ରାଜ୍ୟର ୯ ସହରରେ ତାପମାତ୍ରା ୩୫ ଡ଼ିଗ୍ରୀରୁ ଅଧିକ

ଭୁବନେଶ୍ୱର,୨।୮(ବ୍ୟୁରୋ): ମୌସୁମୀ ଦୁର୍ବଳ ହେବା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଅନେକ ଜିଲାରେ ଦିନ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ରହିଛି। ଅନ୍ୟପଟେ, ରାଜ୍ୟର ୯ ସହରରେ ଦିନ ତାପମାତ୍ରା ୩୫ ଡ଼ିଗ୍ରୀରୁ ଅଧିକ ରହିଛି। ତେବେ ଦିନ ତାପମାତ୍ରାରେ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ସର୍ବାଧିକ ୩୫.୫ ଡ଼ିଗ୍ରୀ ରେକର୍ଡ କରିଛି। ସେହିପରି ଭୁବନେଶ୍ୱର ଏବଂ ଚାନ୍ଦବାଲି ରେ ୩୫.୩ ଡ଼ିଗ୍ରୀ, କଟକ, ହୀରାକୁଦ, ସୋନପୁରରେ ୩୫.୨ ଡ଼ିଗ୍ରୀ ଏବଂ ପୁରୀ , ନୟାଗଡ ଏବଂ ଭଦ୍ରକରେ ୩୫ ଡ଼ିଗ୍ରୀ ରେକର୍ଡ ହୋଇଛି।