Odisha Elections 2024

ଆଦିବାସୀଙ୍କ ଉପାସନାର ପୀଠ ପଥର ସଦୃଶ ମନ୍ଦିର

ମାଲକାନଗିରି,୧ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସାବେରୀ ନଦୀ ନିକଟରେ ଏକ ମନ୍ଦିର ଦେଖିବାକୁ ମିଳିଛି, ଯାହାକି ଲୁକାୟିତ ଅବସ୍ଥାରେ ରହିଛି। ଏହି ମନ୍ଦିରରେ ଆଦିବାସୀମାନେ ପୂଜା କରନ୍ତି। ସେମାନଙ୍କର ବିଶ୍ୱାସ ଆମମାନଙ୍କ ପାଇଁ ଭଗବାନ ଏବଂ ପ୍ରକୃତି ଶହ ଶହ ବର୍ଷ ପୂର୍ବରୁ ଏହା ନିର୍ମାଣ କରିଥିଲେ। ଏହାର ଚତୁଃପାର୍ଶ୍ୱରେ ଥିବା ଆଦିବାସୀ ଗ୍ରାମର ଲୋକେ ଏହା ଭଗବାନଙ୍କ ଅବଦାନ ବୋଲି କହିବା ସହ ବର୍ଷରେ ଦୁଇଥର ସେଠାରେ ପୂଜାର୍ଚ୍ଚନା କରନ୍ତି। ଦୁର୍ଗମ ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର ସଦୃଶ ପଥରର ଉଚ୍ଚତା ୧୬୦ ଫୁଟ ଥିବା ବେଳେ ଭିତରେ ପ୍ରବେଶ କରିବା ପାଇଁ ସୁଡଙ୍ଗ ଭଳି ରାସ୍ତା ଅଛି। ଭିତରେ ଟିମିରି ଚଢେଇ, ପାରା ଏବଂ ବାହାର ପଟେ ଅନେକ ବଡ ବଡ ମହୁଫେଣା ଦେଖିବାକୁ ରହିଥିବା ମିଳେ। ଏହି ମନ୍ଦିରର ୨ କି.ମି.ପରିଧି ମଧ୍ୟରେ କୌଣସି ପାହାଡ ନାହିଁ। ମନ୍ଦିର ସଦୃଶ ଏହି ପାହାଡ ଚତୁଃପାର୍ଶ୍ୱରେ ଥିବା ଗ୍ରାମ ଭସକାଲବାଙ୍ଗ, ପୁରୁଣାନିଲିଗୁଡା, ନୂଆ ନିଲିଗୁଡା, ପରସନପାଲ୍ଲୀ ଓ ଚେରିକିଗୁଡା ଗ୍ରାମବାସୀ ରଜ ପର୍ବରେ ( ବିହନ ପର୍ବରେ) ମନ୍ଦିରକୁ ଯାଇ ସେଠାରେ ବିହନ ପୂଜା ସହ କୁକୁଡା ବଳି ଦେଇଥାନ୍ତି। ଧାନ ଅମଳ ସରିଲା ପରେ ପୌଷ ମାସରେ ଏକ ଭଲ ଦିନ ଦେଖି ସେଠାରେ ଯାଇ ନୂଆ ଧାନ ପୂଜା କରିଥାନ୍ତି। ମନ୍ଦିରରେ ଏକ ଅଦୃଶ୍ୟ ଠାକୁର ଥିବା ସେମାନେ ଅନୁଭବ କରନ୍ତି।
ପୁରୁଣା ନିଲିଗୁଡା ଗ୍ରାମର ଗଙ୍ଗା ସୋଡି (୯୭) କହନ୍ତି, ତାଙ୍କ ବାପା ସ୍ବର୍ଗତ ବାଣ୍ଡି ସୋଡି ଏବଂ ଅଜା ସ୍ବର୍ଗତ ମୁକା ସୋଡିଙ୍କଠାରୁ ସେ ପିଲାଦିନେ ଏହି ମନ୍ଦିର କଥା ଶୁଣିଥିଲେ। ୧୨ କିଲୋମିଟର ଘୋର ଜଙ୍ଗଲ ମଧ୍ୟରେ ଏହି ମନ୍ଦିର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଛି। ବନ୍ୟଜନ୍ତୁଗୁଡିକ ମନ୍ଦିରକୁ ଘେରି ରହିଥାନ୍ତି। କୌଣସି ଶିକାରୀଙ୍କୁ ଜନ୍ତୁଗୁଡିକ ମନ୍ଦିର ପ୍ରବେଶ ପାଇଁ ସୁଯୋଗ ଦେଇ ନ ଥିଲେ। ଅନେକ ଶିକାରୀଙ୍କର ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ସେ ଅଜାଙ୍କଠାରୁ ଶୁଣିଥିଲେ। ମନ୍ଦିର ଉପରେ ଥିବା ଏକ ବଡ ପଥର କଳସରେ ବର୍ଷସାରା ପାଣି ରହୁଥିଲା ା ସେହି କଳସରେ ସବୁବେଳେ ମାଛ ରହୁଥିଲେ ା ଜଣେ ବ୍ୟକ୍ତି ଯାହାର ଠିକ୍‌ ପରିଚୟ କେହି କହିପାରୁ ନ ଥିଲେ ସେ କଳସରେ ଥିବା ମାଛ ମାରି ଖାଉଥିଲେ। ଏବେ ମଧ୍ୟ ୩୦ ଫୁଟ ଲମ୍ବ ଏବଂ ୨୦ଫୁଟ୍‌ ଓସାରରେ ଥିବା ଏକ ଚଟାଣରେ ପଥର କୁଲା, ଚୁଲି, ମଶିଣା ଏବଂ ପାଦ ଚିହ୍ନ ରହିଛି। ଉପରେ ଠିଆ ହେଲେ ପଡୋଶୀ ଛତିଶଗଡର ସୁକ୍‌ମା, ବଇଲାଡିଲା ଏବଂ ମାଲକାନଗିରି ଜିଲାର ଅନେକ ଅଞ୍ଚଳ ଦୃଶ୍ୟମାନ ହୁଏ ା କୌଣସି ଅନୈତିକ କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ହେଲେ କୁଣ୍ଡରେ ଥିବା ମାଛ ଏବଂ ସେଠାରେ ରହୁଥିବା ବ୍ୟକ୍ତି ଜଣକ ଅଦୃଶ୍ୟ ହୋଇଯାଆନ୍ତି। ଏହା ଜାଣିଲା ପରେ ବିଭିନ୍ନ ଗ୍ରାମର ପୂଜାରୀ ଏବଂ ଗୁଣିଆମାନେ ପୁନର୍ବାର ମନ୍ଦିର ପାଦଦେଶରେ ପୂଜାର୍ଚ୍ଚନା କରି ସେହି ଦେବତାଙ୍କୁ କ୍ଷମା ମାଗିଲା ପରେ ସେ ଅଦୃଶ୍ୟ ମଣିଷ ମନ୍ଦିରକୁ ଫେରି ଆସିବା ସହ ଉପରେ ଥିବା କଳସରେ ପାଣି ସହ ମାଛ ପ୍ରବେଶ କରନ୍ତି। ଏବେ ଜନବସତି ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ହେବା ଯୋଗୁ ସେହି ବ୍ୟକ୍ତି ଆଉ ଦେଖାଯାଉ ନାହାନ୍ତି ସତ, ମାତ୍ର ମଧ୍ୟ ରାତ୍ରରେ ମନ୍ଦିର ଉପରୁ ଏକ ବିକଟାଳ ଶବ୍ଦ ଶୁଣାଯାଉଥିବା ସ୍ଥାନୀୟ ଅଞ୍ଚଳବାସୀ କୁହନ୍ତି।
ମନ୍ଦିର ଭିତରକୁ ପ୍ରବେଶ ପାଇଁ ଏକ ଗୁମ୍ପା ଦେଇ ଯିବାକୁ ହୁଏ ା ଗ୍ରୀଷ୍ମ ଋତୁରେ ଭିତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ଗ୍ରାମବାସୀ କହିିଛନ୍ତିି। ଗ୍ରାମର କେଶା କାର୍ତ୍ତାମୀ(୮୪) କହନ୍ତି, ମନ୍ଦିର ସମ୍ପର୍କରେ ତାଙ୍କ ବାପା କଷା କାର୍ତ୍ତାମୀ ଏବଂ ଅଜା ଇର୍ମା କାର୍ତ୍ତାମୀଙ୍କଠାରୁ ପିଲା ଦିନୁ ଶୁଣିଥିଲେ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସାବେରୀ ନଦୀଠାରୁ ମାତ୍ର ୪ କି.ମି,ଦୂରରେ ଅବସ୍ଥିତ ଏହି ମନ୍ଦିର ରହିଛି। ଏ ସମ୍ପର୍କରେ ଅଧିକ ଗବେଷଣା କରିବା ପାଇଁ ନିଲିଗୁଡା ପଞ୍ଚାୟତର ପୂର୍ବତନ ଯୁବ ସରପଞ୍ଚ ବୁଦ୍ରା କାର୍ତ୍ତାମୀ ଏବଂ ଗୋରାଖୁଣ୍ଟାର ପୂର୍ବତନ ସରପଞ୍ଚ ଏରା ପଡିଆମି ଦାବି କରିଛନ୍ତି। ଗବେଷଣା ହେଲେ ଏ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ମିଳିପାରିବ ବୋଲି ଉଭୟେ ପ୍ରକାଶ କରଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri