Posted inଜାତୀୟ

ତେଜୁଛି ମନ୍ଦିର-ମସ୍‌ଜିଦ ବିବାଦ:ସମ୍ଭଲ ପରେ ଅଜମେର

ଅଜମେର/ସମ୍ଭଲ/ନୂଆଦିଲ୍ଲୀ,୨୯ା୧୧:ଦରଘା ଶରିଫରେ ସର୍ଭେ କରାଇବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ବୁଧବାର ରାଜସ୍ଥାନର ଅଜମେରସ୍ଥିତ ଏକ କୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଅଜମେର ଦରଘା କମିଟିକୁ ନୋଟିସ କରିଛନ୍ତି। ହିନ୍ଦୁସେନା ମୁଖ୍ୟ ବିଷ୍ଣୁ ଗୁପ୍ତା ଗତ ସେପ୍ଟେମ୍ବରରେ ଦାଖଲ କରିଥିବା ପିଟିଶନରେ ଦାବି କରିଛନ୍ତି ଯେ, ତ୍ରୟୋଦଶ ଶତାବ୍ଦୀର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ସମାଧିସ୍ଥଳରେ ପୂର୍ବରୁ ଏକ ଶିବମନ୍ଦିର ଥିଲା। ତେଣୁ ଅଜମେର ଦରଘାକୁ ‘ସଙ୍କଟ ମୋଚନ ମହାଦେବ ମନ୍ଦିର’ ଘୋଷଣା କରାଯାଉ ଏବଂ ସେଠାରେ ହିନ୍ଦୁଙ୍କୁ ପୁନଶ୍ଚ ପୂଜାର୍ଚ୍ଚନା ଅଧିକାର ଦିଆଯାଉ। ବିଷ୍ଣୁଙ୍କ ଓକିଲ ଯୋଗେଶ ସିରୋଜା ଉକ୍ତ ପିଟିଶନରେ ବିଚାରପତିରୁ ରାଜନେତା ସାଜିଥିବା ହରବିଳାସ ସାରଦା(୧୮୬୭-୧୯୫୫)ଙ୍କ ଏକ ପୁସ୍ତକର ଅବତାରଣା କରିଛନ୍ତି। ସ୍କଟିଶ୍‌ କମିଶନ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କମ୍ପାନୀ ପକ୍ଷରୁ ୧୯୧୧ରେ ପ୍ରକାଶିତ ‘ଅଜମେର: ହିଷ୍ଟୋରିକାଲ ଆଣ୍ଡ୍‌ ଡେସ୍କ୍ରିପ୍ଟିଭ୍‌’ ଶୀର୍ଷକ ପୁସ୍ତକରେ ଦରଘା ତଳେ ହିନ୍ଦୁ ମନ୍ଦିରର ଉପସ୍ଥିତି ସମ୍ପର୍କରେ ସାରଦା ଉଲ୍ଲେଖ କରିଥିଲେ। ସେହିପରି ‘ସମ୍‌ ଆକାଉଣ୍ଟ ଅଫ୍‌ ଦି ଜେନେରାଲ ଆଣ୍ଡ୍‌ ମେଡିକାଲ ଟୋପୋଗ୍ରାଫି ଅଫ୍‌ ଅଜମେର’ (୧୮୪୧)ର ଅବତାରଣା କରି ବ୍ରିଟିଶ୍‌ ଐତିହାସିକ ପିଏମ୍‌ କୁରିଏ ୧୯୮୯ରେ ଲେଖିଥିବା ନିଜ ପୁସ୍ତକରେ ମଧ୍ୟ ଏହି ଦରଘାକୁ ଏକ ‘ପ୍ରାଚୀନ ପବିତ୍ର ମହାଦେବ ମନ୍ଦିର’ ବୋଲି ଅଭିହିତ କରିଛନ୍ତି। ଅଜମେର ଦରଘାର ନିର୍ମାଣ ମାମଲୁକ୍‌ ସୁଲତାନ ଇଲ୍‌ତୁତମିଶଙ୍କ (୧୨୧୧-୧୨୩୬) ଶାସନ କାଳରେ ହୋଇଥିଲା। ଆଇନଜୀବୀ ସିରୋଜା ପିଟିଶନରେ ସବୁର ଅବତାରଣା କରି ଦରଘାର ସର୍ଭେ ଦାବି କରିଛନ୍ତି। ସିଭିଲ ଜଜ୍‌ ମନମୋହନ ଚନ୍ଦେଲଙ୍କ ଅଦାଲତରେ ତାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ରେ ହେବ। ଅଜମେର ଦରଘା ଖାଦିମ (ତତ୍ତ୍ୱାବଧାରକ)ମାନଙ୍କ ପ୍ରତିନିଧି ସଂସ୍ଥା ଅଞ୍ଜୁମନ୍‌ ସୟେଦ ଜାଦଗାନ ସମ୍ପାଦକ ସୟେଦ ସରଓ୍ବାର ଚିସ୍ତି କହିଛନ୍ତି, ସମ୍ପ୍ରଦାୟ ଆଧାରରେ ସମାଜକୁ ବିଭାଜିତ କରିବା ଉଦ୍ଦେଶ୍ୟରେ ଉକ୍ତ ପିଟିଶନ ଦାଖଲ କରାଯାଇଛି। ଏହି ଦରଘା ସାମ୍ପ୍ରଦାୟିକ ସଦ୍ଭାବ ଓ ଧର୍ମନିରପେକ୍ଷତାର ଏକ ପ୍ରତୀକ। ଏହା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆସୁଛି। ଏଏସ୍‌ଆଇ ସହ ଏହାର କିଛି ସମ୍ପର୍କ ନାହିଁ। ବାବ୍ରି ମସ୍‌ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ୨୦୧୯ ରାୟକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଗ୍ରହଣ କରିଛନ୍ତି। ଆମେ ଭାବୁଥିଲୁ ଏହା ପରେ ଆଉ କିଛି ହେବ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଏଭଳି ଘଟଣା ବାରମ୍ବାର ଘଟିଚାଲିଛି। ସମ୍ଭଲର ଦୃଷ୍ଟାନ୍ତ ଆମ ସମ୍ମୁଖରେ ରହିଛି। ଏହା ବନ୍ଦ ହେବା ଜରୁରୀ ବୋଲି ସରଓ୍ବାର ଚିସ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri