଦେଶ ଦେଇଥିଲେ। ସେବେଠାରୁ ଶ୍ରୀଉପାସନାର କ୍ଷେତ୍ର ଭାବେ ଶ୍ରୀକ୍ଷେତ୍ର ଓ ଶ୍ରୀ ଉପାସନାର ମନ୍ଦିର ଭାବେ ଶ୍ରୀମନ୍ଦିର ବିଶ୍ୱବିଦିତ। ଶ୍ରୀରାମଚନ୍ଦ୍ରଙ୍କ ସହ ଯମେଶ୍ୱର ମନ୍ଦିରର ସମ୍ପର୍କ ଏଠାରେ ଦେଖିବାକୁ ମିଳେ। ଶ୍ରୀମନ୍ଦିର ଭୋଗମଣ୍ଡପର ବାମପଟେ ଶ୍ରୀରାମଚନ୍ଦ୍ର ଓ ଦେବୀ ସୀତାଙ୍କ ପଥର ବିଗ୍ରହ ପୂଜା ପାଉଛନ୍ତି। ବୃଷଭଙ୍କ ସହ ଗରୁଡ଼ ଏକତ୍ର ସ୍ଥାନ ପାଇଛନ୍ତି। ବେଢ଼ାରେ ଶ୍ରୀରାମଙ୍କ ପାଦପଦ୍ମ ପୂଜିତ ହେଉଛନ୍ତି। ଉତ୍ତର ରାମାୟଣରେ ବର୍ଣ୍ଣିତ ଥିବା ଘଟଣା ସହ ଏହା ସମ୍ପର୍କିତ ଥିବା ଭଳି ମନେ ହୁଏ। ଏସବୁ ଦୃଷ୍ଟିରୁ ଐତିହ୍ୟସମ୍ପନ୍ନ ଯମେଶ୍ୱର ମନ୍ଦିରର ସଂରକ୍ଷଣ ଓ ବିକାଶ ଜରୁରୀ ହୋଇପଡ଼ିଛି ବୋଲି ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର ଏବଂ ପରିଷଦ ସଭାପତି ବିଭୁ ପ୍ରସାଦ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ସରକାରୀ ଅନୁଦାନ ଯୋଗାଇଦେବା ସହ ମନ୍ଦିର ବିକାଶ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି। ତେବେ ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri