ଆଦିବାସୀଙ୍କ ଉପାସନାର ପୀଠ ପଥର ସଦୃଶ ମନ୍ଦିର

ମାଲକାନଗିରି,୧ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସାବେରୀ ନଦୀ ନିକଟରେ ଏକ ମନ୍ଦିର ଦେଖିବାକୁ ମିଳିଛି, ଯାହାକି ଲୁକାୟିତ ଅବସ୍ଥାରେ ରହିଛି। ଏହି ମନ୍ଦିରରେ ଆଦିବାସୀମାନେ ପୂଜା କରନ୍ତି। ସେମାନଙ୍କର ବିଶ୍ୱାସ ଆମମାନଙ୍କ ପାଇଁ ଭଗବାନ ଏବଂ ପ୍ରକୃତି ଶହ ଶହ ବର୍ଷ ପୂର୍ବରୁ ଏହା ନିର୍ମାଣ କରିଥିଲେ। ଏହାର ଚତୁଃପାର୍ଶ୍ୱରେ ଥିବା ଆଦିବାସୀ ଗ୍ରାମର ଲୋକେ ଏହା ଭଗବାନଙ୍କ ଅବଦାନ ବୋଲି କହିବା ସହ ବର୍ଷରେ ଦୁଇଥର ସେଠାରେ ପୂଜାର୍ଚ୍ଚନା କରନ୍ତି। ଦୁର୍ଗମ ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର ସଦୃଶ ପଥରର ଉଚ୍ଚତା ୧୬୦ ଫୁଟ ଥିବା ବେଳେ ଭିତରେ ପ୍ରବେଶ କରିବା ପାଇଁ ସୁଡଙ୍ଗ ଭଳି ରାସ୍ତା ଅଛି। ଭିତରେ ଟିମିରି ଚଢେଇ, ପାରା ଏବଂ ବାହାର ପଟେ ଅନେକ ବଡ ବଡ ମହୁଫେଣା ଦେଖିବାକୁ ରହିଥିବା ମିଳେ। ଏହି ମନ୍ଦିରର ୨ କି.ମି.ପରିଧି ମଧ୍ୟରେ କୌଣସି ପାହାଡ ନାହିଁ। ମନ୍ଦିର ସଦୃଶ ଏହି ପାହାଡ ଚତୁଃପାର୍ଶ୍ୱରେ ଥିବା ଗ୍ରାମ ଭସକାଲବାଙ୍ଗ, ପୁରୁଣାନିଲିଗୁଡା, ନୂଆ ନିଲିଗୁଡା, ପରସନପାଲ୍ଲୀ ଓ ଚେରିକିଗୁଡା ଗ୍ରାମବାସୀ ରଜ ପର୍ବରେ ( ବିହନ ପର୍ବରେ) ମନ୍ଦିରକୁ ଯାଇ ସେଠାରେ ବିହନ ପୂଜା ସହ କୁକୁଡା ବଳି ଦେଇଥାନ୍ତି। ଧାନ ଅମଳ ସରିଲା ପରେ ପୌଷ ମାସରେ ଏକ ଭଲ ଦିନ ଦେଖି ସେଠାରେ ଯାଇ ନୂଆ ଧାନ ପୂଜା କରିଥାନ୍ତି। ମନ୍ଦିରରେ ଏକ ଅଦୃଶ୍ୟ ଠାକୁର ଥିବା ସେମାନେ ଅନୁଭବ କରନ୍ତି।
ପୁରୁଣା ନିଲିଗୁଡା ଗ୍ରାମର ଗଙ୍ଗା ସୋଡି (୯୭) କହନ୍ତି, ତାଙ୍କ ବାପା ସ୍ବର୍ଗତ ବାଣ୍ଡି ସୋଡି ଏବଂ ଅଜା ସ୍ବର୍ଗତ ମୁକା ସୋଡିଙ୍କଠାରୁ ସେ ପିଲାଦିନେ ଏହି ମନ୍ଦିର କଥା ଶୁଣିଥିଲେ। ୧୨ କିଲୋମିଟର ଘୋର ଜଙ୍ଗଲ ମଧ୍ୟରେ ଏହି ମନ୍ଦିର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଛି। ବନ୍ୟଜନ୍ତୁଗୁଡିକ ମନ୍ଦିରକୁ ଘେରି ରହିଥାନ୍ତି। କୌଣସି ଶିକାରୀଙ୍କୁ ଜନ୍ତୁଗୁଡିକ ମନ୍ଦିର ପ୍ରବେଶ ପାଇଁ ସୁଯୋଗ ଦେଇ ନ ଥିଲେ। ଅନେକ ଶିକାରୀଙ୍କର ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ସେ ଅଜାଙ୍କଠାରୁ ଶୁଣିଥିଲେ। ମନ୍ଦିର ଉପରେ ଥିବା ଏକ ବଡ ପଥର କଳସରେ ବର୍ଷସାରା ପାଣି ରହୁଥିଲା ା ସେହି କଳସରେ ସବୁବେଳେ ମାଛ ରହୁଥିଲେ ା ଜଣେ ବ୍ୟକ୍ତି ଯାହାର ଠିକ୍‌ ପରିଚୟ କେହି କହିପାରୁ ନ ଥିଲେ ସେ କଳସରେ ଥିବା ମାଛ ମାରି ଖାଉଥିଲେ। ଏବେ ମଧ୍ୟ ୩୦ ଫୁଟ ଲମ୍ବ ଏବଂ ୨୦ଫୁଟ୍‌ ଓସାରରେ ଥିବା ଏକ ଚଟାଣରେ ପଥର କୁଲା, ଚୁଲି, ମଶିଣା ଏବଂ ପାଦ ଚିହ୍ନ ରହିଛି। ଉପରେ ଠିଆ ହେଲେ ପଡୋଶୀ ଛତିଶଗଡର ସୁକ୍‌ମା, ବଇଲାଡିଲା ଏବଂ ମାଲକାନଗିରି ଜିଲାର ଅନେକ ଅଞ୍ଚଳ ଦୃଶ୍ୟମାନ ହୁଏ ା କୌଣସି ଅନୈତିକ କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ହେଲେ କୁଣ୍ଡରେ ଥିବା ମାଛ ଏବଂ ସେଠାରେ ରହୁଥିବା ବ୍ୟକ୍ତି ଜଣକ ଅଦୃଶ୍ୟ ହୋଇଯାଆନ୍ତି। ଏହା ଜାଣିଲା ପରେ ବିଭିନ୍ନ ଗ୍ରାମର ପୂଜାରୀ ଏବଂ ଗୁଣିଆମାନେ ପୁନର୍ବାର ମନ୍ଦିର ପାଦଦେଶରେ ପୂଜାର୍ଚ୍ଚନା କରି ସେହି ଦେବତାଙ୍କୁ କ୍ଷମା ମାଗିଲା ପରେ ସେ ଅଦୃଶ୍ୟ ମଣିଷ ମନ୍ଦିରକୁ ଫେରି ଆସିବା ସହ ଉପରେ ଥିବା କଳସରେ ପାଣି ସହ ମାଛ ପ୍ରବେଶ କରନ୍ତି। ଏବେ ଜନବସତି ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ହେବା ଯୋଗୁ ସେହି ବ୍ୟକ୍ତି ଆଉ ଦେଖାଯାଉ ନାହାନ୍ତି ସତ, ମାତ୍ର ମଧ୍ୟ ରାତ୍ରରେ ମନ୍ଦିର ଉପରୁ ଏକ ବିକଟାଳ ଶବ୍ଦ ଶୁଣାଯାଉଥିବା ସ୍ଥାନୀୟ ଅଞ୍ଚଳବାସୀ କୁହନ୍ତି।
ମନ୍ଦିର ଭିତରକୁ ପ୍ରବେଶ ପାଇଁ ଏକ ଗୁମ୍ପା ଦେଇ ଯିବାକୁ ହୁଏ ା ଗ୍ରୀଷ୍ମ ଋତୁରେ ଭିତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ଗ୍ରାମବାସୀ କହିିଛନ୍ତିି। ଗ୍ରାମର କେଶା କାର୍ତ୍ତାମୀ(୮୪) କହନ୍ତି, ମନ୍ଦିର ସମ୍ପର୍କରେ ତାଙ୍କ ବାପା କଷା କାର୍ତ୍ତାମୀ ଏବଂ ଅଜା ଇର୍ମା କାର୍ତ୍ତାମୀଙ୍କଠାରୁ ପିଲା ଦିନୁ ଶୁଣିଥିଲେ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସାବେରୀ ନଦୀଠାରୁ ମାତ୍ର ୪ କି.ମି,ଦୂରରେ ଅବସ୍ଥିତ ଏହି ମନ୍ଦିର ରହିଛି। ଏ ସମ୍ପର୍କରେ ଅଧିକ ଗବେଷଣା କରିବା ପାଇଁ ନିଲିଗୁଡା ପଞ୍ଚାୟତର ପୂର୍ବତନ ଯୁବ ସରପଞ୍ଚ ବୁଦ୍ରା କାର୍ତ୍ତାମୀ ଏବଂ ଗୋରାଖୁଣ୍ଟାର ପୂର୍ବତନ ସରପଞ୍ଚ ଏରା ପଡିଆମି ଦାବି କରିଛନ୍ତି। ଗବେଷଣା ହେଲେ ଏ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ମିଳିପାରିବ ବୋଲି ଉଭୟେ ପ୍ରକାଶ କରଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri